ପିଏଏସ୍‌ ଅଧିକାରୀ

ପୃଥିବୀବ୍ୟାପୀ ଦେଖାଯାଇଛି, ସିଭିଲ ସର୍ଭିସ ବା ବେସାମରିକ ସେବାରେ ନିୟୋଜିତ ଅଧିକାରୀ ସରକାରଙ୍କୁ ମାର୍ଗଦର୍ଶନ ଦେଇଥାଆନ୍ତି। ସେମାନଙ୍କ ପ୍ରତିତ୍ପନ୍ନମତିତା ବିଭିନ୍ନ ସ୍ଥିତିକୁ ଠିକ୍‌ ଭାବେ ପରିଚାଳନା କରିବାରେ ବିଶେଷ ସହାୟକ ହୋଇଥାଏ। ସେଥିପାଇଁ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଲାଗି ବିଦ୍ୟାର୍ଥୀଙ୍କୁ ବିଭିନ୍ନ ସ୍ତର ଦେଇ ଗତି କରିବାକୁ ପଡ଼ିଥାଏ। ଭାରତରେ ଯେଭଳି କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ସିଭିଲ ସର୍ଭିସେସ୍‌ ପରିଚାଳନା କରିଥାଏ, ସେହିଭଳି ପାକିସ୍ତାନରେ ସେଣ୍ଟ୍ରାଲ ସୁପରିୟର୍‌ ସର୍ଭିସେସ୍‌ (ସିଏସ୍‌ଏସ୍‌) ତା’ର ସିଭିଲ ସର୍ଭାଣ୍ଟମାନକୁ ବାଛିଥାଏ। ସେହି କ୍ରମରେ ଦେଖିଲେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଭଳି ପାକିସ୍ତାନ ପ୍ରଶାସନିକ ସେବା (ପିଏଏସ୍‌) ଅଧିକାରୀମାନେ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଥାଆନ୍ତି। ନିକଟରେ ମିଳିଥିବା ଖବରକୁ ଦେଖିଲେ ସାନା ରାମଚାନ୍ଦ ଗୁଲଓ୍ବାନି ପିଏଏସ୍‌ ପାଇବାରେ ସେଠାକାର ପ୍ରଥମ ହିନ୍ଦୁ ମହିଳା ଭାବେ ଗୌରବ ଅର୍ଜନ କରିଛନ୍ତି।
ପାକିସ୍ତାନର ସିନ୍ଧ ପ୍ରଦେଶରେ ସବୁଠୁ ଅଧିକ ହିନ୍ଦୁ ବାସ କରିଥାଆନ୍ତି। ଶିକରପୁର ଜିଲାର ଏକ ଗ୍ରାମୀଣ ଅଞ୍ଚଳର ଝିଅ ହେଉଛନ୍ତି ସାନା। ମାତାପିତା ଚାହୁଁଥିଲେ ସେ ଡାକ୍ତରାଣୀ ହୁଅନ୍ତୁ। ଶାହୀଦ ମୋହତର୍ମା ବେନେଜିର ଭୁଟୋ ମେଡିକାଲ ୟୁନିଭର୍ସିଟିରୁ ସେ ୨୦୧୬ରେ ଏମ୍‌ବିବିଏସ୍‌ ପାଶ୍‌ କରିଥିଲେ। ପରେ ୟୁରୋଲୋଜିଷ୍ଟ ହେବା ପାଇଁ ପଢ଼ା ଶେଷ କରି ସେ ଫେଡେରାଲ ପବ୍ଲିକ୍‌ ସର୍ଭିସ କମିଶନରେ ନାମ ପଞ୍ଜୀକରଣ କରିଥିଲେ। ଶିକରପୁରର ଏକ ଛୋଟିଆ ସହର ଲାଖିର ଏକ ତାଲୁକା ହସ୍ପିଟାଲରେ ସେ ମେଡିକାଲ ଅଫିସର ଭାବେ ଯୋଗ ଦେଇଥିଲେ। କିନ୍ତୁ ସେ ଦେଖିବାକୁ ପାଇଲେ ଯେ, ଗ୍ରାମୀଣ ସିନ୍ଧ ଅଞ୍ଚଳରେ ଡାକ୍ତରୀ ସେବା ଅତ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ସେ ପ୍ରତିଦିନ ଅନେକ ରୋଗୀଙ୍କୁ ଦେଖିଥାଆନ୍ତି। କିନ୍ତୁ ଡାକ୍ତରଖାନାରେ ଔଷଧର ଘୋର ଅଭାବ ଯୋଗୁ ରୋଗୀମାନେ ଖାଲି ହାତରେ ଫେରିଥାଆନ୍ତି। ଏପରି କି ଅତ୍ୟନ୍ତ ଜରୁରୀ ଟିଟାନସ୍‌ର ଅଭାବ ଓ ଆବଶ୍ୟକ ଶଯ୍ୟା ନ ଥିବାରୁ ସେମାନଙ୍କ ଦୁର୍ଦ୍ଦଶା ବଢ଼ି ଚାଲୁଥିବା ସେ ଦେଖିବାକୁ ପାଇଥିଲେ। ତାଙ୍କ ମନରେ ପ୍ରଶ୍ନ ଉଠିଥିଲା ଲୋକମାନଙ୍କୁ ମୌଳିକ ସୁବିଧା ମିଳିପାରୁ ନ ଥିବା ବେଳେ ଏ ସରକାରୀ ଡାକ୍ତରଖାନାର ମାନେ କ’ଣ ? ତେବେ ୨୦୧୯ରେ ଯେତେବେଳେ ତାଙ୍କ ହସ୍ପିଟାଲକୁ ଶିକରପୁରର ଡେପୁଟୀ କମିଶନର ବୁଲିବାକୁ ଆସିଲେ, ସେତେବେଳେ ସାନା ଅନୁଭବ କଲେ ଲୋକେ ତାଙ୍କୁ କିଭଳି ସମ୍ମାନ ଦେଉଛନ୍ତି। ତାଙ୍କ ନିର୍ଦ୍ଦେଶ ମୁତାବକ ଅନେକ କାର୍ଯ୍ୟ ହୋଇଯାଉଥିବା ଦେଖି ସେ ସିଭିଲ ସର୍ଭିସରେ କ୍ୟାରିୟର କରିବାକୁ ମନ ବଳାଇଥିଲେ ବୋଲି କହିଥାଆନ୍ତି। ତା’ ପରେ ସେହି କଷ୍ଟକର ପରୀକ୍ଷା ଦେବାକୁ ସେ ବସିଲେ। ନିଜର ପ୍ରତିଭା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ପ୍ରଥମ ପଦାର୍ପଣରେ ସାନା ପାକିସ୍ତାନ ପ୍ରଶାସନିକ ସେବା ପାଇ ଇତିହାସ ରଚିଛନ୍ତି। ସିଏସ୍‌ଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୨୨୧ ପ୍ରାର୍ଥୀଙ୍କ ମଧ୍ୟରେ ତାଙ୍କ ନାମ ଦେଖି ଉତ୍‌ଫୁଲ୍ଲିତ ହୋଇଯାଇଥିଲେ। ଏକ କଷ୍ଟକର ପରୀକ୍ଷାରେ ପାଶ୍‌ କରି ଦେଶର ସର୍ବୋଚ୍ଚ ସେବାରେ ଯୋଗଦେବା ନିଶ୍ଚିତ ଭାବେ ଉତ୍ସାହଜନକ କଥା। ଉଲ୍ଲେଖଯୋଗ୍ୟ ଯେ, ଚଳିତ ଥର ସିଏସ୍‌ଏସ୍‌ ପରୀକ୍ଷାର ପାଶ୍‌ ହାର ରହିଥିଲା ମାତ୍ର ଦୁଇ ପ୍ରତିଶତ। ସାନା ପିଏଏସ୍‌ ପାଇବେ ବୋଲି ଘୋଷଣା ହେବା ପରେ ଈଶ୍ୱରଙ୍କ ଆଶୀର୍ବାଦରୁ ସେ ଏଭଳି ସ୍ଥାନରେ ପହଞ୍ଚତ୍ପାରିଛନ୍ତି ବୋଲି କହିଛନ୍ତି। ପାକିସ୍ତାନର ସର୍ବୋଚ୍ଚ ସେବା କ୍ଲବରେ ସାମିଲ ହୋଇଥିବାରୁ ପ୍ରଥମେ ତାଙ୍କୁ ଆସିଷ୍ଟାଣ୍ଟ କମିଶନର ପଦବୀ ମିଳିବ। ପରେ ପଦୋନ୍ନତି ପାଇ ସେ ଡିଷ୍ଟ୍ରିକ୍ଟ କମିଶନର ହେବେ।
୨୭ ବର୍ଷୀୟା ଏହି ଅବିବାହିତା ଅଧିକାରୀ ଯୁବବର୍ଗ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ତାଙ୍କ ପ୍ରତିଟି ସଫଳତା ସକାଶେ ସେ ମାତାପିତାଙ୍କୁ ଶ୍ରେୟ ଦେଇଛନ୍ତି। ଡାକ୍ତରରୁ ଏବେ ପ୍ରଶାସନିକ ଅଧିକାରୀ ହୋଇଥିବାରୁ ତାଙ୍କ ସେବା ପରିସର ବ୍ୟାପକ ହୋଇପାରିଛି। ଏଭଳି ସ୍ଥଳେ ସାନା ଜନସାଧାରଣଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନେଇପାରିବେ। ସାମାଜିକ ଓ ଅର୍ଥନୈତିକ ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନ ମଧ୍ୟ ତାଙ୍କ ଭଳି ଯୁବ ପ୍ରତିଭାଙ୍କଠାରୁ ଅନେକ କିଛି ଆଶା କରିବା ସ୍ବାଭାବିକ।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

ବାଗ୍‌ଦାଦରେ ମହାକାଳ

ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭିକ ମୁସଲିମ ଶାସକମାନେ ନିଜକୁ ସୁଲତାନ ବୋଲି କହୁଥିଲେ। କିନ୍ତୁ ୧୬ଶ ଶତାବ୍ଦୀରେ ମୋଗଲମାନେ ନିଜକୁ ବାଦଶାହ ବୋଲି କହିଲେ। ଏହାର କାରଣ ହେଉଛି…

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri