ଏଆଇସିଟିଇ ସହ ଓପୋର ସହଭାଗିତା

ଭୁବନେଶ୍ୱର,୯।୭ (ଅଭୟ ଦାଶ): ଅଲ୍‌ ଇଣ୍ଡିଆ କାଉନସିଲ ଫର୍‌ ଟେକ୍ନିକାଲ ଏଜୁକେଶନ ବା ଏଆଇସିଟିଇ ଏବଂ ଓପୋ ଇଣ୍ଡିଆ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ହୋଇଯାଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଯୋଗରେ ଏକ ନୂଆ ଅଭିଯାନ ‘ଜେନେରେଶନ ଗ୍ରୀନ୍‌ କ୍ୟାମ୍ପେନିଂ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୧ଏମ୍‌୧ବି (ୱାନ୍‌ ମିଲିୟନ ଫର୍‌ ୱାନ୍‌ ବିଲିୟନ) ଦ୍ୱାରା ପରିଚାଳିତ ଏହି ୧୦୦ ଦିନିଆ ପ୍ରୋଗ୍ରାମ ଭାରତୀୟ କଲେଜର ୫୦୦୦ ଛାତ୍ରୀଛାତ୍ରଙ୍କୁ ଇଣ୍ଟର୍ନଶିପ୍‌ ସୁଯୋଗ ଯୋଗାଇଦେବା ସହିତ ଯୁବପିଢ଼ିଙ୍କ ମଧ୍ୟରେ ସବୁଜ ଦକ୍ଷତାକୁ ପ୍ରୋତ୍ସାହିତ କରୁଛି। ଉଲ୍ଲେଖଯୋଗ୍ୟ, ଓପୋ ଇଣ୍ଡିଆ ହେଉଛି ଏଆଇସିଟିଇ ମାଧ୍ୟମରେ ଇଣ୍ଟର୍ନଶିପ ପ୍ରଦାନ କରୁଥିବା ପ୍ରଥମ ଇଲେକ୍‌ଟ୍ରୋନିକ୍ସ ମାନୁଫାକ୍ଚରିଂ କମ୍ପାନୀ ହୋଇଥିଲାବେଳେ ଏହି କ୍ୟାମ୍ପେନ ହେଉଛି, ଏଆଇସିଟିଇ, ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ୧କୋଟି ଟଙ୍କା ମୂଲ୍ୟ ଇଣ୍ଟର୍ନଶିପ୍‌ ମିଶନର ଏକ ଅଂଶ। ଏପରିକି ଏହା ୟୁଏନ୍‌ ସଷ୍ଟେନେବୁଲ ଡେଭ୍‌ଲପ୍‌ମେଣ୍ଟ ଗୋଲ୍ସ ହାସଲ କରିବା ଦିଗରେ ଯୋଗଦାନ ଦେବ। ଏ ସମ୍ପର୍କରେ ଏଆଇସିଟିଇର ଅଧ୍ୟକ୍ଷ ଡ. ଟିଜି ସୀତାରାମ କହିଛନ୍ତି,ଗ୍ରୀନ୍‌ ଇଣ୍ଟର୍ନଶିପ୍‌ ପ୍ରୋଗ୍ରାମ ପାଇଁ ଓପୋ ଇଣ୍ଡିଆ ସହ ସହଭାଗିତା କରି ଆମେ ବେଶ୍‌ ଉତ୍ସାହିତ (ଏଆଇସିଟିଇ ଗର୍ବ ଅନୁଭବ କରୁଛି) ଅଛୁ। ସେହିଭଳି ଓପୋ ଇଣ୍ଡିଆର ପବ୍ଲିକ ଆଫାୟାର୍ସ ବିଭାଗର ମୁଖ୍ୟ ରାକେଶ ଭରଦ୍ୱାଜ କହିଛନ୍ତି, ଆମେ ଏହି ପରିବର୍ତ୍ତନଶୀଳ ଅଭିଯାନରେ ଏଆଇସିଟିଇ ସହ ସହଭାଗିତା କରି ବେଶ୍‌ ଉତ୍ସାହିତ (ଖୁସି ଅନୁଭବ କରୁଛୁ) ଅଛୁ ଏବଂ ଆମର ସାମୂହିକ ପ୍ରୟାସଗୁଡିକ ଏହି ଦିଗରେ ପ୍ରଭାବକୁ ବୃଦ୍ଧି କରିବା ଜାରି ରଖିବ। ସେହିପରି ଏଆଇସିଟିଇର ଚିଫ୍‌ କୋର୍ଡିନେଟିଂ ଅଫିସର ଡ. ବୁଦ୍ଧ ଚନ୍ଦ୍ରଶେଖର କହିଛନ୍ତି, ଏଆଇସିଟିଇ ଇଣ୍ଟର୍ନଶିପ ପୋର୍ଟାଲ ୫୦ ଲକ୍ଷରୁ ଅଧିକ ଇଣ୍ଟର୍ନଶିପ୍‌ର ଆୟୋଜନ କରିଛି ଏବଂ ୨୦୨୫ ସୁଦ୍ଧା ୧କୋଟିରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ଆମେ ୫୦୦୦ ସଷ୍ଟେନେବିଲିଟି ଇଣ୍ଟର୍ନଶିପ ପ୍ରଦାନ କରିବା ପାଇଁ ଓପୋ ଇଣ୍ଡିଆ ସହ ସହଭାଗିତା କରି ଆନନ୍ଦିତ। ଏଭଳି ଇଣ୍ଟର୍ନଶିପରେ ଅଂଶଗ୍ରହଣ କରୁଥିବା ଛାତ୍ରୀଛାତ୍ରମାନେ ୨ରୁ ୩ଟି ଏକାଡେମିକ କ୍ରେଡିଟ ମଧ୍ୟ ଜିତିପାରନ୍ତି। ଏହି ସୁଯୋଗ ଏବେ ଏଆଇସିଟିଇ ଇଣ୍ଟର୍ନଶିପ୍‌ ପୋର୍ଟାଲରେ ଉପଲବ୍ଧ ହେଉଛି ଏବଂ ଛାତ୍ରୀଛାତ୍ରମାନେ ଏହି ଲିଙ୍କ୍‌ www.iamgenerationgreen.com ମାଧ୍ୟମରେ ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଭିତରକୁ ପଶୁପଶୁ ଦୁଇ ଛାତ୍ରଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ…

ଡିଭାଇଡରରେ ପିଟିହେଲା ଅତିକ ଅହମ୍ମଦଙ୍କ ପୁଅଙ୍କ କାର: ଚାଲିଗଲା ଜୀବନ

ଲକ୍ଷ୍ନୌ,୬।୮: ଏକ ସଡ଼କ ଦୁର୍ଘଟଣାରେ ଅତିକ ଅହମ୍ମଦଙ୍କ ପୁଅ ଅବନ ଅହମ୍ମଦଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଝାନ୍ସୀର ପୁଞ୍ଚ ଥାନା ଅଞ୍ଚଳରେ…

ଘରୋଇ କଳିର କରୁଣ ପରିଣତି, ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

ଭବାନୀପାଟଣା,୬ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର…

Gen Zକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ: ଦୁଇ ବର୍ଷ ମଧ୍ୟରେ…ଶୁଣିଲେ ସରକାର ହେବେ ଛାନିଆ!

ନୂଆଦିଲ୍ଲୀ,୬।୮: ବାଙ୍କିପୁର ଉପନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ଜନସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର (PK) ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ରାଜନୈତିକ ରଣନୀତି…

ଛାତ୍ର ଆନ୍ଦୋଳନକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା: କହିଲେ- ଉସୁକାଇବା ପାଇଁ..

ନୂଆଦିଲ୍ଲୀ,୬।୮: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରାଣାୱତ ଭାରତୀୟ ଜାତୀୟ କଂଗ୍ରେସର ନେତା ଏବଂ ଲୋକ…

RAC ଟିକେଟ୍ ଥିଲେ ଆଉ ଚିନ୍ତା ନାହିଁ, ଏବେ ମିଳିବ ପୁରା….

ନୂଆଦିଲ୍ଲୀ,୬।୮: ଭାରତୀୟ ରେଳରେ ଯାତ୍ରା କରୁଥିବା ଲକ୍ଷାଧିକ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘଦିନ ଧରି ଅନେକ ଯାତ୍ରୀଙ୍କ ଅଭିଯୋଗ ଥିଲା…

ଏହି କ୍ରିକେଟର୍‌ଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ଼: କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୮: କିମ୍ବଦନ୍ତୀ ବାଂଲାଦେଶୀ କ୍ରିକେଟର ଏବଂ ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି। ବାଂଲାଦେଶର ସବୁଠାରୁ ସଫଳ କ୍ରିକେଟରମାନଙ୍କ…

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri