ଭୁଶୁଡ଼ିଲା ପାଟଖଣ୍ଡା ପ୍ରାଥମିକ ବିଦ୍ୟାଳୟ ଛାତ

ବାଲିଗୁଡ଼ା,୨୮ା୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହର ମଧ୍ୟ ଭାଗରେ ଥିବା ପୁରାତନ ସରକାରୀ ପାଟଖଣ୍ଡା ପ୍ରାଥମିକ ବିଦ୍ୟାଳୟର ପରିସରରେ ଥିବା ଏକ ବିପଦସଙ୍କୁଳ ଗୃହ ଛାତ ଭୁଶୁଡି ପଡ଼ିଛ। ବିଦ୍ୟାଳୟ ବନ୍ଦ ରହିଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛ। ଉକ୍ତ ପୁରାତନ ବିଦ୍ୟାଳୟ ପାଟଖଣ୍ଡା ମନ୍ଦିରକୁ ଲାଗି ରହିଛି। ୧୯୬୨ରୁ ସ୍ଥାପିତ ଏହି ବିଦ୍ୟାଳୟଟି ଅଦ୍ୟାବଧି ଆଜବେଷ୍ଟସ୍‌ ଛାଉଣି ଶ୍ରେଣୀ ଗୃହରେ ହିଁ ଶିକ୍ଷାଦାନ କରାଯାଉଛି। ଦୀର୍ଘଦିନ ଧରି ଉକ୍ତ ବିଦ୍ୟାଳୟ ଗୃହ ବିପଦସଙ୍କୁଳ ଅବସ୍ଥାରେ ଥିବା ବେଳେ ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଲିଖିତ ଆକାରରେ ବାରମ୍ବାର ଜଣାଇଥିଲେ ମଧ୍ୟ କାହିଁକି ଦୃଷ୍ଟି ଦେଉ ନ ଥିଲେ, ତାହା ଏବେ ଅଭିଭାବକ ମହଲରେ ପ୍ରଶ୍ନ ସୃଷ୍ଟି କରିଛି।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ରମେଶ ଚନ୍ଦ୍ର ଓଝାଙ୍କୁ ପଚାରିବାରୁ ସେ କହିଛନ୍ତି, ଆମ ବିଦ୍ୟାଳୟ ପରିସରରେ ଥିବା ଗୋଟିଏ ଛାତ ଘରକୁ ଛାଡ଼ିଲେ ସମସ୍ତ ଗୃହ ଅତି ପୁରୁଣା ଓ ଭଙ୍ଗାରୁଜା ହୋଇ ପଡ଼ିରହିଛି। ଅଧିକ ଶ୍ରେଣୀ ଗୃହ ନ ଥିବାରୁ ବାଧ୍ୟ ହୋଇ ଆଜବେଷ୍ଟସ୍‌ ଘରେ ଓ ଏକ ଛାତ ଘର ରହିଛି ତାରି ଭିତରେ ପିଲାଙ୍କୁ ପାଠ ପଢାଉଛୁ। ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ଥିବା ଘରଟି ଭାଙ୍ଗି ଯାଇଛି। ପୁରୁଣା ଓ ବିପଦସଙ୍କୁଳ ଘର ମରାମତି କିମ୍ବା ନୂତନ ଗୃହ ନିର୍ମାଣ ସମ୍ପର୍କରେ ଆମେ ବାରମ୍ବାର ଆମ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏଥୂପ୍ରତି କେହି ଦୃଷ୍ଟି ଦେଇନାହାନ୍ତି ବୋଲି ମଧ୍ୟ କହିଛନ୍ତି। ତେଣୁ ବିଦ୍ୟାଳୟର ସମସ୍ତ ଗୃହ ନୂତନ ଭାବେ ନିର୍ମାଣ କରିବାକୁ ଅଭିଭାବକ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri