Posted inଜାତୀୟ

ନିଜେ ଇ-ରିକ୍ସା ଚାଳକ,ବାପା ବଢ଼େଇ…ପାର୍ଲାମେଣ୍ଟରେ ହଙ୍ଗାମା କରି ଚର୍ଚ୍ଚାରେ ଲକ୍ଷ୍ନୌର ସାଗର ଶର୍ମା

ନୂଆଦିଲ୍ଲୀ,୧୩।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ବୁଧବାର ବଡ଼ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ଦର୍ଶକ ଗ୍ୟାଲେରୀରୁ ୨ ଜଣ ଯୁବକ ଏମ୍‌ପିମାନଙ୍କ ଲାଗି ଉଦ୍ଦିଷ୍ଟ ସ୍ଥାନକୁ ଡେଇଁଥିଲେ। ପରେ ସ୍ମୋକ୍‌ ଷ୍ଟିକ୍‌ ଦ୍ୱାରା ପାର୍ଲାମେଣ୍ଟରେ ଧୁଆଁ ଛାଡ଼ିଥିଲେ। ଏହି ଦୃଶ୍ୟ ଦେଖି କିଛି ସମୟ ଲାଗି ସମସ୍ତେ ଚକିତ ହୋଇଯାଇଥିଲେ। କେବଳ ସେତିକି ନୁହେଁ ପାର୍ଲାମେଣ୍ଟ ବାହାରେ ମଧ୍ୟ ଜଣେ ଯୁବକ ଏବଂ ଯୁବତୀ ମଧ୍ୟ ସମାନ ଢ଼ଙ୍ଗରେ ସ୍ଲୋଗାନ ଦେଉଥିବା ଦେଖାଯାଇଥିଲା। ଏଯାବତ ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମହାରାଷ୍ଟ୍ର ଲାତୁରର ଅମୋଲ ଶିନ୍ଦେ, ହରିୟାଣାର ନୀଲମ୍‌, ୟୁପିର ଲକ୍ଷ୍ନୌର ସାଗର ଶର୍ମା ପ୍ରମୁଖ ଅଛନ୍ତି। ପୋଲିସ ଏବେ ସମସ୍ତଙ୍କୁ ପଚରାଉଚରା କରୁଛି।

ସାଗର ଶର୍ମାଙ୍କ ବିଷୟରେ କହିଲେ ସେ ଜଣେ ଇ-ରିକ୍ସା ଚାଳକ। ଏହାପୂର୍ବରୁ ସେ ବେଙ୍ଗାଲୁରୁରେ ରହୁଥିଲେ। ସେଠାରୁ ସେ ୩ ମାସ ପୂର୍ବେ ଆସିଥିଲେ। କିଛି କାମ ନ ମିଳିବାରୁ ଇ-ରିକ୍ସା ଚଳାଇ ଗୁଜରାଣ ମେଣ୍ଟାଉଥିଲେ। ତାଙ୍କ ବାପା ଜଣେ ବଢ଼େଇ। ଘରେ ତାଙ୍କର ମାତ୍ର ୪ଜଣ ଲୋକ ଅଛନ୍ତି। ପ୍ରଥମେ ପୂରା ପରିବାର ଦିଲ୍ଲୀରେ ରହୁଥିବା ବେଳେ ୧୫ ବର୍ଷ ପୂର୍ବେ ରାମନଗରରେ ରହୁଛନ୍ତି। ଏବେ ସାଗରଙ୍କୁ ନେଇ ପରିବାରଲୋକେ ଜାଣିବା ପରେ ସମସ୍ତେ ଚିନ୍ତାରେ ବୁଡ଼ି ରହିଛନ୍ତି। ସେ ଜଣେ ସାଧାସିଧା ଯୁବକ ହୋଇଥିବା ବେଳେ ଏଭଳି କାଣ୍ଡ କେଉଁ କାରଣରୁ ଘଟାଇଛନ୍ତି ତାହାକୁ ସେମାନେ ବିଶ୍ୱାସ କରିପାରୁ ନ ଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri