ପିଏଏସ୍‌ ଅଧିକାରୀ

ପୃଥିବୀବ୍ୟାପୀ ଦେଖାଯାଇଛି, ସିଭିଲ ସର୍ଭିସ ବା ବେସାମରିକ ସେବାରେ ନିୟୋଜିତ ଅଧିକାରୀ ସରକାରଙ୍କୁ ମାର୍ଗଦର୍ଶନ ଦେଇଥାଆନ୍ତି। ସେମାନଙ୍କ ପ୍ରତିତ୍ପନ୍ନମତିତା ବିଭିନ୍ନ ସ୍ଥିତିକୁ ଠିକ୍‌ ଭାବେ ପରିଚାଳନା କରିବାରେ ବିଶେଷ ସହାୟକ ହୋଇଥାଏ। ସେଥିପାଇଁ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଲାଗି ବିଦ୍ୟାର୍ଥୀଙ୍କୁ ବିଭିନ୍ନ ସ୍ତର ଦେଇ ଗତି କରିବାକୁ ପଡ଼ିଥାଏ। ଭାରତରେ ଯେଭଳି କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ସିଭିଲ ସର୍ଭିସେସ୍‌ ପରିଚାଳନା କରିଥାଏ, ସେହିଭଳି ପାକିସ୍ତାନରେ ସେଣ୍ଟ୍ରାଲ ସୁପରିୟର୍‌ ସର୍ଭିସେସ୍‌ (ସିଏସ୍‌ଏସ୍‌) ତା’ର ସିଭିଲ ସର୍ଭାଣ୍ଟମାନକୁ ବାଛିଥାଏ। ସେହି କ୍ରମରେ ଦେଖିଲେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଭଳି ପାକିସ୍ତାନ ପ୍ରଶାସନିକ ସେବା (ପିଏଏସ୍‌) ଅଧିକାରୀମାନେ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଥାଆନ୍ତି। ନିକଟରେ ମିଳିଥିବା ଖବରକୁ ଦେଖିଲେ ସାନା ରାମଚାନ୍ଦ ଗୁଲଓ୍ବାନି ପିଏଏସ୍‌ ପାଇବାରେ ସେଠାକାର ପ୍ରଥମ ହିନ୍ଦୁ ମହିଳା ଭାବେ ଗୌରବ ଅର୍ଜନ କରିଛନ୍ତି।
ପାକିସ୍ତାନର ସିନ୍ଧ ପ୍ରଦେଶରେ ସବୁଠୁ ଅଧିକ ହିନ୍ଦୁ ବାସ କରିଥାଆନ୍ତି। ଶିକରପୁର ଜିଲାର ଏକ ଗ୍ରାମୀଣ ଅଞ୍ଚଳର ଝିଅ ହେଉଛନ୍ତି ସାନା। ମାତାପିତା ଚାହୁଁଥିଲେ ସେ ଡାକ୍ତରାଣୀ ହୁଅନ୍ତୁ। ଶାହୀଦ ମୋହତର୍ମା ବେନେଜିର ଭୁଟୋ ମେଡିକାଲ ୟୁନିଭର୍ସିଟିରୁ ସେ ୨୦୧୬ରେ ଏମ୍‌ବିବିଏସ୍‌ ପାଶ୍‌ କରିଥିଲେ। ପରେ ୟୁରୋଲୋଜିଷ୍ଟ ହେବା ପାଇଁ ପଢ଼ା ଶେଷ କରି ସେ ଫେଡେରାଲ ପବ୍ଲିକ୍‌ ସର୍ଭିସ କମିଶନରେ ନାମ ପଞ୍ଜୀକରଣ କରିଥିଲେ। ଶିକରପୁରର ଏକ ଛୋଟିଆ ସହର ଲାଖିର ଏକ ତାଲୁକା ହସ୍ପିଟାଲରେ ସେ ମେଡିକାଲ ଅଫିସର ଭାବେ ଯୋଗ ଦେଇଥିଲେ। କିନ୍ତୁ ସେ ଦେଖିବାକୁ ପାଇଲେ ଯେ, ଗ୍ରାମୀଣ ସିନ୍ଧ ଅଞ୍ଚଳରେ ଡାକ୍ତରୀ ସେବା ଅତ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ସେ ପ୍ରତିଦିନ ଅନେକ ରୋଗୀଙ୍କୁ ଦେଖିଥାଆନ୍ତି। କିନ୍ତୁ ଡାକ୍ତରଖାନାରେ ଔଷଧର ଘୋର ଅଭାବ ଯୋଗୁ ରୋଗୀମାନେ ଖାଲି ହାତରେ ଫେରିଥାଆନ୍ତି। ଏପରି କି ଅତ୍ୟନ୍ତ ଜରୁରୀ ଟିଟାନସ୍‌ର ଅଭାବ ଓ ଆବଶ୍ୟକ ଶଯ୍ୟା ନ ଥିବାରୁ ସେମାନଙ୍କ ଦୁର୍ଦ୍ଦଶା ବଢ଼ି ଚାଲୁଥିବା ସେ ଦେଖିବାକୁ ପାଇଥିଲେ। ତାଙ୍କ ମନରେ ପ୍ରଶ୍ନ ଉଠିଥିଲା ଲୋକମାନଙ୍କୁ ମୌଳିକ ସୁବିଧା ମିଳିପାରୁ ନ ଥିବା ବେଳେ ଏ ସରକାରୀ ଡାକ୍ତରଖାନାର ମାନେ କ’ଣ ? ତେବେ ୨୦୧୯ରେ ଯେତେବେଳେ ତାଙ୍କ ହସ୍ପିଟାଲକୁ ଶିକରପୁରର ଡେପୁଟୀ କମିଶନର ବୁଲିବାକୁ ଆସିଲେ, ସେତେବେଳେ ସାନା ଅନୁଭବ କଲେ ଲୋକେ ତାଙ୍କୁ କିଭଳି ସମ୍ମାନ ଦେଉଛନ୍ତି। ତାଙ୍କ ନିର୍ଦ୍ଦେଶ ମୁତାବକ ଅନେକ କାର୍ଯ୍ୟ ହୋଇଯାଉଥିବା ଦେଖି ସେ ସିଭିଲ ସର୍ଭିସରେ କ୍ୟାରିୟର କରିବାକୁ ମନ ବଳାଇଥିଲେ ବୋଲି କହିଥାଆନ୍ତି। ତା’ ପରେ ସେହି କଷ୍ଟକର ପରୀକ୍ଷା ଦେବାକୁ ସେ ବସିଲେ। ନିଜର ପ୍ରତିଭା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ପ୍ରଥମ ପଦାର୍ପଣରେ ସାନା ପାକିସ୍ତାନ ପ୍ରଶାସନିକ ସେବା ପାଇ ଇତିହାସ ରଚିଛନ୍ତି। ସିଏସ୍‌ଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୨୨୧ ପ୍ରାର୍ଥୀଙ୍କ ମଧ୍ୟରେ ତାଙ୍କ ନାମ ଦେଖି ଉତ୍‌ଫୁଲ୍ଲିତ ହୋଇଯାଇଥିଲେ। ଏକ କଷ୍ଟକର ପରୀକ୍ଷାରେ ପାଶ୍‌ କରି ଦେଶର ସର୍ବୋଚ୍ଚ ସେବାରେ ଯୋଗଦେବା ନିଶ୍ଚିତ ଭାବେ ଉତ୍ସାହଜନକ କଥା। ଉଲ୍ଲେଖଯୋଗ୍ୟ ଯେ, ଚଳିତ ଥର ସିଏସ୍‌ଏସ୍‌ ପରୀକ୍ଷାର ପାଶ୍‌ ହାର ରହିଥିଲା ମାତ୍ର ଦୁଇ ପ୍ରତିଶତ। ସାନା ପିଏଏସ୍‌ ପାଇବେ ବୋଲି ଘୋଷଣା ହେବା ପରେ ଈଶ୍ୱରଙ୍କ ଆଶୀର୍ବାଦରୁ ସେ ଏଭଳି ସ୍ଥାନରେ ପହଞ୍ଚତ୍ପାରିଛନ୍ତି ବୋଲି କହିଛନ୍ତି। ପାକିସ୍ତାନର ସର୍ବୋଚ୍ଚ ସେବା କ୍ଲବରେ ସାମିଲ ହୋଇଥିବାରୁ ପ୍ରଥମେ ତାଙ୍କୁ ଆସିଷ୍ଟାଣ୍ଟ କମିଶନର ପଦବୀ ମିଳିବ। ପରେ ପଦୋନ୍ନତି ପାଇ ସେ ଡିଷ୍ଟ୍ରିକ୍ଟ କମିଶନର ହେବେ।
୨୭ ବର୍ଷୀୟା ଏହି ଅବିବାହିତା ଅଧିକାରୀ ଯୁବବର୍ଗ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ତାଙ୍କ ପ୍ରତିଟି ସଫଳତା ସକାଶେ ସେ ମାତାପିତାଙ୍କୁ ଶ୍ରେୟ ଦେଇଛନ୍ତି। ଡାକ୍ତରରୁ ଏବେ ପ୍ରଶାସନିକ ଅଧିକାରୀ ହୋଇଥିବାରୁ ତାଙ୍କ ସେବା ପରିସର ବ୍ୟାପକ ହୋଇପାରିଛି। ଏଭଳି ସ୍ଥଳେ ସାନା ଜନସାଧାରଣଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନେଇପାରିବେ। ସାମାଜିକ ଓ ଅର୍ଥନୈତିକ ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନ ମଧ୍ୟ ତାଙ୍କ ଭଳି ଯୁବ ପ୍ରତିଭାଙ୍କଠାରୁ ଅନେକ କିଛି ଆଶା କରିବା ସ୍ବାଭାବିକ।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?