Posted inଜାତୀୟ

ପରୀକ୍ଷାକୁ ଡରିବା ଉଚିତ ନୁହେଁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ବୋର୍ଡ ପରୀକ୍ଷା ପୂର୍ବରୁ ଦେଶର ଛାତ୍ରୀଛାତ୍ରଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା କରିଛନ୍ତି। ପରୀକ୍ଷା ପୂର୍ବରୁ ଆତ୍ମବିଶ୍ୱାସ ବଡାଇବା ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରୀଛାତ୍ରଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ପରୀକ୍ଷା କେବଳ ଭବିଷ୍ୟତ ପାଇଁ ଏକ ସୁଯୋଗ। ଛାତ୍ରୀଛାତ୍ରଙ୍କ ପାଇଁ ପରୀକ୍ଷା ଜୀବନର ଶେଷ ମାଇଲଖୁଣ୍ଟ ନୁହେଁ। ଏଣୁ ଅଭିଭାବକ ଓ ଶିକ୍ଷକ ପିଲାଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପରୀକ୍ଷାକୁ ଡରିବା ଉଚିତ ନୁହେଁ। ପରୀକ୍ଷା ଅଚାନକ ଆସି ନ ଥାଏ। ଏନେଇ ସମୟ ନିର୍ଦ୍ଧାରଣ ହୋଇଥାଏ। କଠିନ ପ୍ରଶ୍ନର ଉତ୍ତର ପ୍ରଥମେ ଦେବାକୁ ପଡେ କାରଣ ପ୍ରଥମେ କଠିନ ପ୍ରଶ୍ନର ଉତ୍ତର ଦେଲେ, ପରେ ସରଳ ପ୍ରଶ୍ନ ଆହୁରି ସରଳ ହୋଇଥାଏ। କଷ୍ଟ ଲାଗୁଥିବା ବିଷୟକୁ ବାରମ୍ବାର ଅଭ୍ୟାସ କରିବା ଉଚିତ। ଏନେଇ ଶିକ୍ଷୟତ୍ରୀ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କୁ ଗାଇଡ କରିବାକୁ ମୋଦି ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ରାୟ ୧୦ ଲକ୍ଷ ଛାତ୍ରୀଛାତ୍ର ପଞ୍ଜୀକରଣ କରିଥିଲେ। କରୋନା ସଂକ୍ରମଣ ଯୋଗୁ ଚଳିତ ବର୍ଷ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ମୋଦି ଆଇ-ପ୍ୟାଡ ଧରି କିଛି ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: TTE କରିବେ ଏହି ବଡ଼ କାମ, ଯୁକ୍ତିତର୍କ ସବୁ ହେବ ରେକର୍ଡ!

ନୂଆଦିଲ୍ଲୀ,୨୩।୭: ଟ୍ରେନରେ ଟିକେଟ ଯାଞ୍ଚ ଏବେ କ୍ୟାମେରା ନିରୀକ୍ଷଣରେ କରାଯିବ। ଟିଟିଇ ଏବଂ ଯାତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳପକ ଭିଡିଓ ଫୁଟେଜ୍ ରେକର୍ଡ କରିବା ପାଇଁ ଟିଟିଇମାନେ ସେମାନଙ୍କ…

ଜନ୍ତର-ମନ୍ତର ଆନ୍ଦୋଳନରେ ଫାଟ! ଦାବି ପ୍ରତ୍ୟାହାର କରିନେଲେ ସୋନମ ୱାଙ୍ଗଚୁକ, CJP ରଖିଲା ୨ ସର୍ତ୍ତ

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା CJP ଆନ୍ଦୋଳନରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିଟ (NEET) ପେପର ଲିକ୍‌ ମାମଲାରେ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

CJP Protest Update: ପିଏମ୍‌ ମୋଦିଙ୍କୁ କଂଗ୍ରେସ ଲେଖିଲା ଏଭଳି ଚିଠି, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୭: ଲୋକ ସଭା ଏବଂ ରାଜ୍ୟ ସଭାରେ ଗୁରୁବାର ବିରୋଧୀ ଦଳଗୁଡ଼ିକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri