ପରୀ ହତ୍ୟା ମାମଲା: ହାଇକୋର୍ଟରେ ଆଉ ଏକ ମିସ୍‌ କେସ୍‌

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ୍‌ କେସ୍‌ ଦାୟର ହୋଇଛି। ପରୀ ହତ୍ୟା ଘଟଣାରେ ପରିବାର ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରେ ଯେଉଁମାନଙ୍କ ନାମ ରହିଛି ସେମାନଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଦାବି ହୋଇଛି। ଏଥିପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ବୁଧବାର ହାଇକୋର୍ଟରେ ଏକ ମିସ୍‌ କେସ୍‌ ଦାୟର କରାଯାଇଛି।
ପୂର୍ବରୁ ମଧ୍ୟ ପରିଷଦ ପକ୍ଷରୁ ଏକ ମିସ୍‌ କେସ୍‌ ଦାୟର କରାଯାଇ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଦାବି ହୋଇଥିଲା। ବୋଥ୍ରାଙ୍କ ସମେତ ପୂର୍ବରୁ ନାବାଳିକାଙ୍କ ଡାକ୍ତରୀମାଇନା କରିଥିବା ଡାକ୍ତର ଏବଂ ପରେ ଡାକ୍ତରୀମାଇନା କରିଥିବା ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଦାବି କରାଯାଇଥିଲା।
ସୂଚନାଯୋଗ୍ୟ, ପରୀ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟ ଅଭିଯୁକ୍ତ ଯଦୁପୁର ଗାଁର ସରୋଜ ସେଠୀକୁ ଗିରଫ କରିଛି। ସରୋଜ ନାବାଳିକାକୁ କିପରି ହତ୍ୟା କରିବା ପରେ ତାର ମୃତଦେହକୁ ଅଖାରେ ଭର୍ତ୍ତିକରି ଏକ ପୋଖରୀ ନିକଟରେ ପକାଇଥିଲେ ତାହାର ଡେମୋ ଦେଖାଇଥିଲା ଏସ୍‌ଆଇଟି। ସରୋଜଙ୍କୁ ତାଙ୍କ ଗାଁକୁ ନେଇ ପୂରା କ୍ରାଇମ୍‌ ସିନ ରିକ୍ରିଏଟ କରିଥିଲେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା। ତେବେ ଏସଆଇଟି ତଦନ୍ତକୁ ଖଣ୍ଡନ କରିଛନ୍ତି ବିରୋଧୀ ଭାଜପା ଏବଂ କଂଗ୍ରେସ। ସେମାନେ ଏହାର ସିବିଆଇ ତଦନ୍ତ ଦାବି କରିବା ସହିତ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳ ହେଲେ ପରିବାର ମୁହଁରେ ଆହାର ଦେବାକୁ ଚିନ୍ତା

ସମ୍ବଲପୁର,୩୧।୩(ବ୍ୟୁରୋ)-କରୋନା ଭୂତାଣୁ ଭୟ ସମସ୍ତଙ୍କ ଭିତରେ ଭୟ ସୃଷ୍ଟି କରିଛି। କରୋନା କଟକଣା ଶ୍ରମିକ, ଛୋଟ ଚା, ପାନ, ଜଳଖିଆ ଦୋକାନୀଙ୍କୁ କଷଣ ଦେଇଛି ।...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ବନ୍ତଳା, ୩୦ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ପୁରୁଣାକୋଟ ଥାନା କରତପଟା ବିଟ ଅଧୀନ କରଡ଼ାଶିଙ୍ଗ ଗ୍ରାମରେ ସୋମବାର ସକାଳେ ଭାଲୁ ଆକ୍ରମଣରେ ଜିତୁ ଦେହୁରୀ (୨୫) ଗୁରୁତର...

ଚାଲୁ ହେଲା ରୂପ୍‌ସା ଝୋଟ କାରଖାନା

ରୂପ୍‌ସା, ୩୧।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ରୂପ୍‌ସାସ୍ଥିତ ଜୟକିଶନ ଦାସ ସହ ଝୋଟ କାରଖାନା ମଙ୍ଗଳବାରଠାରୁ ଚାଲୁ କରାଯାଇଛି। କରୋନା କଟକଣା ପରିପ୍ରେକ୍ଷୀରେ ରାଜ୍ୟ...

ଜେଲ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର, ୩ା୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୁରୁବାର ସନ୍ଧ୍ୟାରେ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ସାଇବର ପୋଲିସ ଷ୍ଟେଶନ କେସ୍‌ ନଂ....

ବିଧାନସଭା ଷ୍ଟାଣ୍ଡିଂ କମିଟି କର୍ମକର୍ତ୍ତାଙ୍କ ଜଗତ୍‌ସିଂହପୁର ଗସ୍ତ: ଯୋଗାଣ ବିଭାଗ ଉପରେ ସମୀକ୍ଷା

ଜଗତ୍‌ସିଂହପୁର ଅଫିସ,୧୨ା୨: ବିଧାନସଭା ଷ୍ଟାଣ୍ଡିଂ କମିଟି-୬, ସବ୍‌କମିଟି-୪ର ଅଧ୍ୟକ୍ଷ ବିଧାୟକ ଅରବିନ୍ଦ ଢାଲିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଙ୍ଗଳବାର ଜଗତ୍‌ସିଂହପୁର ଜିଲା ଗସ୍ତ କରିଥିଲେ।...

ସୁବର୍ଣ୍ଣରେଖା ବାଲିସୈରାତ ଅନୁଧ୍ୟାନ କଲେ ଏନଜିଟି, ଇଏନଭି ଟିମ୍‌

ଜଳେଶ୍ୱର, ୪।୧୨(ଡି.ଏନ.ଏ./ସ୍ବ.ପ୍ର)-ଓଡ଼ିଶା ଓ ପଶ୍ଚିମବଙ୍ଗର ସୀମାରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଲୁଟ୍‌ ଘଟଣା ଥମିବାର ନାଁ ଧରୁ ନାହିଁ। ପଶ୍ଚିମବଙ୍ଗ ମାଫିଆମାନେ...

କେହି କିଛି ଜାଣୁ ନାହାନ୍ତି, କଥା କହୁଛନ୍ତି

ଭୁବନେଶ୍ୱର, ୧୭।୫(ବ୍ୟୁରୋ):ରାଜ୍ୟରେ କରୋନାକୁ ନେଇ ଏବେ ଭୟଙ୍କର ସ୍ଥିତି ଉପୁଜିବାରେ ଲାଗିଛି। ଦ୍ୱିତୀୟ ଲହର ସମସ୍ତଙ୍କ ନିଦ ହଜାଇ ଦେଇଥିବାବେଳେ ନୂଆ ଷ୍ଟ୍ରେନ୍‌ ଅଧିକ ଦ୍ରୁତ...

ଷୋଳମପୁରରେ ୩ୟ କରୋନା ପଜିଟିଭି ଚିହ୍ନଟ ପରେ ଗ୍ରାମକୁ ସାନିଟାଇଜ଼ କରାଗଲା

ଭଣ୍ଡାରିପୋଖରୀ, ୧୫।୫ (ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତର ତୃତୀୟ କରୋନା ପଜିଟିଭ ଗୁରୁବାର ଚିହ୍ନଟ ହୋଇଥିଲେ। ତାଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...

Advertisement


Archives

Model This Week