ପରୀ ହତ୍ୟା ମାମଲା: ଦଣ୍ଡାଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ଅଭିଯୁକ୍ତ

କଟକ,୬ା୩(କାର୍ତ୍ତିକ ସାହୁ): ନୟାଗଡ଼ ପରୀ ହତ୍ୟା ମାମଲାର ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ସରୋଜ ସେଠୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନୟାଗଡ଼ ଜିଲା ଚିଲ୍‌ଡ୍ରେନ ଅତିରିକ୍ତ ସେସନ କୋର୍ଟ ମାମଲାର ବିଚାର କରି ୨୦ ବର୍ଷ ଦଣ୍ଡାଦେଶ ରାୟ ପ୍ରଦାନ କରିଥିଲେ।
ସୂଚନାନୁସାରେ, ୨୦୨୦ ଜୁଲାଇ ୧୪ ତାରିଖରେ ଏକ ନାବାଳିକା ପୂର୍ବାହ୍ନରେ ୧୧ଟାରୁ ହଜିଯାଇଥିଲା। ୭ ଦିନ ପରେ ନୟାଗଡ଼ ଥାନାରେ ନାବାଳିକା ହଜିଥିବା ନେଇ ଏତଲା ଦିଆଯାଇଥିଲା। ପୁଣି ୭ ଦିନ ପରେ ଅର୍ଥାତ ୨୧ ତାରିଖରେ ଅଖାବ୍ୟାଗ୍‌ରେ ମଣିଷ ଖପୁରି, ହାଡ଼, କେଶ, ପୋଷାକ ମିଳିଲା। ଏହାକୁ ଆଧାର କରି ଡିଏନ୍‌ଏ ପରୀକ୍ଷା କରାଗଲା। ରିପୋର୍ଟ ଆସିବା ପରେ ଜଣାଗଲା ଯେ,  ୭ ଦିନ ପୂର୍ବେ ହଜିଥିବା ନାବାଳିକା ଡିଏନ୍‌ଏ ସହିତ ଏହା ମେଳ ଖାଉଛି। ପୋଲିସ ତଦନ୍ତ ଚାଲିଲା। ବହୁତ ଲୋକଙ୍କୁ ପୋଲିସ ଜେରା କଲା। କେତେକ ଲୋକଙ୍କ ଅଭିଯୋଗ ହେଲା ଶାସକ ଦଳର ଲୋକେ ସମ୍ପୃକ୍ତ ତ ଆଉ କେତେକ ଅଭିଯୋଗ କଲେ  ଗାଁ  ଲୋକେ ସମ୍ପୃକ୍ତ। ହେଲେ ମାମଲାର ଅଗ୍ରଗତି କିଛି ହେଲା ନାହିଁ। ଏନେଇ ଲୋକଙ୍କ ଚାପ ବଢ଼ିଲା, ସ୍ଥାନୀୟ ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଉଠିବାରୁ ଏକ ସ୍ବତନ୍ତ୍ର ତଦନ୍ତ ଦଳ (ଏସ୍‌ଆଇଟି) ୨୦୨୦ ନଭେମ୍ବରରେ ଗଠନ କରାଗଲା। ମାସେ ପରେ ୨୦୨୦ ଡିସେମ୍ବର ୨୦ରେ ସରୋଜ ସେଠୀ ନାମକ ନାବାଳକଙ୍କୁ ଏସ୍‌ଆଇଟି ଧରି ସାବାଳକ ଦର୍ଶାଇଲା। ହେଲେ ପରେ ସେ ନାବାଳକ ବୋଲି ଜଣାଯିବାରୁ ତାଙ୍କୁ ପୋକ୍ସୋକୋର୍ଟରେ ହାଜର କରାଗଲା। ଚାର୍ଜସିଟ୍‌ ଦାଖଲ ପରେ ମାମଲାର ବିଚାର ଚାଲିଲା। ବିଚାର ଶେଷ ହେବା ପରେ କୋର୍ଟ ୨୦ ବର୍ଷ କାରାଦଣ୍ଡ ଆଦେଶର ରାୟ ଦେଲେ। ସାକ୍ଷୀମାନେ ମୃତ ପରୀର  ଗାଁ ଲୋକ।

ସେମାନଙ୍କ ସାକ୍ଷ୍ୟ ଅନୁଯାୟୀ ପରୀ ଦାଣ୍ଡରେ ଖେଳୁଥିଲା ଓ ଚାଲିଚାଲି ଅଭିଯୁକ୍ତଙ୍କ ଘରକୁ ଯାଇଥିବା ସେମାନେ ଦେଖିଥିଲେ। ମାତ୍ର ପରେ ସେମାନେ ସେସବୁ ଭୁଲି ଯାଇଥିଲେ। ପୋଲିସ ତଦନ୍ତ ବେଳେ ସେମାନେ ଏକଥା କାହାରିକୁ କହିଲେ ନାହିଁ। ମାତ୍ର ଘଟଣାର ୬ ମାସ ପରେ ପ୍ରଥମ ଥର ପାଇଁ ସେମାନେ ଆସି ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ସାକ୍ଷ୍ୟ ଦେଲେ ଆମେ ୬ ମାସ ତଳେ ପରୀ ଅଭିଯୁକ୍ତ ଘରକୁ ଯାଇଥିବା ଦେଖିଥିଲୁ। ଅନ୍ୟ ଜଣେ ସାକ୍ଷୀ କହିଲେ ଯେ ପରୀ ହଜିବାରେ ୭ ଦିନ ପରେ ଅଭିଯୁକ୍ତ ଏକ ଝୋଟଅଖାରେ କଣ ଭର୍ତ୍ତି କରି ଟେକି ନେଇଯାଉଥିବା ଦେଖିଥିଲେ। ହେଲେ ଏ ବାବଦରେ ସେ ପୂର୍ବରୁ କାହାକୁ କହି ନ ଥିଲେ। ଏ ବାବଦରେ ଗାଁରେ ବୈଠକ ବସି ଆଲୋଚନା ହୋଇଥିଲା ବୋଲି ସେମାନେ କହିଥିଲେ। ଗାଁ ଲୋକମାନେ ଠାକୁରଙ୍କ ପ୍ରସାଦ ଛୁଇଁ କହିଥିଲେ ଯାହା ଜାଣିଛନ୍ତି ସତ କହିବା। ଯଦି ଜଣେ ଜାଣିଥିଲେ ୬ ମାସ ଧରି କାହିଁକି ଚୁପ୍‌ ରହିଲେ, ସେ ସ୍ଥାନୀୟ ପୋଲିସ ନିକଟରେ କହିପାରିଥାନ୍ତେ। ହେଲେ ତାହା ନକରି ଏସ୍‌ଆଇଟି ଆଗରେ ସେ ବୟାନ କାହିଁକି ଦେଲେ ତାହା ମୁଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ ଅସଲ ଅଭିଯୁକ୍ତଙ୍କ ବଞ୍ଚାଇବା ପାଇଁ ଏଭଳି ଏକ ନାଟକ ରଚନା କରିଥିଲା। ଅଭିଯୁକ୍ତ ନିକଟରୁ ଗାମୁଛା, ଜିଆଇ ପାଇପ, ଫୋନ୍‌ ଜବତ କରାଯାଇଥିଲା। ଏସବୁ ବିଭିନ୍ନ ଫୋରେନ୍‌ସିକ ଲାବୋରାଟୋରୀରେ ବୈଜ୍ଞାନିକ ପରୀକ୍ଷା କରାଯିବା ପରେ ବି କିଛି ଫଳ ହୋଇ ନ ଥିଲା। ଏହା ବ୍ୟତୀତ କୁହାଯାଉଛି ଅଭିଯୁକ୍ତ ଦୋଷ ମାନିଛନ୍ତି। ପୋଲିସ ଆଗରେ ଦୋଷ ମାନିବା, ପଲିଗ୍ରାଫ ଟେଷ୍ଟ କରିବା ଅଭିଯୁକ୍ତଙ୍କୁ ଦୋଷୀ କରିବା ପାଇଁ ଯଥେଷ୍ଟ ନୁହଁ।

ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଯେ, ମୁକବଧିର ପିଲା ଦେଖିଥିଲା ପରୀକୁ ଅଭିଯୁକ୍ତ ଉଠାଇନେବା ବେଳେ। ହେଲେ ସେଇ ପିଲାକୁ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ କାହିଁକି ବୋଲି ହାଇକୋର୍ଟ ଅପିଲରେ ଦର୍ଶାଯାଇଛି। ସେ ଦିଗରେ ତଦନ୍ତ କରାଯାଇଥିଲେ ପରୀ ତାଙ୍କ ଘରକୁ ଯିବା କଥା ମିଛ ହୋଇଥାନ୍ତା। ମୁକବଧିର ପିଲାକୁ ନେଇ ପୋଲିସର ତ୍ରୁଟିପୂର୍ଣ୍ଣ ତଦନ୍ତକୁ କୋର୍ଟ ଗ୍ରହଣ କରିନାହାନ୍ତି। ଏସବୁ ଦୃଷ୍ଟିରୁ ନୟାଗଡ଼ ଜିଲା ଚିଲ୍‌ଡ୍ରେନ ଅତିରିକ୍ତ ସେସନ କୋର୍ଟ ରାୟ ବିରୋଧରେ ଅଭିଯୁକ୍ତଙ୍କ ପକ୍ଷରୁ ହାଇକୋର୍ଟରେ ମଙ୍ଗଳବାର ଆବେଦନ କରାଯାଇଥିବା ଆଇନଜୀବୀ ମାନସ ଚାନ୍ଦ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri