ପାଷ୍ଟିକୁଡି ଜମି ଉଚ୍ଛେଦ: ପ୍ରଶାସନ-ସ୍ଥାୟୀ ବାସିନ୍ଦା ମୁହାଁମୁହିଁ, ବିଧାୟକ କହିଲେ…

କେସିଙ୍ଗା,୨୦।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ଦେଇ ଜାତୀୟ ରାଜପଥ-୨୬ ଭବାନୀପାଟଣା ଅଭିମୁଖେ ଯାଇଛି। ଏହି ପାଷ୍ଟିକୁଡ଼ି ଗ୍ରାମର ଚାରିଛକ ଠାରେ ଫ୍ଲାଏ ଓଭର୍‌ ବ୍ରିଜ ନିର୍ମାଣ ପାଇଁ ୬୮ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ସ୍ଥାୟୀ ବାସିନ୍ଦାଙ୍କଠାରୁ ୧୩ ଏକର ଜମି ଅଧିଗ୍ରହଣ ଶେଷ ହୋଇଯାଇଛି। ଜମି ହରାଇଥିବା ପ୍ରାୟ ୮୦ଟି ପରିବାରଙ୍କୁ ଘର ଭାଙ୍ଗିବା ପାଇଁ କେସିଙ୍ଗା ତହସିଲଦାରଙ୍କ ସମେତ ପୋଲିସ ଦଳ ଯାଇ ପାଷ୍ଟିକୁଡି ଗ୍ରାମରେ ପହଞ୍ଚିଥିଲେ। ହିତାଧିକାରୀଙ୍କୁ ୭ଦିନ ମଧ୍ୟରେ ଘର ଭାଙ୍ଗି ଜମି ଛାଡିବାକୁ କହିବାରୁ ପ୍ରଶାସନ ଓ ସ୍ଥାୟୀ ବାସିନ୍ଦାଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏହି ବ୍ରିଜ କାମ ଆରମ୍ଭ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ହିତାଧିକାରୀଙ୍କୁ ଭୟଭୀତ କରାଉଛନ୍ତି।

ଗତ ଗୁରବାର କେସିଙ୍ଗା ତହସିଲ ଅଫିସର ଅତିରିକ୍ତ ତହସିଲଦାର, ଜାତୀୟ ରାଜ ପଥ କେସିଙ୍ଗା, ଠିକା ଏଜେନ୍ସି ରାଜଲକ୍ଷ୍ମୀ କନଷ୍ଟ୍ରକ୍ସନ, ଭବାନୀପାଟଣା ସଦର ପୁଲିସ ଉପସ୍ଥିତରେ ଘର ଭାଙ୍ଗିବା ପାଇଁ ଉଦ୍ୟମ କରୁଥିବା ଦେଖି ସ୍ଥାନୀୟ ବାସିନ୍ଦାମାନେ ବିରୋଧ କରିଥିଲେ। ଏହି ଖବର ସୋସିଆଲ ମିଡ଼ିଆରେ ଦେଖି ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ପାଷ୍ଟିକୁଡ଼ି ଗ୍ରାମକୁ ପରିଦର୍ଶନ କରି ଜାତୀୟ ରାଜପଥ ୨୬ ଉପରେ ଲୋକଙ୍କ ସହ ଆଲୋଚନା କରି ୬ମାସ ସମୟ ପ୍ରଶାସନକୁ ମାଗିବା ପାଇଁ କହିଥିଲେ। ପାଷ୍ଟିକୁଡ଼ି ଗ୍ରାମର ଚାରିଛକର ଉଭୟ ପାର୍ଶରେ ଅଭର ବ୍ରିଜ
ନିର୍ମାଣ ପାଇଁ ୧୩ ଏକର ଜମି ଅଧିଗ୍ରହଣ କରାଯାଇଛି। ଗତ ମେ ୩୦ ତାରିଖ ଦିନ ଜମି ହରାଇଥିବା ପ୍ରାୟ ଲୋକଙ୍କୁ ତାଙ୍କ ଟଙ୍କା ମିଳିଥିବାବେଳେ ଆଉ କିଛି ଲୋକଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଟଙ୍କା ମିଳିପାରିନାହିଁ। ଗତ ମେ ୧୦ ତାରିଖ ଦିନ ପାଷ୍ଟିକୁଡ଼ି ଛକରେ ଏକ ନୋଟିସ ଲଗାଇ ୭ ଦିନ ମଧ୍ୟରେ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜମି ହରାଉଥିବା ପ୍ରାୟ ୮୦ଟି ପରିବାରଙ୍କ ସହିତ ଦୋକାନୀମାନେ ମଧ୍ୟ ଦୋକାନ ବଜାର ବନ୍ଦ କରି ବିରୋଧ କରିଥିଲେ। ପାଷ୍ଟିକୁଡ଼ି ଗ୍ରାମକୁ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ପହଞ୍ଚି ଅଞ୍ଚଳବାସୀଙ୍କ ଉପସ୍ଥିତିରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା କେସିଙ୍ଗା ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲ ଓ ଏନଏଚ ଏସଡିଓ ସୂର୍ଯ୍ୟ ଛତ୍ରିଆଙ୍କ ସହିତ ଆଲୋଚନା କରି ଲୋକଙ୍କୁ ୬ ମାସ ସମୟ ଦିଆଯାଉ ବୋଲି ଦାବି କହିଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?