ଯାତନା ଭୋଗୁଛନ୍ତି ଯାତ୍ରୀ

ବଇଣ୍ଡା,୭ା୧୦: କରୋନାକୁ ଆଳ କରି ଯାତ୍ରୀ ପରିବହନରେ ଅବହେଳା କରୁଛି ରେଳବାଇ। ପୂର୍ବାପେକ୍ଷା କମ୍‌ ଟ୍ରେନ୍‌ ଚଳାଯାଉଥିବା ବେଳେ ଅନେକର ରହଣିସ୍ଥଳରେ ପରିବର୍ତ୍ତନ କରାଯାଇଛି। ଫଳରେ ରାଜ୍ୟ ବାହାରକୁ ଯାତାୟାତ ପାଇଁ ବଡ଼ ଯାତନା ଭୋଗୁଛନ୍ତି ଅନୁଗୋଳ ଜିଲା ବଇଣ୍ଡା ଷ୍ଟେଶନ ଉପରେ ନିର୍ଭରଶୀଳ ରେଳ ଯାତ୍ରୀ। ଏହି ଷ୍ଟେଶନ ଦେଇ ବର୍ତ୍ତମାନ ୧୧ଟି ଏକ୍ସପ୍ରେସ୍‌ ଚଳାଚଳ କରୁଥିଲେ ହେଁ ମାତ୍ର ୩ଟି ଅଟକୁଛି। ଏହାକୁ ନେଇ ଆଠମଲ୍ଲିକ ଉପଖଣ୍ଡ ସହ ଛେଣ୍ଡିପଦା ବ୍ଳକ ଅଞ୍ଚଳର ୫୦ ପଞ୍ଚାୟତବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବଇଣ୍ଡା ଷ୍ଟେଶନ ଦେଇ ଭୁବନେଶ୍ବର-ବଲାଙ୍ଗୀର, ରାଉରକେଲା-ଭୁବନେଶ୍ବର, ବିଶାଖାପାଟଣା-ଅମୃତସର, ପୁରୀ-ହାଟିଆ, ଦୁର୍ଗ-ପୁରୀ, ଭୁବନେଶ୍ବର-ଲୋକମାନ୍ୟତିଲକ, ପୁରୀ-ଲୋକମାନ୍ୟତିଲକ, ଭୁବନେଶ୍ବର-ଆନନ୍ଦବିହାର, ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ, ବିକାନିର-ପୁରୀ, ପୁରୀ-ଯୋଧପୁର, ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଯାତାୟାତ କରିଥାଏ। ଏବେ କେବଳ ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ଛାଡ଼ିଦେଲେ ଅନ୍ୟ ୧୧ଟି ଏକ୍ସପ୍ରେସ ବଇଣ୍ଡା ଦେଇ ଚଳାଚଳ କରୁଛି। କିନ୍ତୁ ଭୁବନେଶ୍ବର-ବଲାଙ୍ଗୀର, ରାଉରକେଲା-ଭୁବନେଶ୍ବର, ପୁରୀ-ହାଟିଆ ଏକ୍ସପ୍ରେସ ଟ୍ରେନ୍‌ ବଇଣ୍ଡା ଠାରେ ରହୁଥିବାବେଳେ ଅନ୍ୟ ୮ଟି ଟ୍ରେନ ରହଣି କରୁନାହିଁ। ଏଥିଯୋଗୁ କିଶୋରନଗର, ଆଠମଲ୍ଲିକ ଓ ଛେଣ୍ଡିପଦା ବ୍ଲକର ରେଳ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ହଇରାଣ ହେଉଛନ୍ତି। ଅନେକ ସମୟରେ ବାହାର ରାଜ୍ୟକୁ ଯିବାଆସିବା କରୁଥିବା ଯାତ୍ରୀମାନେ ୫୫ କିଲୋମିଟର ଦୂର ରେଢାଖୋଲ, ନଚେତ ୪୫ କିଲୋମିଟର ଦୂର ଅନୁଗୋଳ ଷ୍ଟେଶନକୁ ଟ୍ରେନ୍‌ ଧରିବାକୁ ଯାଇ ଅଯଥା ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି। ବଇଣ୍ଡା ଷ୍ଟେଶନରେ ସମସ୍ତ ଏକ୍ସପ୍ରେସ ଟ୍ରେନ୍‌ ରହଣି ପାଇଁ ସ୍ଥାନୀୟ ଗ୍ରାମବାସୀ ଗତ ମେ ୧୨ ତାରିଖରେ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ଏଯାଏ ପଦକ୍ଷେପ ନିଆଯାଇ ନାହିଁ। ତୁରନ୍ତ ଏଥିପ୍ରତି ରେଳବାଇ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ଚିନ୍ତା ବଢ଼ିବା ସ୍ବାଭାବିକ
କୋଭିଡ୍‌ ସଂକ୍ରମଣ ହ୍ରାସ ପାଇଥିବାରୁ ଏବେ ଆନ୍ତଃରାଜ୍ୟ ଟ୍ରେନ୍‌ଗୁଡ଼ିକ ଚଳାଚଳ କରୁଛି। ସେହି ଅନୁଯାୟୀ ଯାତ୍ରୀ ସଂଖ୍ୟା ମଧ୍ୟ ବଢ଼ୁଛି। କିନ୍ତୁ ବଇଣ୍ଡା ଷ୍ଟେଶନରେ ଅଧିକାଂଶ ଏକ୍ସପ୍ରେସ୍‌ ନ ରହିବା ଚିନ୍ତାଜନକ।
-ବିଚିତ୍ରା ନନ୍ଦ ସାହୁ, ଶିକ୍ଷାବିତ୍‌
ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି
ବଇଣ୍ଡା ଷ୍ଟେଶନରେ ସମସ୍ତ ଟ୍ରେନ୍‌ ଅଟକିଲେ ଯାତ୍ରୀମାନଙ୍କ ସୁବିଧା ହୁଅନ୍ତା। ଏଥିପାଇଁ ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ନ୍ତା ନାହିଁ। ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ବନ୍ଦ ଅଧିକ ଅସୁବିଧା କରୁଛି।
-ଗରକି ଦେଓ, ନାକିଚି
ଦାବିପତ୍ର ଦିଆଯାଇଛି
ଏହି ଷ୍ଟେଶନରୁ କେନ୍ଦ୍ର ସରକାର ଯେତିକି ରାଜସ୍ବ ପାଉଛନ୍ତି, ସେହି ଅନୁଯାୟୀ ବିକାଶ ହେଉନାହିଁ। ଏକ୍ସପ୍ରେସ୍‌ ରହଣି କରିବା ଓ ଉନ୍ନତୀକରଣ ପାଇଁ ପଦକ୍ଷେପ ନେବାକୁ ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି।
-ସୁନୀଲ କୁମାର ପ୍ରଧାନ, କିଶୋରନଗର ବ୍ଲକ ଉପାଧ୍ୟକ୍ଷ
ଉନ୍ନତୀକରଣ ହେଉନାହିଁ
ବଇଣ୍ଡା ଷ୍ଟେଶନ ସବୁକ୍ଷେତ୍ରରେ ଅବହେଳିତ। ଯାତ୍ରୀ ସେବାଠାରୁ ଆରମ୍ଭ କରି ଆଲୋକୀକରଣ, ପରିମଳ ଯାଏ କୌଣସି ଦିଗ ପ୍ରତି ଦୃଷ୍ଟି ଦିଆଯାଉ ନାହିଁ। କେବଳ ରାଜସ୍ବ ଆଦାୟ ଚାଲିଛି।
-ମହେଶ ସାହା, ବଇଣ୍ଡା
ଅବଗତ କରାଯିବ
ବଇଣ୍ଡା ରେଳ ଷ୍ଟେଶନରେ କିଭଳି ସମସ୍ତ ଏକ୍ସପ୍ରେସ୍‌ ଟ୍ରେନ ରହିବ, ସେ ନେଇ ରେଳମନ୍ତ୍ରୀଙ୍କୁ ଅବଗତ କରାଯିବ। ଏଥିସହ ଉନ୍ନତୀକରଣ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯିବ।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଅନୁମୋଦନରେ ବିଳମ୍ବ କରୁଛି ତାମଡ଼ା

ଅନୁଗୋଳ ଅଫିସ, ୨୯ା୮ ଜମି କିସମ ପରିବର୍ତ୍ତନ ପାଇଁ ଆସୁଥିବା ଫାଇଲ ପଡ଼ିରହୁଛି। ଏହାକୁ ମାସେ ମଧ୍ୟରେ ଅନୁମୋଦନ ଦେବାର ନିୟମ ରହିଥିଲେ ବି ତାହାକୁ...

ବିଜେଡି ସମର୍ଥିତଙ୍କୁ ସମର୍ଥନ

ଅନୁଗୋଳ ଅଫିସ, ୧୩।୩: ଅନୁଗୋଳ ଜିଲାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଶନିବାର ଶେଷ ହୋଇଛି। ଜିଲାର ମୋଟ୍‌ ୮ଟି ବ୍ଲକରେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଏହି ପ୍ରକ୍ରିୟା...

ସହର ସୁରକ୍ଷାକୁ ଗୁରୁତ୍ୱ ନାହିଁ

ଅନୁଗୋଳ ଅଫିସ, ୨୨।୧୨ ବଜାର ମଧ୍ୟରେ ହେଉ କିମ୍ବା କଲୋନୀ, ଲୁଟ୍‌, ଛିନତାଇ କରି ସହଜରେ ଖସିଯାଉଛନ୍ତି ଦୁର୍ବୃତ୍ତ। ସର୍ବସମ୍ମୁଖରେ ଅପରାଧ ଘଟୁଥିଲେ ମଧ୍ୟ ରୋକିବାକୁ...

ଭିଜିଲାନ୍ସ ଜାଲରେ କିରାଣି

ଅନୁଗୋଳ ଅଫିସ,୨।୧୨: ଅନୁଗୋଳ ଜିଲା ବଅଁରପାଳ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି ବିଜୟ କୁମାର ମହାପାତ୍ର ଲାଞ୍ଚନେଉଥିବା ବେଳେ ସୋମବାର ଅନୁଗୋଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।...

ତାଳଚେର ବିଧାୟକଙ୍କ ଗାଡ଼ି ପୋଡ଼ିଦେବା ଘଟଣା:ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି, ଏସ୍‌ପିଙ୍କ ତଦନ୍ତ

ତାଳଚେର, ୧୦ା୧୨(ନି.ପ୍ର.) ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁରସ୍ଥିତ କ୍ୟାମ୍ପ କାର୍ଯ୍ୟାଳୟରେ ଶନିବାର ରାତିରେ କେହି ଦୁର୍ବୃତ୍ତ ତାଙ୍କ କାର ପୋଡ଼ିଦେବା ଏବଂ ପୂର୍ବରୁ...

ଠକେଇ ଅଭିଯୋଗରେ ପରିବାରର ୩ ଗିରଫ

ଅନୁଗୋଳ ଅଫିସ, ୨୯ା୧୦: ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ବ୍ୟାଙ୍କରୁ ଘର ପାଇଁ ୧୦ ଲକ୍ଷ ଟଙ୍କା ଋଣ ନେଇ ଠକେଇ କରିଥିବା ଅଭିଯୋଗରେ...

ବିଜୁଳି ବିଲ୍‌ ଆଦାୟ ବେଳେ ମାଡ଼

ଅନୁଗୋଳ ଅଫିସ୍‌, ୧୬।୩: ବକେୟା ବିଦ୍ୟୁତ୍‌ ବିଲ ଆଦାୟ କରିବାକୁ ଯାଇଥିବାବେଳେ ରବିବାର ଅନୁଗୋଳ ଏନଜେନ୍‌ କନିଷ୍ଠ ଯନ୍ତ୍ରୀ ଦୀପକ କୁମାର ପାତ୍ରଙ୍କୁ ମାଡ଼ ମରାଯାଇଥିବା ଥାନାରେ...

ଜବରଦଖଲ ଉଚ୍ଛେଦ ବେଳେ ଛାତ ଭୁଶୁଡ଼ିବା ଘଟଣା: ଜଣେ ମୃତ, ୩ ଗୁରୁତରଙ୍କ ଚିକିତ୍ସା ଜାରି

ବଅଁରପାଳ,୨୭।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ବାଲିସାହି ନିକଟରେ ଜାତୀୟ ରାଜପଥ କଡ଼ରୁ ଉଚ୍ଛେଦ କାର୍ଯ୍ୟ ଚାଲିଥିବା ସମୟରେ ଏକ ଘରର ଛାତ ଭୁଶୁଡ଼ି...

Advertisement
Archives

Model This Week