ସ୍କୁଲ ଖୋଲିଲେ ପିଲାଙ୍କୁ ଛାଡ଼ିବେନି ଅଭିଭାବକ

ଭଞ୍ଜନଗର,୧୨।୮(ଡି.ଏନ୍‌.ଏ.)- କେନ୍ଦ୍ର ସରକାର ସେପ୍ଟେମ୍ବରରେ ବିଦ୍ୟାଳୟ ଖୋଲିବା ପାଇଁ ଯୋଜନା କରୁଛନ୍ତି। ଏନେଇ ଅଭିଭାବକଙ୍କ ଫିଡ୍‌ବ୍ୟାକ୍‌ ମଗାଯିବ। କିନ୍ତୁ ଶେଷ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ଏଭଳି ପରିସ୍ଥିତିରେ ସ୍କୁଲ ଖୋଲିଲେ ପିଲାମାନଙ୍କୁ ବିଦ୍ୟାଳୟ ନଛାଡିବାକୁ ଭଞ୍ଜନଗର ଅଞ୍ଚଳର ଅଧିକାଶଂ ଅଭିଭାବକ କହିଛନ୍ତି। ସେପ୍ଟେମ୍ବରରେ କରୋନା ଭୂତାଣୁ ସମ୍ପୂର୍ଣ୍ଣ ଲୋପ ହେବା ଆଶାନାହିଁ। ତେଣୁ ପିଲାଙ୍କୁ ବିପଦ ମୁଖକୁ ଛାଡିବାକୁ ଚାହୁଁନାହାନ୍ତି ଅଭିଭାବକ। ଅପରପକ୍ଷେ ବିଦ୍ୟାଳୟ ବନ୍ଦ ଦ୍ୱାରା ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ବ୍ୟାହତ ହୋଇଛି। ବିଭିନ୍ନ କାରଣରୁ ସମସ୍ତ ଛାତ୍ରୀଛାତ୍ର ଅନ୍‌ଲାଇନ କ୍ଲାସ କରିପାରୁନାହାନ୍ତି। ଛାତ୍ରୀଛାତ୍ର ନୂଆ ମୋବାଇଲ ପାଇଁ ଅଭିଭାବକଙ୍କ ଉପରେ ଚାପ ପକାଉଛନ୍ତି। କରୋନାରେ ଆର୍ଥତ୍କ ସ୍ଥିତି ଦୋହଲି ଯାଇଥିବା ବେଳେ ଆଣ୍ଡ୍ରଏଡ୍‌ ଫୋନ୍‌ କିଣିବା ସମ୍ଭବ ହେଉନାହିଁ। ଭଞ୍ଜନଗର ଅଞ୍ଚଳର ଅନେକ ସ୍ଥାନରେ ଏବେବି ମୋବାଇଲ ଇଣ୍ଟରନେଟ୍‌ ସେବା ନାହିଁ। ପ୍ରାୟ ୫୦ ପ୍ରତିଶତ ଛାତ୍ରୀଛାତ୍ର ବିଭିନ୍ନ କାରଣରୁ ଅନ୍‌ଲାଇନ୍‌ କ୍ଲାସ୍‌ରୁ ବଞ୍ଚତ୍ତ ହେଉଛନ୍ତି। ଅନ୍ୟପଟେ ସେପ୍ଟେମ୍ବରରେ ସ୍କୁଲ ଖୋଲିଲେ ମଧ୍ୟ ପିଲାଙ୍କୁ ବିଦ୍ୟାଳୟ ଛାଡିବାକୁ ଅଧିକାଶଂ ଅଭିଭାବକ ମାନସିକ ଭାବେ ପ୍ରସ୍ତୁତ ନୁହନ୍ତି। ଆଉ କେତେଜଣ ଅଭିଭାବକ କରୋନା ସମ୍ପୂର୍ଣ୍ଣ ଲୋପ ପାଇବା ପରେ ଛୁଆର ବିଦ୍ୟାଳୟ କଥା ଚିନ୍ତା କରିବୁ ବୋଲି କହିଛନ୍ତି। ଲକ୍‌ଡାଉନ ପରଠୁ ପ୍ରାୟ ୫ମାସରୁ ଊର୍ଦ୍ଧ୍ୱ ହେବ ବିଦ୍ୟାଳୟରେ ତାଲା ପଡିଛି। କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଦଶମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ସ୍କୁଲ ଆସିବାକୁ କୁହାଯିବ। ୪ ସେକ୍ସନରେ କ୍ଲାସ୍‌ ହେବା ସହ, ସାମାଜିକ ଦୂରତା ଓ ବିଦ୍ୟାଳୟ ସମୟ ଅଧା କରିବାକୁ ଯୋଜନା ଅଛି। କ୍ଲାସ୍‌ ମଝିରେ ସାନିଟାଇଜ ପାଇଁ ୧ଘଣ୍ଟା ନିଆଯିବ। ୩୩ ପ୍ରତିଶତ ଷ୍ଟାଫ୍‌ ଓ ଛାତ୍ରୀଛାତ୍ରଙ୍କୁ ନେଇ ବିଦ୍ୟାଳୟ ଖୋଲିବା ଯୋଜନା ଅଛି। ମାତ୍ର ସରକାରଙ୍କ ଚୂଡାନ୍ତ ବିଜ୍ଞପ୍ତିକୁ ଅଭିଭାବକ, ଶିକ୍ଷକ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri