ଭାଇରାଲ ଭିଡିଓରେ ପରୀ ହତ୍ୟା

ନୟାଗଡ଼ ଅଫିସ,୧୯।୨:ବହୁଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ନାବାଳକ କଲେଜ ଛାତ୍ରଙ୍କ ସହ ଜଣେ ବ୍ୟକ୍ତିିଙ୍କ କଥୋପକଥନର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ କଲେଜ ଛାତ୍ର ପରୀକୁ ତଳେ ପକାଇ ତଣ୍ଟିଚିପି ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଏ ସଂକ୍ରାନ୍ତରେ ଲିଖିତ ଭାବେ ଦେବାକୁ ସେ ରୋକ୍‌ଠୋକ୍‌ ମନା କରିଦେଉଥିବା ଭିଡିଓରେ ରହିଛି। ତେବେ ପଚାରୁଥିବା ବ୍ୟକ୍ତି କଲେଜ ଛାତ୍ରଙ୍କ ବିଷୟରେ ବହୁ ତଥ୍ୟ ଜାଣିଥିବା ଭିଡିଓରୁ ଜଣାପଡୁଛି। ଅଧିକାଂଶ ପ୍ରଶ୍ନର ଉତ୍ତର କଲେଜ ଛାତ୍ର ହଁ ନଁାରେ ଶେଷ କରୁଛନ୍ତି।
ଅନ୍ୟପକ୍ଷେ ଭଉଣୀ ବାହାଘର ନେଇ କଲେଜ ଛାତ୍ର ଚିନ୍ତିତ ଥିବା ଏହି ଭିଡିଓରୁ ଜଣାପଡିଛି। ଭଉଣୀ ବାହାଘର କିପରି ହେବ, ମୋତେ ବାହାଘରକୁ ଛାଡିବେ ବୋଲି କଲେଜ ଛାତ୍ର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅନୁରୋଧ କରୁଥିବା ଭିଡିଓରେ ରହିଛି। ଭାଇରାଲ ଭିଡିଓରେ କଲେଜ ଛାତ୍ର କହୁଛନ୍ତି ମା’ଓ ଭଉଣୀ ନ ଥିବାବେଳେ ଘରକୁ ପରୀକୁ ଡାକିଥିଲି। ସେ ଘରକୁ ଆସିବା ପରେ ତାକୁ କୁଣ୍ଢାଇ ପକାଇଥିଲି। ମୁଁ ପରୀକୁ ବଳାକତ୍ାର କରିବାକୁ ଚାହିଁଥିଲି। ସେଥିପାଇଁ ତା’ର ଲେଗିନ୍ସ ଖୋଲିଥିଲି। ହେଲେ ଖରାପ ଓ ଦୁଃଖ ଲାଗିବାରୁ ବଳାକତ୍ାର କରିଲି ନାହିଁ। ମୃତଦେହ ଫିଙ୍ଗିବା ପୂର୍ବରୁ ପରୀର ଲେଗିନ୍ସ ଫୋପାଡି ଦେଇଥିଲି। ପରେ କାନ୍ଥରେ ଥିବା ଅଖାରେ ଭର୍ତ୍ତି କରି ପରୀର ମୃତଦେହକୁ ବାରିପଟ ପୋଖରୀ କୂଳରେ ପକାଇଥିଲି। ଉପରେ ନଡିଆ ବାହୁଙ୍ଗା ଘେରାଇ ଦେଇଥିଲି। ସବୁ କାମ ଶେଷ ପରେ ସ୍ନାନ କରିଥିଲି। ଅପରାହ୍ନରେ ପରୀର ମା’ ବହୁ ଖୋଜାଖୋଜି କରିବା ପରେ ଝିଅକୁ ପାଇ ନ ଥିଲେ। ପରୀକୁ ଦେଖିଛି କି କ’ଣ ମୋତେ ପଚାରିଥିଲେ। ମୁଁ ଦେଖି ନାହିଁ କହିଥିଲି। ପରେ ଗଁାରେ ସର୍ଭେ କରି ଅପରାହ୍ନରେ ମା’ ଘରକୁ ଫେରିଥିଲେ। ସେ ମୋତେ ପରୀକୁ ଦେଖିଛୁ ନା କ’ଣ ପଚାରିଥିଲେ। ମୁଁ ମନା କରି ଦେଇଥିଲି। ପରୀ ହତ୍ୟା ସମ୍ପର୍କରେ ମା’ ଭଉଣୀକୁ ମୁଁ କହି ନାହିଁ ବୋଲି କଲେଜ ଛାତ୍ର କହୁଥିବା ଭିଡିଓରେ ରହିଛି।
ଅନ୍ୟପକ୍ଷେ ଏହି ଭିଡିଓ କିଏ ଓ କାହିଁିକି ଭାଇରାଲ କରିଛନ୍ତି ସେ ସଂକ୍ରାନ୍ତରେ କିଛି ସ୍ପଷ୍ଟ ହୋଇନାହିଁ। ଭାଇରାଲ ଭିଡିଓର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରୀର ମା’ବାପା। ପରୀର ବାପା ଅଶୋକ ସାହୁ ଓ ମା’ ସୌଦାମିନୀ କୁହନ୍ତି, ମାରପିଟ୍‌ କରି ଓ ଟଙ୍କା ଲୋଭ ଦେଖାଇ ଏଭଳି ଭିଡିଓ ପ୍ରସ୍ତୁତ କରାଯାଇଛି। ଏହାର ସତ୍ୟତା ନାହିଁ। ପରୀ ହତ୍ୟା ଘଟଣାକୁ ସିବିଆଇକୁ ତଦନ୍ତ ପାଇଁ ଦିଆଯାଉ ବୋଲି ଆମେ ବାରମ୍ବାର ଦାବି କରି ଆସିଛୁ। ଆମ ଅଭିଯୋଗକୁ ଅଣଦେଖା କରାଯାଉଛି। ଆଇନଜୀବୀ ଚନ୍ଦ୍ର ବିଜୟ ମିଶ୍ର ଭାଇରାଲ ଭିଡିଓର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ସ୍ବୀକାରୋକ୍ତି ଭିଡିଓ କୋର୍ଟରେ ଗ୍ରହଣୀୟ ନୁହେଁ। ଏହା ହେଉଛି କ୍ରାଇମବ୍ରାଞ୍ଚ ଏସ୍‌ଆଇଟିର ମୁଖ୍ୟ ଅରୁଣ ବୋଥ୍ରାଙ୍କ ଜାମୁକୋଳି ଉପାଖ୍ୟାନର ଚୂଡାନ୍ତ ପର୍ଯ୍ୟାୟ। ଡରାଇ ଧମକାଇ ନାବାଳକଙ୍କୁ ରାଜି କରାଇବାକୁ ଚେଷ୍ଟା କରାଯାଇଛି। ପରୀ ହତ୍ୟାକାଣ୍ଡ ଶୀତଳଭଣ୍ଡାରକୁ ଫୋପାଡି ଦେଲେ ଅନେକ ନାମୀଦାମୀ ଲୋକ ରକ୍ଷା ପାଇଯିବେ। ପ୍ରକୃତ ସତ୍ୟ କ’ଣ ତାହାକୁ ଲୋକଲୋଚନକୁ ଅଣାଯାଉ ନାହିଁ। ଆମେ ଚୁପ୍‌ ବସିନାହୁଁ। ସିବିଆଇ ତଦନ୍ତକୁ ରୋକିବାକୁ ଏହା ଏକ ଉପକ୍ରମ। ଆଇନଜୀବୀ ଅମିୟ ପଟ୍ଟନାୟକ କୁହନ୍ତି, ପରୀ ହତ୍ୟାକାଣ୍ଡ ନ୍ୟାୟାଳୟରେ ବିଚାରାଧୀନ ଥିବାବେଳେ ଗଣମାଧ୍ୟମରେ ଏହାର ତଥ୍ୟ ପ୍ରଚାର ଓ ପ୍ରସାର ଆଇନତଃ ଠିକ୍‌ ନୁହେଁ। ଯେଉଁ ଭିଡିଓ ଭାଇରାଲ ହେଉଛି ତା’ର ସତ୍ୟତା ନ ଥିଲା ପରି ଅନୁଭବ ହେଉଛି। ଯଦି ଭାଇରାଲ ଭିଡିଓରେ ସତ୍ୟତା ଥାଏ ତେବେ ଅଭିଯୋଗ ଫର୍ଦ୍ଦରେ ଏହା ଉଲ୍ଲେଖ ରହିବା ଦରକାର। ବିଚାର ସମୟରେ ଏହି ଭିଡିଓଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପଯୁକ୍ତ ପରୀକ୍ଷଣ ସଂସ୍ଥା ପ୍ରମାଣପତ୍ର ଦେଇଥିବା ଦରକାର। ଏହି ଭିଡିଓ ଖଣ୍ଡବିଖଣ୍ଡିତ, ଯୋଗ ବିୟୋଗ ହୋଇନାହିଁ ବୋଲି ବୈଜ୍ଞାନିକ ପଦ୍ଧତିରେ ଅନୁସନ୍ଧାନ କରି ଏକ ପ୍ରମାଣପତ୍ର ମିଳିବା ଦରକାର। ପୁଣି ପ୍ରମାଣପତ୍ର ଦେଇଥ୍‌ତ୍ବା ଅନୁଷ୍ଠାନର ଅଧିକାରୀ ନ୍ୟାୟାଳୟରେ ଉପସ୍ଥିତ ରହି ସାକ୍ଷ୍ୟ ଦେବାକୁ ପଡିବ। ଏହା କରାଗଲେ ସାକ୍ଷ୍ୟ ହିସାବରେ ଭିଡିଓଟି ଗ୍ରହଣୀୟ ହୋଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri