ମାଛଧରା ଡଙ୍ଗାରେ ଯାତ୍ରୀ ପରିବହନ, ମୁଣ୍ଡପିଛା ଭଡ଼ା ଶହେରୁ ଦେଢ଼ଶହ

ମହାକାଳପଡ଼ା,୨୫ା୮(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ମହାନଦୀର ବାହାକୁଦ-ମୂଷାଡ଼ିଆ ଫେରି ଘାଟରୁ ଡଙ୍ଗାରେ ଯାତ୍ରୀ ପରିବହନ ଉପରେ ଜିଲା ପ୍ରଶାସନ ରୋକ୍‌ ଲଗାଇଛି। ହେଲେ ପ୍ରତିଦିନ ଲୁଚାଛପାରେ ମାଛଧରା ଡଙ୍ଗାରେ ଯାତ୍ରୀ ପରିବହନ ଚାଲିଛି। ଏଥିପାଇଁ ମୁଣ୍ଡପିଛା ଭଡ଼ା ଶହେରୁ ଦେଢ଼ଶହ ଟଙ୍କା ଆଦାୟ କରାଯାଉଛି। ନଦୀ ସେପଟେ ଥିବା ପାରାଦୀପ ଶିଳ୍ପାଞ୍ଚଳକୁ ପ୍ରତିଦିନ ଶତାଧିକ ଲୋକ ଏମିତି ଯାଉଛନ୍ତି ବୋଲି ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ଗତ ୨୦ତାରିଖ ସାରେ ପାରାଦୀପରୁ କେନ୍ଦ୍ରାପଡ଼ା ଜିଲା ବାହାକୁଦକୁ ଆସୁଥିବା ଏକ ଯାତ୍ରୀବାହୀ ଡଙ୍ଗା ମହାନଦୀରେ ବନ୍ୟାସ୍ରୋତରେ ମୁହାଣ ଦିଗକୁ ଭାସି ଯାଇଥିଲା। ସେହି ଡଙ୍ଗାରେ ୬୦ଜଣ ଯାତ୍ରୀଙ୍କ ସହିତ ବାଇକ୍‌ ଓ ସାଇକେଲ ଆଦି ଥିଲା। ହେଲେ ସୌଭାଗ୍ୟକୁ ସେହି ଡଙ୍ଗାଟି ବତୀଘର ପଞ୍ଚାୟତ ନିପାଣିଆ ଜଙ୍ଗଲ ବୁଦାମୂଳେ ଅଟକି ଯାଇଥିଲା। ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ପରେ ରାମନଗର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମୃତ୍ୟୁଞ୍ଜୟ ରାଉତ ଏହି ଘାଟ ନିଲାମ ନେଇଥିବା ଆନନ୍ଦ ସାହୁ ଓ ଘାଟ ଚାଳକ ନୃସିଂହ ବେହେରାଙ୍କ ନାମରେ ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୧୦୭/୨୨) ରୁଜୁ କରି ଉଭୟଙ୍କୁ ଥାନାକୁ ଡାକି ପଚରାଉଚରା କରିବା ସହ ଥାନାରେ ଜାମିନ ପ୍ରଦାନ କରିଥିଲା। ଅଦ୍ୟାବଧି ଏହି ବାହାକୁଦ ଫେରି ଘାଟ ବନ୍ଦ ରହିଛି।

ଏହି ସୁଯୋଗରେ ସ୍ଥାନୀୟ ଅଞ୍ଚଳର କେତେଜଣ ମତ୍ସ୍ୟଜୀବୀ ମାଛ ଧରା ଡଙ୍ଗାରେ ଯାତ୍ରୀମାନଙ୍କୁ ପାରାଦୀପକୁ ନଦୀ ପାର କରୁଥିବା ଦେଖିବାକୁ ମିଳିଛି। ଯାତ୍ରୀ ପିଛା ଶହେରୁ ଦେଢ଼ ଶହ ଟଙ୍କା ଆଦାୟ କରାଯାଉଛି ବୋଲି ନଦୀପାର ହେଉଥିବା ଯାତ୍ରୀମାନେ କହିଛନ୍ତି। ବାହାକୁଦ ଫେରିଘାଟ ବନ୍ଦ ହେବା ପରେ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରମିକ ସ୍ଥଳ ପଥରେ ୫୦ କିମି ବୁଲି ମାର୍ଶାଘାଇ କେନାଲ ବ୍ରିଜ୍‌ ଦେଇ ଯାତାୟାତ କରୁଛନ୍ତି। ଏଥିପାଇଁ ଶ୍ରମିକମାନେ ବହୁ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହୋଇଛି। ପ୍ରଶାସନ ତୁରନ୍ତ ଏହି ଘାଟକୁ ଖୋଲିବା ପାଇଁ ଶ୍ରମିକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

ଶ୍ରୀଜିଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର ସେଟ୍‌

ପୁରୀ, ୨୬।୫: ଶ୍ରୀଜିଉଙ୍କ ସୁନାବେଶ ପାଇଁ ନୂଆ ଅଳଙ୍କାର ସେଟ୍‌ ତିଆରି କରାଯିବ। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

କଳିଙ୍ଗା ଘାଟିରେ ପରିବହନ ମନ୍ତ୍ରୀ: ବିକଳ୍ପ ରାସ୍ତା ନିର୍ମାଣ ଓ ଘାଟି ରାସ୍ତା ମରାମତି ନେଇ ଅନୁଧ୍ୟାନ

ଭଞ୍ଜନଗର, ୨୬/୯ (ବାବୁଲା ପ୍ରଧାନ): ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିର ଦୁଇଟି ସ୍ଥାନରେ ଭୂସ୍ଖଳନ ହେବାରୁ ବିଗତ ୫ ଦିନ…

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

ସଡ଼କ ଦୁର୍ଘଟଣାରେ ୨ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ, ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ଅଧୀକ୍ଷକ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟରେ ଶନିବାର ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ…

ବସ୍‌ ଡିକିରୁ ୨ ବସ୍ତା ଗଞ୍ଜେଇ ଜବତ, ୫ ଅଟକ

ବଲାଙ୍ଗୀ ର, ୨୬।୯(ସୁନିଲ କୁମାର ମହାନ୍ତି): ବସ୍‌ ଡିକିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରି ୫ ଜଣଙ୍କୁ ଅଟକ ରଖିଛି।…

ଲଗାଣ ବର୍ଷାରେ ଖରିପ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଗଞ୍ଜାମ,୨୬ା୯(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଭାବରେ ସାଧାରଣ ଜୀବନ ଜୀବିକା ପ୍ରଭାବିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ଏପରିକି ରବି ଓ ଖରିଫ ଫସଲ…

କେଏସ୍‌ୟୁବି କଲେଜରେ କାରିୟର କାଉନସେଲିଂ, ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ଦେଇ…

ଭଞ୍ଜନଗର,୨୬ା୯(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ (କେଏସ୍‌ୟୁବି) ପରିସରରେ ଶନିବାର ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?