Posted inଜାତୀୟ

କେନାଲକୁ ଖସିଲା ଯାତ୍ରୀବାହୀ ବସ୍‌

ସିଦ୍ଧି,୧୬।୨: ମଧ୍ୟପ୍ରଦେଶ ସିଦ୍ଧି ଜିଲାରେ ମଙ୍ଗଳବାର ସକାଳ ୭ଟା ୩୦ରେ ଏକ ଅଭାବନୀୟ ଘଟଣା ଘଟିଛି। ୫୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ କେନାଲକୁ ଖସି ପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌ ଏବଂ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଇତିମଧ୍ୟରେ ୪୫ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୨୦ ମହିଳା, ୨୪ ପୁରୁଷ ଓ ଜଣେ ଶିଶୁ ରହିଛନ୍ତି।  ମୃତକଙ୍କ ମଧ୍ୟରେ ୧୨ ପରୀକ୍ଷାର୍ଥୀ ରହିଛନ୍ତି, ଯେଉଁମାନେ ରେଲ୍‌ଓ୍ବେ ଓ ଏନ୍‌ଟିପିସି ପରୀକ୍ଷା ଦେବାକୁ ବସ୍‌ରେ ଯାତ୍ରା କରୁଥିଲେ। ପାଣିରେ ସ୍ରୋତ ପ୍ରଖର ଥିବାରୁ କେତେକ ଭାସିଯାଇଥିବା ମଧ୍ୟ ଆଶଙ୍କା କରାଯାଉଛି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରଓ୍ବୋ-ସିଦ୍ଧି ସୀମାରେ ଛୁହିୟାଘାଟି ନିକଟସ୍ଥ ବାଣସାଗର ପରିଯୋଜନାର ଗଭୀର କେନାଲରେ ବସଟି ନିୟନ୍ତ୍ରଣ ହରାଇ ଖସିପଡ଼ିଥିଲା। ୭ ଜଣ ଯାତ୍ରୀ ପହଁରି କୂଳକୁ ଆସିଥିଲେ। ସ୍ଥାନୀୟ ଗାଁ ଲୋକେ କେତେକ ଲୋକଙ୍କୁ ଉଦ୍ଧାର କରିଛନ୍ତି। ବସଟି ସିଦ୍ଧିରୁ ସତାନା ଯାଉଥିଲା। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏନେଇ ଶୋକ ପ୍ରକାଶ କରିବା ସହିତ ବାଣସାଗର ଡ୍ୟାମ୍‌ରୁ କେନାଲରେ ପାଣି ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନାଲରେ ଜଳସ୍ତର କମିଲେ ଉଦ୍ଧାର କାର୍ଯ୍ୟ ସହଜ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖଙ୍କ ସମେତ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଲ ନାଥ ଏହାକୁ ଦୁର୍ଭାଗ୍ୟଜନକ କହିବା ସହ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଏବଂ ଗୁରୁତରଙ୍କ ଚିକିତ୍ସା ପାଇଁ ୫୦ ହଜାର ଲେଖାଏ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ସେହିପରି ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଘଟଣା ପରେ ମଙ୍ଗଳବାର ବସିବାକୁ ଥିବା କ୍ୟାବିନେଟ ବୈଠକ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେବାକୁ ଥିବା ଗୃହ ପ୍ରବେଶ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି।
ଦୁର୍ଘଟଣା ପରେ ମଧ୍ୟପ୍ରଦେଶର ଭାଜପା ସରକାରକୁ ଘେରିଛି କଂଗ୍ରେସ। ଏଭଳି ଦୁଃଖଦ ଘଟଣା ପାଇଁ ରାଜ୍ୟ ସରକାର ଦାୟୀ ବୋଲି କଂଗ୍ରେସ ଅଭିଯୋଗ କରିଛି। ପ୍ରଦେଶ କଂଗ୍ରେସ ସମ୍ପାଦକ ରାକେଶ ସିଂ ଯାଦବ କହିଛନ୍ତି, ବସ୍‌ର ପରମିଟ୍‌ ଓ ଫିଟ୍‌ନେସ ନ ଥିବାବେଳେ ଏହାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ନ ଥିଲା। ବେଆଇନ ଭାବେ ବସ୍‌ରେ କ୍ଷମତାଠାରୁ ଅଧିକ ଯାତ୍ରୀ ଯାଉଥିଲେ। ଏଥିପାଇଁ ରାଜ୍ୟ ପରିବହନ ମନ୍ତ୍ରୀଙ୍କ ଅବହେଳାକୁ ଦାୟୀ କରିବା ସହ ତାଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ଏଥିସହ ତୁରନ୍ତ ଶୋଚନୀୟ ରାଜପଥର ମରାମତି, ସବୁ ଗାଡ଼ିର ଫିଟ୍‌ନେସ୍‌ ଓ ପରମିଟ୍‌ ଯାଞ୍ଚ କଡ଼ାକଡ଼ି କରାଯିବାକୁ ଦାବି ହୋଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?