‘ଲକ୍ଷ୍ମୀ’ ବସରେ ଆରମ୍ଭ ହେଲା ‘ୟୁପିଆଇ କ୍ୟୁଆର କୋଡ’ ବ୍ୟବସ୍ଥା

ଭୁବନେଶ୍ୱର,୧୩ା୧୨: ରାଜ୍ୟରେ ‘ଲକ୍ଷ୍ମୀ’ ବସରେ ଯାତାୟତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ‘ୟୁପିଆଇ କ୍ୟୁଆର କୋଡ’ର ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା ଯାତ୍ରୀମାନେ ସୁବିଧାରେ କ୍ୟୁଆର କୋଡ ସ୍କାନ କରି ଟଙ୍କା ଦେଇପାରିବେ।

ଏହି ବ୍ୟବସ୍ଥାର ଶୁଭାରମ୍ଭ କରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦିଆଯାଇଥିବାରୁ ଏହାର ଭୂୟସୀ ପ୍ରଶଂସା କରିଛନ୍ତି ଏବଂ ଓଏସ୍‌ଆରଟିସିର ଏହି ପଦକ୍ଷେପକୁ ମଧ୍ୟ ସାଧୁବାଦ ଜଣାଇଛନ୍ତି। ଓଏସଆରଟିସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦିପ୍ତେଶ ପଟ୍ଟନାୟକ କହିଛନ୍ତି, ‘ଏହା ବୈଷୟିକ ପ୍ରଗତିକୁ ସୂଚାଉଛି ଏବଂ କ୍ୟୁଆର କୋଡର ଶୁଭାରମ୍ଭ ସାର୍ବଜନୀନ ପରିବହନ ସେବା ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ପରିବହନ କମିଶନର ଅମିତାଭ ଠାକୁର ଏହି ଅଭିନବ ପ୍ରୟାସ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, ‘ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଏବଂ ଏଚଡିଏଫସି ମଧ୍ୟରେ ଭାଗିଦାରିତା ଏହି ପେମେଣ୍ଟ ପଦ୍ଧତିକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

KIIT ବିଶ୍ବବିଦ୍ୟାଳୟର ଲାଇସେନ୍ସ ରଦ୍ଦ ପାଇଁ ଶିଳ୍ପମନ୍ତ୍ରୀଙ୍କୁବି ଦାବିପତ୍ର

ଭୁବନେଶ୍ୱର,୧୮।୨: KIIT ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ ମୃତ୍ୟୁ ମାମଲାରେ ସାରା ବିଶ୍ୱରେ ନିନ୍ଦିତ ହୋଇଛି ଓଡିଶା। ଏହି ଘଟଣାରେ ଶିକ୍ଷାନୁଷ୍ଠାନରେ ଅଶାନ୍ତ ବାତାବରଣ...

ଗ୍ରୀଷ୍ମ ପ୍ରବାହ ପାଇଁ ସକାଳୁଆ ପାଠପଢ଼ା ସହ ପରୀକ୍ଷା କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୮ା୨(ସୁଚିସ୍ମିତା ସାହୁ): ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଖରା ତାତି ଅସହ୍ୟ ହେଉଥିବାରୁ ଏହା ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ପ୍ରଭାବିତ କରୁଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି...

ଆଜିଠାରୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର,୧୮ା୨(ସୁଚିସ୍ମିତା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରଥମଥର କଳା, ବାଣିଜ୍ୟ, ବିଜ୍ଞାନ ଓ...

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅଶ୍ଳୀଳ ଇଙ୍ଗିତ ,ପରେ…

ନିରାକାରପୁର,୧୭ା୨(ମାନାସ ଚନ୍ଦ୍ର ପଟ୍ଟନାୟକ): ଟାଙ୍ଗୀ ବ୍ଲକ ଅଧୀନ ଡିଆ ପଞ୍ଚାୟତର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ବରିଷ୍ଠ ଶିକ୍ଷକ ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା...

ମୋ ବସ୍‌ ଦୁର୍ଘଟଣା ମାମଲା : ଝିଅ ପରେ ଚାଲିଗଲା ମା’ଙ୍କ ଜୀବନ

ଭୁବନେଶ୍ୱର,୧୭ା୨(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡ଼ା ଡିଏନ୍‌ ରେଗାଲିଆ ନିକଟରେ ଶୁକ୍ରବାର ରାତିର ଘଟିଥିବା ମୋ ବସ୍‌ ଦୁର୍ଘଟଣାରେ ଆହତ ଆଉ ଜଣଙ୍କ...

କିଟ୍‌ର ୨ ସିକ୍ୟୁରିଟି ଗାର୍ଡ ଅଟକ

ଭୁବନେଶ୍ୱର,୧୭।୨:ଓଡ଼ିଶାର ଭୁବନେଶ୍ୱରସ୍ଥିତ KIIT ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କ୍ୟାମ୍ପସ ଭିତରେ ଛାତ୍ରଙ୍କୁ ମାଡ଼ ଘଟଣାରେ ୨ ସିକ୍ୟୁରିଟି...

Cyber Attack On Pension: ସାବଧାନ! କରନ୍ତୁନି ଏହି ଭୁଲ୍‌, ନହେଲେ ହଡ଼ପ ହୋଇଯିବ ସବୁ ପେନସନ

ନୂଆଦିଲ୍ଲୀ,୧୭।୨: ଆପଣଙ୍କୁ ଏବେ ଟଙ୍କାର ଅତ୍ୟନ୍ତ ଆବଶ୍ୟକତା ଅଛି କିନ୍ତୁ ଋଣ ନେବାକୁ ଚାହୁଁନାହଁ। ଏପରି ପରିସ୍ଥିତିରେ, ଟଙ୍କା ଉଠାଇବା ପାଇଁ ଆପଣଙ୍କ ନଜର ପେନସନ...

KIIT ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କଲା କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ

କାଠମାଣ୍ଡୁ,୧୭।୨: ଓଡ଼ିଶାର ଭୁବନେଶ୍ୱରସ୍ଥିତ KIIT ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏବେ ଏହି ଘଟଣାକୁ ନେଇ କାଠମାଣ୍ଡୁସ୍ଥିତ ଭାରତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri