ରଥଯାତ୍ରା ପାଇଁ ପାର୍କିଂ ଟେଣ୍ଡରରେ ପାତରଅନ୍ତର

ପୁରୀ ଅଫିସ,୧୨।୬: ରଥଯାତ୍ରା ପାଇଁ ପାର୍କିଂ, ଜୋତାଷ୍ଟାଣ୍ଡ ଓ ଉଠା ଦୋକାନୀଙ୍କଠାରୁ ଶୁଳ୍କ ଆଦାୟ କରିବା ପାଇଁ ପୁରୀ ମ୍ୟୁନିସିପାଲିଟି ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କରିଛି। ତେବେ ଟେଣ୍ଡର ଡକାଯିବା ପୂର୍ବରୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ପାତରଅନ୍ତର କରି ଟେଣ୍ଡର ବାଣ୍ଟୁଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଦୁଇ ଦିନ ତଳେ ପୁରୀ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ଉପରୋକ୍ତ ସେବା ଲାଗି ଟେଣ୍ଡରର ଏକ ତାଲିକା ଲଗାଯାଇଥିଲା। ଯେଉଁଥିରେ ଉଭୟ ଦୁଇଚକିଆ ଓ ଚାରିଚକିଆ ଯାନର ପାର୍କିଂସ୍ଥଳୀ ପାଇଁ ଟେଣ୍ଡର ଡକାଯାଇଥିବା ଦର୍ଶାଯାଇଥିଲା। ସର୍ବମୋଟ୍‌ ୨୩ଟି ଟେଣ୍ଡର ପାଇଁ ମ୍ୟୁନିସିପାଲିଟି ସାଧାରଣଙ୍କୁ ଆମନ୍ତ୍ରଣ ଦେଇଥିଲା। ମାତ୍ର ଶନିବାର ଜିଲା ପ୍ରଶାସନର ଅନଲାଇନ୍‌ ପୋର୍ଟାଲରେ ପ୍ରକାଶ ପାଇଥିବା ତାଲିକା ସମ୍ପୃକ୍ତ ଅଫଲାଇନ୍‌ ତାଲିକାଠାରୁ ଭିନ୍ନ ଅଛି। ଟେଣ୍ଡରରେ ଅଂଶଗ୍ରହଣ କରିବାକୁ ଥିବା ଲୋକେ ଅନ୍‌ଲାଇନ ତାଲିକାରେ ୨୩ଟି ଟେଣ୍ଡରରୁ କମ୍‌ ଥିବା ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ଆର୍‌ ଆଣ୍ଡ ଟି ଓଡ଼ିଶା ଗ୍ରୁପ ପକ୍ଷରୁ ଟୁଇଟ୍‌ ଯୋଗେ ଅଭିଯୋଗ କରାଯାଇଛି।
ଅଭିଯୋଗ ହେଉଛି ଯେ, ଟେଣ୍ଡରର ସଂଖ୍ୟାକୁ ଜାଣିଶୁଣି କମାଇ ଦିଆଯାଇ ବିତ୍ତଶାଳୀ ଲୋକଙ୍କୁ ଟେଣ୍ଡର ଦିଆଯାଉଛି। ଫଳରେ ଟେଣ୍ଡର ସର୍ବସାଧାରଣ ଉଦ୍ଦେଶ୍ୟରେ ଉପଲବ୍ଧ ହେଉ ନାହିଁ। ବିଶେଷ କରି ଚାରିଚକିଆ ଯାନ ପାର୍କିଂ ପାଇଁ ଟେଣ୍ଡର ତାଲିକାକୁ ଅନ୍‌ଲାଇନରେ ସାମିଲ କରାଯାଇ ନ ଥିବାରୁ ମ୍ୟୁନିସିପାଲିଟିର ସ୍ବଚ୍ଛତା ଓ ନିରପେକ୍ଷତା ନେଇ ପ୍ରଶ୍ନ ଉଠୁଛି। ଏ ସମ୍ପର୍କରେ ଯୁବନେତା ଆଲୋକ କୁମାର ଦାସ କହିଛନ୍ତି, ରଥଯାତ୍ରା ଲାଗି ହୋଇଥିବା ପାର୍କିଂ ଭଳି ସବୁ ଟେଣ୍ଡରରେ ମ୍ୟୁନିସିପାଲିଟି ସବୁ ଦଳକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛି। ଏଣୁ ଦଳ ଭିତରେ ଥିବା ମୁଷ୍ଟିମେୟ ଲୋକଙ୍କୁ ଟେଣ୍ଡର ମିଳୁଛି। ସାଧାରଣ ଲୋକେ ପାର୍କିଂ ଷ୍ଟାଣ୍ଡ ଓ ସମସ୍ତ ପ୍ରକାର ଟେଣ୍ଡରିଂରୁ ବଞ୍ଚିତ ହେଉଛନ୍ତି। ମ୍ୟୁନିସିପାଲିଟି ଭୁଲ୍‌ରେ ଟେଣ୍ଡରର ସଂଖ୍ୟା କମାଇବାକୁ ଚେଷ୍ଟା କରିଛି, ଅଥବା ଜାଣିଶୁଣି କାହାରି ଫାଇଦା ପାଇଁ ଏପରି କରିଛି। ସାଧାରଣ ଲୋକେ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାର ସୁଯୋଗ ପାଆନ୍ତୁ ବୋଲି ସେ କହିଛନ୍ତି। ଏ ନେଇ ପୁରୀ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି, ଯାନ୍ତ୍ରିକ ତ୍ରୁଟି ହେତୁ ଏଭଳି ହୋଇଛି। ଟେଣ୍ଡର ତାଲିକାର ଗୋଟିଏ ପୃଷ୍ଠାକୁ ଭୁଲବଶତଃ ଅପଲୋଡ୍‌ କରାଯାଇପାରି ନ ଥିଲା। ଫଳରେ ସାଧାରଣରେ ଭ୍ରମ ଧାରଣା ସୃଷ୍ଟି ହୋଇଛି। ଟେଣ୍ଡର ପ୍ରକ୍ରିୟା ସ୍ବଚ୍ଛ ଭାବେ ସମ୍ପାଦିତ ହେବ।
ସଦ୍ୟ ପ୍ରକାଶିତ ଟେଣ୍ଡର ତାଲିକାରେ ମୁକ୍ତାକାଶ ରଙ୍ଗମଞ୍ଚ ଓ ମୁଣ୍ଡିଆମରାଠାରେ ଜୋତାଷ୍ଟାଣ୍ଡ, ଭୋଳାନାଥ ବିଦ୍ୟାଳୟ ନିକଟରେ ସାଇକେଲ ଷ୍ଟାଣ୍ଡ, ମଶାଣିଚଣ୍ଡୀ, କୃଷକ ବଜାର, ଜିଲା ସ୍କୁଲ, ମୋଚିସାହି, ନୀଳାଦ୍ରି ବିଚ୍‌, ବ୍ଲୁଫ୍ଲାଗ୍‌ ବିଚ୍‌, ନୀଳାଚଳ ଅଶୋକ, ଦିଗବାରେଣୀ ଖୁଣ୍ଟିଠାରେ ଦୁଇଚକିଆଯାନ ଷ୍ଟାଣ୍ଡ ପାଇଁ ଟେଣ୍ଡର ଡକାଯିବ। ସେହିଭଳି ଫ୍ଲୋରିସ୍‌ ଇଣ୍ଡିଆ, ଭୂଦାନ ଛକ, ଏସ୍‌ସିଏସ୍‌ କଲେଜ୍‌, ସଂସ୍କୃତ ବିଶ୍ୱବିଦ୍ୟାଳୟ, ଇନ୍‌ଡୋର ଷ୍ଟାଡିୟମ୍‌, ହେଲିପ୍ୟାଡ୍‌, ବଳିଆପଣ୍ଡା, ଷ୍ଟରଲିଂ ରୋଡ୍‌ ଓ ଦିଗବାରେଣୀ ଖୁଣ୍ଟିଠାରେ ଚାରିଚକିଆ ଯାନ ଷ୍ଟାଣ୍ଡ ପାଇଁ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ରଥଯାତ୍ରା ସମୟରେ ପାର୍କିଂ ବାବଦକୁ ଜୋତା ପାଇଁ ୫ ଟଙ୍କା, ଆସବାବପତ୍ର ବାବଦକୁ ଜଣକା ୧୦ ଟଙ୍କା, ସାଇକେଲକୁ ୫ ଟଙ୍କା, ଦୁଇଚକିଆ ଯାନକୁ ୧୦ ଟଙ୍କା ଓ ଚାରିଚକିଆ ଯାନ ବାବଦକୁ ୫୦ ଟଙ୍କା ଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଦେବା ନାଁରେ ନିର୍ଯାତନା

ଜଗତ୍‌ସିଂହପୁର ଅଫିସ୍‌, ୯।୧: ଭଲ କମ୍ପାନୀରେ ଚାକିରି କରାଇଦେବାକୁ କହି ଜଗତ୍‌ସିଂହପୁର ଥାନା ଅଳସୁଧା ଗ୍ରାମର ଦେବେନ୍ଦ୍ର ବେହେରାଙ୍କଠାରୁ ଜଣେ ବ୍ୟକ୍ତି ୫୦ ହଜାର ଟଙ୍କା,...

କାନ୍ତକବିଙ୍କ ସ୍ମୃତି ରକ୍ଷା ପାଇଁ ପଦକ୍ଷେପ ନିଆଯିବ: ପର୍ଯ୍ୟଟନ ମନ୍ତ୍ରୀ

ଭଦ୍ରକ ଅଫିସ,୧୦।୬: କାନ୍ତକବି ଲଷ୍ମୀକାନ୍ତ ମହାପାତ୍ର ସ୍ମୃତି ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ...

ବିତରଣରେ ହେରଫେର ଅଭିଯୋଗ

ଅନୁଗୋଳ ଅଫିସ, ୧୯।୪ – ଅନୁଗୋଳ ଜିଲା ଛେଳିଆପଡ଼ାସ୍ଥିତ ଖାଉଟି ଦ୍ରବ୍ୟ ବିତରକ ଜନ୍ମେଜୟ ସାହୁ (ଡିଲର ନମ୍ବର- ୦୧୦୧ପି୦୬୦) ୩ ମାସର ରାଶନ ସାମଗ୍ରୀ...

କୋରାପୁଟରେ ପ୍ରତିଦିନ ୧୦୦ ଟପୁଛି କରୋନା ପଜିଟିଭ୍‌ ସଂଖ୍ୟା

କୋରାପୁଟ,୧୯ା୯(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ କିଛିଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପୁଛି। ଜିଲାରେ ଶନିବାର ଆଉ ୧୧୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥି...

ହତ୍ୟା ଉଦ୍ୟମ ମାମଲା: ଜେଲ୍‌ ଗଲେ ଦୁଇ ଭାଇ

ଦିଗପହଣ୍ଡି,୩୧ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ ବ୍ରାହ୍ମଣ ନୂଆପଡ଼ା ଗାଁର ଦୁଇ ଭାଇ ବି. ଶ୍ୟାମସୁନ୍ଦର ଏବଂ ବି. ଶ୍ରୀରାମୁଲୁଙ୍କୁ ରବିବାର ଗିରଫ...

ରିଲିଫ ପାଣ୍ଠିକୁ ୫୦ ହଜାର ଦେଲେ ପ୍ରଧାନଶିକ୍ଷୟିତ୍ରୀ

ପୋଲସରା,୧୦ା୪(ଡି.ଏନ.ଏ.)-ମହାମାରୀ କରୋନ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପୋଲସରା ଲିଙ୍ଗରାଜ ବାଳିକା ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜିତା ସାହୁ ୫୦ ହଜାର ଟଙ୍କା ଦାନ...

ଆଇଆଇଟି ହାଇଦ୍ରାବାଦ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

କେନ୍ଦ୍ରାପଡ଼ା ଅଫିସ, ୨୭ା୮: ଖରସ୍ରୋତା ନଦୀରୁ ପାଣି ଉଠାଇବା ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଆଇଆଇଟି ହାଇଦ୍ରାବାଦର ସର୍ଭେ ରିପୋର୍ଟକୁ ଆୟୁଧ କରାଯାଇଛି। ପ୍ରଶାସନିକ...

ରାଜଧାନୀରେ ବଡ଼ ର଼୍ୟାକେଟ: ବିଲ୍ଡରଙ୍କୁ ହନିଟ୍ରାପ୍‌ରେ ଫସାଇ କାର୍‌, ଟଙ୍କା ଲୁଟ୍‌

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜଧାନୀରେ ହନିଟ୍ରାପ୍‌ ର଼୍ୟାକେଟ ସକ୍ରିୟ ହୋଇଉଠିଛି। ଲୁଟେରାମାନେ ସୁନ୍ଦରୀ ଝିଅଙ୍କ ସହ ମଉଜମସ୍ତି କରିବା ଲୋଭ ଦେଖାଇ ଧନୀ ଲୋକଙ୍କୁ ଫସାଇ ସର୍ବସ୍ବ ଲୁଟୁଛନ୍ତି।...

Advertisement
Archives

Model This Week