ପାର୍ଲାମେଣ୍ଟ ବାହାରେ ନିଜକୁ ଜଳାଇବାକୁ ଚାହୁଁଥିଲେ ଅଭିଯୁକ୍ତ ସାଗର! ଡାଏରୀରେ ଲେଖିଥିଲେ ‘ବିଦାୟ ନେବାର ବେଳ…’

ନୂଆଦିଲ୍ଲୀ,୧୬।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି କ୍ରମରେ ଶନିବାର ଅଭିଯୁକ୍ତ ସାଗର ଶର୍ମା ସଦନ ବାହାରେ ନିଜକୁ ନିଆଁ ଲଗାଇବାକୁ ଯୋଜନା କରିଥିବା ଜଣାପଡ଼ିଛି। ଏଥିଲାଗି ସେ ସ୍ବତନ୍ତ୍ର ଭାବେ ଉପଲବ୍ଧ ହେଉଥିବା ଜେଲ୍‌ କିଣିଥାନ୍ତେ। ହେଲେ ଅନଲାଇନ୍‌ ପେମେଣ୍ଟ ହୋଇ ନ ପାରିବା କାରଣରୁ ଯୋଜନାକୁ ସେ କାର୍ଯ୍ୟକାରୀ କରିପାରି ନ ଥିବା ପଚରାଉଚରାରେ କହିଛନ୍ତି।

ଲକ୍ଷ୍ନୌର ଅଭିଯୁକ୍ତ ସାଗର ପଚରାଉଚରାରେ ପୋଲିସକୁ କହିଛନ୍ତି ଯେ, ପୂର୍ବରୁ ତାଙ୍କର ଭିନ୍ନ ଯୋଜନା ଥିଲା। ସେ ପାର୍ଲାମେଣ୍ଟ ବାହାରେ ନିଜ ଦେହରେ ନିଆଁ ଲଗାଇଥାନ୍ତେ। ହେଲେ କାରଣବଶତଃ ଏହି ଯୋଜନା ଭଣ୍ଡୁର ହୋଇଯାଇଥିଲା।

ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍‌କୁ ସାଗର କହିଛନ୍ତି, ଯୋଜନା ମୁତାବକ ସେ ଜେଲ୍‌ ଭଳି ଜିନିଷକୁ ଅନଲାଇନ୍‌ରେ କିଣିଥାନ୍ତେ। ଏହାଦ୍ୱାରା ନିଆଁ ଲଗାଇଲେ ବି ଶରୀରକୁ କୌଣସି କ୍ଷତି ପହଞ୍ଚି ନ ଥାନ୍ତା। ହେଲେ ଅନଲାଇନ୍‌ ପେମେଣ୍ଟ ହୋଇ ନ ପାରିବାର କାରଣରୁ ଜେଲ୍‌କୁ କିଣାଯାଇପାରିଲା ନାହିଁ। ଏହି କାରଣଣୁ ପାର୍ଲାମେଣ୍ଟ ବାହାରେ ନିଜକୁ ନିଆଁ ଲଗାଇବା ଯୋଜନା ଡ୍ରପ୍‌ କରିବାକୁ ପଡ଼ିଥିଲା।

ପୂର୍ବରୁ ଲକ୍ଷ୍ନୌରେ ଥିବା ସାଗରଙ୍କ ଘରୁ ଏକ ଡ଼ାଏରୀ ମିଳିଥିଲା। ଏଥିରେ ଲେଖାଥିଲା ଯେ ଘରୁ ବିଦା ହେବାର ସମୟ ପାଖେଇ ଆସୁଛି। ଏବେ ପରିବାରଲୋକେ ଏହାକୁ ସ୍ଥାନୀୟ ପୋଲିସକୁ ଦେଇଛନ୍ତି। ୨୦୧୫ରୁ ୨୦୨୧ ଯାଏ ଏହି ଡାଏରୀରେ ଅନେକ କିଛି ଲେଖାଯାଇଛି।

କହିରଖୁଛୁ, ସାଗର ଦ୍ୱାଦଶ ପାଠପଢ଼ା ଶେଷ କରିଛନ୍ତି। ସେ ସେନାରେ ସାମିଲ ହେବାକୁ ଚାହୁଁଥିଲେ। ଏଥିଲାଗି ସେ ଚେଷ୍ଟା ମଧ୍ୟ କରିଥିଲେ ହେଁ ବିଫଳ ହୋଇଥିଲେ। ଏହାପରେ ସେ ବେଙ୍ଗାଲୁରୁ ଯାଇ କିଛି ବର୍ଷ ରହିଥିଲେ। କିଛି ମାସ ପୂର୍ବରୁ ଘରକୁ ଫେରିଥିଲେ। ନିଜର ଗୁଜରାଣ ମେଣ୍ଟାଇବାକୁ ସେ ଇ-ରିକ୍ସା ଚଳାଇବା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଗା ଦର୍ଶନ ସାରି ଫେରୁଥିଲେ, ଘରକୁ ଧକ୍କା ଦେଲା ବୋଲେରୋ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୬ା୬(ସବିତା ମିଶ୍ର): ଜଗା ଦର୍ଶନ ସାରି ଫେରିବା ବେଳେ ରାସ୍ତାକଡ଼ରେ ଥିବା ଏକ ଘରକୁ ଧକ୍କା ଦେଇଛି ଏକ ବୋଲେରୋ। ଫଳରେ ଏଥିରେ ୮ ଜଣ ଆହତ…

ଲକ୍ଷ ଲକ୍ଷ କର୍ମଚାରୀ, ପେନସନଭୋଗୀଙ୍କ ପାଇଁ ବଡ଼ ଖବର: ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ, ୬।୬: ଗୋଟିଏ ପଟେ କେନ୍ଦ୍ରୀୟ କର୍ମଚାରୀମାନେ ଦୀର୍ଘ ଦିନ ହେବ ଅଷ୍ଟମ ବେତନ କମିଶନ (8th Pay Commission) ଅଧୀନରେ ମହଙ୍ଗା ଭତ୍ତା (DA) ଏବଂ…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ପୁଳାପୁଳା ସମ୍ପତ୍ତି ଠାବ

ବାଲିଗୁଡା,୬।୬:(ସଞ୍ଜୟ କୁମାର ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ବାଲିଗୁଡା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଭିଜିଲାନ୍ସ…

ହଠାତ୍‌ ଘରେ ପଶିଲେ ଦୁର୍ବୃତ୍ତ: ବେକରେ ଭୁଜାଲି ଲଗାଇ ଲୁଟିନେଲେ ଅଳଙ୍କାର ସହ ନଗଦ ଟଙ୍କା

ଆଳି, ୬।୬(ବନମାଳୀ ସେନାପତି): ବନ୍ଧୁକ ମୁନରେ ଲୁଟିନେଲେ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା l ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮.୩୦ ସମୟରେ…

ଟସ୍‌ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ମାନବ

ଚଣ୍ଡିଗଡ,୬।୬:ଭାରତ ବନାମ ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି। ଶୁବମନ ଗିଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଳ ୮…

ସିଜେଆଇ ସୂର୍ଯ୍ୟକାନ୍ତଙ୍କୁ ଏମିତି ପ୍ରଶ୍ନ ପଚାରିଲେ ମହିଳା, ଉଠିଲା ଝଡ଼; କଡ଼ା ଜବାବ ଦେଲେ…

ନୂଆଦିଲ୍ଲୀ,୬।୬: ବ୍ରିଟେନର ୟୁନିଭର୍ସିଟି ଅଫ ଲଣ୍ଡନର ବିର୍କବେକ କଲେଜରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ଏକ କାର୍ଯ୍ୟକ୍ରମ ସମୟରେ ହଙ୍ଗାମା ଦେଖିବାକୁ ମିଳିଛି। ଏଠାରେ କିଛି…

ଇସ୍କନ୍‌ର ଅଦିନିଆ ରଥଯାତ୍ରା: ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି ମହାରାଜା

ଭୁବନେଶ୍ୱର, ୬ା୬ (ବନ୍ଦନା ସେଠୀ):ବାରମ୍ବାର ବାରଣ ଏବଂ ଅନୁରୋଧ କରିବା ପରେ ବି ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ୍‌। ବିଦେଶରେ ବର୍ଷର ବିଭିନ୍ନ ସମୟରେ ରଥଯାତ୍ରା…

ପଶ୍ଚିମବଙ୍ଗରେ ଟିଏମସି ସଂକଟ ବଢ଼ିଲା, କଂଗ୍ରେସ ଶିବିରରେ ଖୁସିର ଲହରୀ,ଜାଣନ୍ତୁ କାହିଁକି

କୋଲକାତା,୬।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରାଜୟ ପରେ, ଟିଏମସି ଭାଙ୍ଗିଯାଇଛି। ମମତା ବାନାର୍ଜୀଙ୍କ ସମ୍ମୁଖରେ ଦଳକୁ ଏକ ରଖିବାର ଚ୍ୟାଲେଞ୍ଜ ରହିଛି, ଯେତେବେଳେ ନେତାମାନେ ଦଳ ଛାଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri