Posted inଫୁରସତ

ଝିଅର ପ୍ରେମ ବିବାହକୁ ବନ୍ଦ କରିବା ପାଇଁ କରୋନାକୁ ଅସ୍ତ୍ର କଲେ ମା-ବାପା

ଭୋପାଳ, ୨୩।୭: କରୋନା ମହାମାରୀ ସମୟରେ ମଧ୍ୟପ୍ରଦେଶର ଭୋପାଳରୁ ଏକ ନିଆରା ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଝିଅର ପ୍ରେମ ବିବାହକୁ ବିରୋଧ କରିବାକୁ ଯାଇ ମା ଓ ବାପା କରୋନାର ସହାୟତା ନେଇଥିଲେ। ଫଳରେ କୋର୍ଟରେ ଅଧାରେ ଅଟକି ଯାଇଥିଲା ପ୍ରେମୀ ଯୁଗଳଙ୍କ ବିବାହ। ଘଟଣାରୁ ଜଣାପଡ଼ିଛି ଯେ ଖଣ୍ଡଓ୍ବା ଜିଲା ଅମଲାପୁର ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀ ସେହି ଗ୍ରାମରେ ନିଜ ସମାଜର ଜଣେ ପୁଅ ସହ ପ୍ରେମ ସମ୍ପର୍କ ରହିଥିଲା। ପୁଅ ଘର ପକ୍ଷରୁ ଯୁବତୀଙ୍କୁ ସମସ୍ତେ ପସନ୍ଦ କରୁଥିଲେ। କିନ୍ତୁ ଯୁବତୀଙ୍କ ବାପା ଓ ମା ସେହି ପୁଅକୁ ପସନ୍ଦ କରୁ ନ ଥିଲେ। ଯୁବତୀ ଜଣକ ଅନେକଥର ପରିବାର ଲୋକଙ୍କୁ ବୁଝାଇ ବିଫଳ ହେବାପରେ ଶେଷରେ କୋର୍ଟରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟ ପ୍ରେମୀ ଯୁଗଳ କୋର୍ଟରେ ପହଞ୍ଚତ୍ ଓକିଲଙ୍କ ସହାୟତାରେ ବିବାହ ପାଇଁ କାଗଜ ପତ୍ର କାମ କରିଥିଲେ। ଏହା ଜାଣିପାରି ଯୁବତୀଙ୍କ ପରିବାର ମଧ୍ୟ କୋର୍ଟରେ ପହଞ୍ଚତ୍ଥିଲେ। ବିବାହକୁ ବନ୍ଦ କରିବା ଲାଗି ସେମାନେ କରୋନାକୁ ଅସ୍ତ୍ର କରିଥିଲେ। ଏହାପରେ ଯୁବତୀଙ୍କ ବାପା ଓ ମା ତାଙ୍କ ଝିଅକୁ କରୋନା ହୋଇଥିବା ନେଇ ଓକିଲକୁ କହିଥିଲେ। ପରିବାର ଲୋକ ଏଥିସହିତ ସ୍ବାସ୍ଥ୍ୟ ବିଭାଗର ହେଲ୍ପ ଲାଇନ୍‌ ନମ୍ବର ୧୦୪କୁ ଫୋନ କରି ଜଣାଇଥିଲେ ଯେ, କୋର୍ଟରେ ଜଣେ କରୋନା ଆକ୍ରାନ୍ତ ଯୁବତୀଙ୍କ ବିବାହ ପାଇଁ ଶପଥ ପତ୍ର ପ୍ରସ୍ତୁତି କରାଯାଉଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ତୁରନ୍ତ କୋର୍ଟରେ ପହଞ୍ଚତ୍ ଯୁବତୀଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଯୁବତୀଙ୍କ ସାମ୍ପଲ୍‌ ସଂଗ୍ରହ କରାଯାଇ ତାଙ୍କୁ ୧୪ ଦିନ ପାଇଁ ହୋମ୍‌ କ୍ୱାରାଣ୍ଟାଇନକୁ ପଠାଇ ଦିଆଯାଇଛି। ଫଳରେ ଏହି ଚର୍ଚ୍ଚିତ ପ୍ରେମ ବିବାହ ଏବେ ୧୪ ଦିନ ଲାଗି ଘୁଞ୍ଚତ୍ ଯାଇଛି। ତେବେ ଯୁବତୀ ଜଣଙ୍କ କହିଛନ୍ତି ଯେ, କରୋନା ମୋ ପ୍ରେମ ବିବାହକୁ ପରାସ୍ତ କରିପାରିବ ନାହିଁ। ବର୍ତ୍ତମାନ ନ ହେଲେ ମଧ୍ୟ ଆମେ ପରେ ବିବାହ କରି ଏକାଠି ରହିବୁ। କରୋନା ହାରିବ ମୋ ପ୍ରେମ ଜିତିବ। ଅପରପକ୍ଷରେ ଓକିଲ ଜଣଙ୍କ କହିଛନ୍ତି, ଯୁବତୀଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନ ଥିଲା। କିନ୍ତୁ ତାଙ୍କ ପରିବାର ବିବାହ ବନ୍ଦ କରିବା ପାଇଁ କରୋନାକୁ ଅସ୍ତ୍ର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri