ଯାତନା ଭୋଗୁଛନ୍ତି ଯାତ୍ରୀ

ବଇଣ୍ଡା,୭ା୧୦: କରୋନାକୁ ଆଳ କରି ଯାତ୍ରୀ ପରିବହନରେ ଅବହେଳା କରୁଛି ରେଳବାଇ। ପୂର୍ବାପେକ୍ଷା କମ୍‌ ଟ୍ରେନ୍‌ ଚଳାଯାଉଥିବା ବେଳେ ଅନେକର ରହଣିସ୍ଥଳରେ ପରିବର୍ତ୍ତନ କରାଯାଇଛି। ଫଳରେ ରାଜ୍ୟ ବାହାରକୁ ଯାତାୟାତ ପାଇଁ ବଡ଼ ଯାତନା ଭୋଗୁଛନ୍ତି ଅନୁଗୋଳ ଜିଲା ବଇଣ୍ଡା ଷ୍ଟେଶନ ଉପରେ ନିର୍ଭରଶୀଳ ରେଳ ଯାତ୍ରୀ। ଏହି ଷ୍ଟେଶନ ଦେଇ ବର୍ତ୍ତମାନ ୧୧ଟି ଏକ୍ସପ୍ରେସ୍‌ ଚଳାଚଳ କରୁଥିଲେ ହେଁ ମାତ୍ର ୩ଟି ଅଟକୁଛି। ଏହାକୁ ନେଇ ଆଠମଲ୍ଲିକ ଉପଖଣ୍ଡ ସହ ଛେଣ୍ଡିପଦା ବ୍ଳକ ଅଞ୍ଚଳର ୫୦ ପଞ୍ଚାୟତବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବଇଣ୍ଡା ଷ୍ଟେଶନ ଦେଇ ଭୁବନେଶ୍ବର-ବଲାଙ୍ଗୀର, ରାଉରକେଲା-ଭୁବନେଶ୍ବର, ବିଶାଖାପାଟଣା-ଅମୃତସର, ପୁରୀ-ହାଟିଆ, ଦୁର୍ଗ-ପୁରୀ, ଭୁବନେଶ୍ବର-ଲୋକମାନ୍ୟତିଲକ, ପୁରୀ-ଲୋକମାନ୍ୟତିଲକ, ଭୁବନେଶ୍ବର-ଆନନ୍ଦବିହାର, ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ, ବିକାନିର-ପୁରୀ, ପୁରୀ-ଯୋଧପୁର, ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଯାତାୟାତ କରିଥାଏ। ଏବେ କେବଳ ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ଛାଡ଼ିଦେଲେ ଅନ୍ୟ ୧୧ଟି ଏକ୍ସପ୍ରେସ ବଇଣ୍ଡା ଦେଇ ଚଳାଚଳ କରୁଛି। କିନ୍ତୁ ଭୁବନେଶ୍ବର-ବଲାଙ୍ଗୀର, ରାଉରକେଲା-ଭୁବନେଶ୍ବର, ପୁରୀ-ହାଟିଆ ଏକ୍ସପ୍ରେସ ଟ୍ରେନ୍‌ ବଇଣ୍ଡା ଠାରେ ରହୁଥିବାବେଳେ ଅନ୍ୟ ୮ଟି ଟ୍ରେନ ରହଣି କରୁନାହିଁ। ଏଥିଯୋଗୁ କିଶୋରନଗର, ଆଠମଲ୍ଲିକ ଓ ଛେଣ୍ଡିପଦା ବ୍ଲକର ରେଳ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ହଇରାଣ ହେଉଛନ୍ତି। ଅନେକ ସମୟରେ ବାହାର ରାଜ୍ୟକୁ ଯିବାଆସିବା କରୁଥିବା ଯାତ୍ରୀମାନେ ୫୫ କିଲୋମିଟର ଦୂର ରେଢାଖୋଲ, ନଚେତ ୪୫ କିଲୋମିଟର ଦୂର ଅନୁଗୋଳ ଷ୍ଟେଶନକୁ ଟ୍ରେନ୍‌ ଧରିବାକୁ ଯାଇ ଅଯଥା ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି। ବଇଣ୍ଡା ଷ୍ଟେଶନରେ ସମସ୍ତ ଏକ୍ସପ୍ରେସ ଟ୍ରେନ୍‌ ରହଣି ପାଇଁ ସ୍ଥାନୀୟ ଗ୍ରାମବାସୀ ଗତ ମେ ୧୨ ତାରିଖରେ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ଏଯାଏ ପଦକ୍ଷେପ ନିଆଯାଇ ନାହିଁ। ତୁରନ୍ତ ଏଥିପ୍ରତି ରେଳବାଇ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ଚିନ୍ତା ବଢ଼ିବା ସ୍ବାଭାବିକ
କୋଭିଡ୍‌ ସଂକ୍ରମଣ ହ୍ରାସ ପାଇଥିବାରୁ ଏବେ ଆନ୍ତଃରାଜ୍ୟ ଟ୍ରେନ୍‌ଗୁଡ଼ିକ ଚଳାଚଳ କରୁଛି। ସେହି ଅନୁଯାୟୀ ଯାତ୍ରୀ ସଂଖ୍ୟା ମଧ୍ୟ ବଢ଼ୁଛି। କିନ୍ତୁ ବଇଣ୍ଡା ଷ୍ଟେଶନରେ ଅଧିକାଂଶ ଏକ୍ସପ୍ରେସ୍‌ ନ ରହିବା ଚିନ୍ତାଜନକ।
-ବିଚିତ୍ରା ନନ୍ଦ ସାହୁ, ଶିକ୍ଷାବିତ୍‌
ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି
ବଇଣ୍ଡା ଷ୍ଟେଶନରେ ସମସ୍ତ ଟ୍ରେନ୍‌ ଅଟକିଲେ ଯାତ୍ରୀମାନଙ୍କ ସୁବିଧା ହୁଅନ୍ତା। ଏଥିପାଇଁ ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ନ୍ତା ନାହିଁ। ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ବନ୍ଦ ଅଧିକ ଅସୁବିଧା କରୁଛି।
-ଗରକି ଦେଓ, ନାକିଚି
ଦାବିପତ୍ର ଦିଆଯାଇଛି
ଏହି ଷ୍ଟେଶନରୁ କେନ୍ଦ୍ର ସରକାର ଯେତିକି ରାଜସ୍ବ ପାଉଛନ୍ତି, ସେହି ଅନୁଯାୟୀ ବିକାଶ ହେଉନାହିଁ। ଏକ୍ସପ୍ରେସ୍‌ ରହଣି କରିବା ଓ ଉନ୍ନତୀକରଣ ପାଇଁ ପଦକ୍ଷେପ ନେବାକୁ ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି।
-ସୁନୀଲ କୁମାର ପ୍ରଧାନ, କିଶୋରନଗର ବ୍ଲକ ଉପାଧ୍ୟକ୍ଷ
ଉନ୍ନତୀକରଣ ହେଉନାହିଁ
ବଇଣ୍ଡା ଷ୍ଟେଶନ ସବୁକ୍ଷେତ୍ରରେ ଅବହେଳିତ। ଯାତ୍ରୀ ସେବାଠାରୁ ଆରମ୍ଭ କରି ଆଲୋକୀକରଣ, ପରିମଳ ଯାଏ କୌଣସି ଦିଗ ପ୍ରତି ଦୃଷ୍ଟି ଦିଆଯାଉ ନାହିଁ। କେବଳ ରାଜସ୍ବ ଆଦାୟ ଚାଲିଛି।
-ମହେଶ ସାହା, ବଇଣ୍ଡା
ଅବଗତ କରାଯିବ
ବଇଣ୍ଡା ରେଳ ଷ୍ଟେଶନରେ କିଭଳି ସମସ୍ତ ଏକ୍ସପ୍ରେସ୍‌ ଟ୍ରେନ ରହିବ, ସେ ନେଇ ରେଳମନ୍ତ୍ରୀଙ୍କୁ ଅବଗତ କରାଯିବ। ଏଥିସହ ଉନ୍ନତୀକରଣ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯିବ।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?