Posted inଖେଳ

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଉଦ୍‌ଘାଟନୀ ସମାରୋହ: ଆକର୍ଷଣରେ ଲେଡି ଗାଗା, ସେଲିନ୍‌ ଡିଅନ, ଆୟା

ପ୍ୟାରିସ୍‌,୨୬ା୭(ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆୟୋଜିତ ହେବାକୁ ଯାଉଥିବା ବେଳେ ଏହାର ଉଦ୍‌ଘାଟନୀ ସମାରୋହ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମ ଥର ପାଇଁ ମୁକ୍ତାକାଶରେ ଏକ ନଦୀ ଉପରେ ୬ କି.ମି. ଯାଏ ଏହି ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ। ସ୍ଥାନୀୟ ସମୟ ସନ୍ଧ୍ୟା ୭.୩୦ ତଥା ଭାରତୀୟ ସମୟ ରାତି ୧୧.୦୦ରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରସିଦ୍ଧ ଥିଏଟର ନିର୍ଦ୍ଦେଶକ ଥୋମାସ ଜଲି ଏହି ମୁକ୍ତାକାଶ କାର୍ଯ୍ୟକ୍ରମରେ ସିନ୍‌ ନଦୀକୁ ମଞ୍ଚ ଭାବରେ ବ୍ୟବହାର କରିବେ। ସୂର୍ଯ୍ୟାସ୍ତ ସମୟରେ ଉଦ୍‌ଘାଟନୀ ସମାରୋହ କରାଯିବା ସହ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଫ୍ରାନ୍ସବାସୀଙ୍କୁ ସେମାନଙ୍କ ଇତିହାସ ସମ୍ପର୍କରେ ସୂଚିତ କରାଯିବ। ଉଦ୍‌ଘାଟନୀ ସମାରୋହରେ ଆମେରିକୀୟ ଗାୟିକା ଲେଡି ଗାଗା, କାନାଡିଆନ୍‌ ଗାୟିକା ସେଲିନ୍‌ ଡିଅନ୍‌ ଓ ଫ୍ରେଞ୍ଚ ମାଲିଆନ୍‌ ଗାୟିକା ଆୟା ନାକାମୁରା ସଙ୍ଗୀତ ପରିବେଷଣ କରିବେ ବୋଲି ଜଣାପଡିଛି।

ଖେଳାଳିଙ୍କ ପାଇଁ ଅନୁଷ୍ଠିତ ପରେଡ୍‌ରେ ଭାରତୀୟ ଖେଳାଳିଙ୍କ ନେତୃତ୍ୱ ନେବେ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ସଟଲର ପି.ଭି. ସିନ୍ଧୁ ଓ ଭେଟେରାନ୍‌ ଟେବୁଲ ଟେନିସ୍‌ ଖେଳାଳି ଅଚନ୍ତା ଶରଥ କମଲ। ଉଭୟ ନିଜ କ୍ରୀଡ଼ା ବର୍ଗର ପ୍ରଥମ ଆଥଲେଟ୍‌ ଭାବରେ ଧ୍ୱଜାବାହକ ହେବାର ଗୌରବ ଅର୍ଜନ କରିଛନ୍ତି। ଚଳିତ ଅଲିମ୍ପିକ୍ସ ପାଇଁ ଭାରତ ୧୧୭ ଜଣିଆ ଆଥଲେଟିକ୍ସ ଦଳ ପଠାଇଥିବା ବେଳେ ୧୬ କ୍ରୀଡ଼ା ଇଭେଣ୍ଟର ୬୯ ପଦକ ପାଇଁ ଖେଳାଳି ମାନେ ପ୍ରତିଦ୍ୱନ୍ଦ୍ୱିତା କରିବେ।
ସୁରକ୍ଷାକୁ ନେଇ ଚିନ୍ତା

ଅତୀତରେ ଫ୍ରାନ୍ସରେ ଭୟାବହ ଆକ୍ରମଣ ଘଟିଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାମାନ୍ୟ ଚିନ୍ତା ରହିଛି। ୨୦୧୫ରେ ଇସଲାମିକ୍‌ ଷ୍ଟେଟର ଆତଙ୍କବାଦୀଙ୍କ ଆକ୍ରମଣ କାରଣରୁ ୧୩୦ରୁ ଅଧିକ ଲୋକଙ୍କ ପ୍ରାଣହାନି ହୋଇଥିବା ବେଳେ ୧୦,୫୦୦ ଆଥଲେଟ ଓ ଭ୍ରମଣକାରୀ ଦର୍ଶକଙ୍କ ସୁରକ୍ଷା ବ୍ୟବସ୍ଥା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୁକ୍ତାକାଶରେ ଇଭେଣ୍ଟ ଆୟୋଜନ ହେଉଥିବା ବେଳେ ସମସ୍ତଙ୍କୁ ପୂର୍ଣ୍ଣ ସୁରକ୍ଷା ଦେବା ପାଇଁ ପ୍ୟାରିସ୍‌ ସେନା ଛାଉଣିରେ ପରିଣତ ହୋଇଯାଇଛି। ୪୫ ହଜାର ପୋଲିସ କର୍ମୀଙ୍କ ସହିତ ୧୦ ହଜାର ମିଲିଟାରୀ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ସାଧାରଣତଃ ଅଲିମ୍ପିକ୍ସରେ କ୍ରୀଡ଼ାଗ୍ରାମରେ ସମସ୍ତ ଇଭେଣ୍ଟ ହୋଇଥାଏ। ତେବେ ପ୍ୟାରିସ୍‌ରେ ଏହାର ବିଭିନ୍ନ ଐତିହାସିକ ସ୍ଥଳକୁ ଅସ୍ଥାୟୀ ଷ୍ଟାଡିୟମରେ ପରିଣତ କରାଯାଇଛି। ଏଭଳି ସ୍ଥାନରେ ଲୋକଙ୍କ ଭିଡ଼ ସୁରକ୍ଷା ଜନିତ ସମସ୍ୟା ସୃଷ୍ଟି କରିପାରେ। ସେହିପରି ସୁରକ୍ଷାରେ ଏଆଇର ବ୍ୟବହାର ହୋଇଥିବାରୁ ଏହାକୁ ନେଇ ମଧ୍ୟ ସାମାନ୍ୟ ଚିନ୍ତା ଜାହିର କରିଛନ୍ତି କ୍ରୀଡ଼ାପ୍ରେମୀ।
ପ୍ରଥମ ଥର ସମାନ ସଂଖ୍ୟାରେ ମହିଳା

ଅତୀତରେ ଅଲିମ୍ପିକ୍ସକୁ ପୁରୁଷ ପ୍ରାଧାନ୍ୟ କ୍ରୀଡ଼ା ଇଭେଣ୍ଟ ଭାବରେ ବିବେଚନା କରାଯାଉଥିଲା। ୧୯୦୦ ମସିହାରେ ପ୍ୟାରିସ୍‌ରେ ଖେଳା ଯାଇଥିବା ଅଲିମ୍ପିକ୍ସରେ ୨୨ ଜଣ ମହିଳା ଆଥଲେଟ ଭାଗ ନେଇଥିଲେ। ତେବେ ଚଳିତ ବର୍ଷରେ ପ୍ରଥମ ଥର ପାଇଁ ପୁରୁଷ ଓ ମହିଳା ଖେଳାଳିଙ୍କ ସଂଖ୍ୟା ସମାନ ରହିଛି। ୫୨୫୦ ଜଣ ଲେଖାଏ ପୁରୁଷ ଓ ମହିଳା ଖେଳାଳି ଏଥର ଭାଗ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?