Posted inଖେଳ

ହକି ଇଣ୍ଡିଆ ମାଷ୍ଟର୍ସ କମିଟିରେ ପରଗତ, ଗୁରବକ୍ସ

ନୂଆଦିଲ୍ଲୀ,୧୮।୧୧ (ପି.ଟି.): ହକି ଇଣ୍ଡିଆର ଷ୍ଟେଟ୍‌ ମେମ୍ବର ୟୁନିଟ୍‌ଗୁଡିକ ମିଳିତ ଭାବେ ‘ମାଷ୍ଟର୍ସ କମିଟି’ ଗଠନ କରିଛନ୍ତି। ଦେଶରେ ମାଷ୍ଟର୍ସ ହକିର ପ୍ରଚାର ଓ ପ୍ରସାର ପାଇଁ ଗଠିତ ହୋଇଥିବା ଏହି କମିଟିରେ ପୂର୍ବତନ ଅଧିନାୟକ ପରଗତ ସିଂ, ମୀର ରଞ୍ଜନ ନେଗୀ ଓ ଗୁରବକ୍ସଙ୍କୁ ସାମିଲ କରାଯାଇଛି ହକି ଇଣ୍ଡିଆ ତରଫରୁ କୁହାଯାଇଛି। ହକିରେ ରୁଚି ରଖୁଥିବା ଉଭୟ ସବୁ ବୟସ ବର୍ଗର ପୁରୁଷ ଓ ମହିଳା ଖେଳାଳିମାନଙ୍କୁ ସୁଯୋଗ ଦେବା ପାଇଁ ଓ ହକି ପ୍ରତି ସେମାନଙ୍କର ଅଙ୍ଗୀକାରବଦ୍ଧତାକୁ ବଜାୟ ରଖିବା ପାଇଁ ଏଭଳି ଉପକ୍ରମର ଆରମ୍ଭ କରାଯାଇଛି ହକି ଇଣ୍ଡିଆ କହିଛି।
ଗତ ମାର୍ଚ୍ଚରେ ହକି ଇଣ୍ଡିଆ ଅନ୍ୟ ୩୮ଟି ଜାତୀୟ ଆସୋସିଏଶନଗୁଡିକ ସହ ସଦସ୍ୟ ଭାବେ ବିଶ୍ୱ ମାଷ୍ଟର୍ସ ହକି (ଡବ୍ଲ୍ୟଏମ୍‌ଏଚ୍‌)ରେ ଯୋଗ ଦେଇଥିଲା। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଏକମାତ୍ର ମାଷ୍ଟର ୟୁନିଟ୍‌ ଡବ୍ଲ୍ୟୁଏମ୍‌ଏଚ୍‌କୁ ମାନ୍ୟତା ପ୍ରଦାନ କରିଛି। ଡବ୍ଲ୍ୟୁଏମ୍‌ଏଚ୍‌ ମଧ୍ୟ ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାଷ୍ଟର୍ସ ହକି ଆୟୋଜନ କରିବାର ଅଧିକାର ପାଇଛି।
ତେବେ ରାଜ୍ୟରେ ମାଷ୍ଟର୍ସ ହକିର ବିକାଶ ପାଇଁ ହକି ଇଣ୍ଡିଆ ସବୁ ଷ୍ଟେଟ୍‌ ୟୁନିଟ୍‌ଗୁଡିକୁ ଏକ କାର୍ଯ୍ୟକାରୀ କମିଟି ଗଠନ କରିବାକୁ ପରାମର୍ଶ ଦେଇଥିଲା। ଏଥିରେ ପୂର୍ବତନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଖେଳାଳିଙ୍କୁ ସାମିଲ କରିବାକୁ କୁହାଯାଇଥିଲା। ରାଜ୍ୟସ୍ତରରେ ଏହି କମିଟିଗୁଡିକ ମାଷ୍ଟର୍ସ ହକିର ଉନ୍ନତି ପାଇଁ କାର୍ଯ୍ୟ କରିବ। ସେହିପରି ଦେଶରେ ଜାତୀୟସ୍ତରରେ ହକି ଇଣ୍ଡିଆ ମାଷ୍ଟର୍ସ କମିଟି ମାଷ୍ଟର୍ସ ମ୍ୟାଚ୍‌ ଓ ଟୁର୍ନାମେଣ୍ଟଗୁଡିକୁ ତଦାରଖ କରିବ। ହରବିନ୍ଦର ସିଂ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। ସେହିପରି ଆର.ପି. ସିଂ ଏହାର ସଂଯୋଜକ ରହିଛନ୍ତି। ପୂର୍ବତନ ଭାରତୀୟ ଖେଳାଳି ବି.ପି. ଗୋବିନ୍ଦା, ଜଗବୀର ସିଂ, ଏ.ବି. ସୁବାୟା, ସୁରିନ୍ଦର କୌର ଓ ଏମ୍‌. ରେଣୁକା ଲକ୍ଷ୍ମୀ ଏହାର ସଦସ୍ୟ ରହିଛନ୍ତି। ମାଷ୍ଟର୍ସ କମିଟି ଗଠନ କରିବାକୁ ଷ୍ଟେଟ୍‌ ୟୁନିଟ୍‌ଗୁଡିକ ମଧ୍ୟ ଏ ନେଇ ବେଶ୍‌ ଉତ୍ସାହ ପ୍ରକଟ କରିଛନ୍ତି ଓ ଏହା ନିଶ୍ଚିତ ଭାବେ ଆନନ୍ଦଦାୟକ ବୋଲି ହକି ଇଣ୍ଡିଆ ସାଧରଣ ସମ୍ପାଦକ ରାଜିନ୍ଦର ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri