Posted inଜାତୀୟ

ଝିଅଙ୍କୁ ପଢ଼ାଖର୍ଚ୍ଚ ଦେବାକୁ ମା’ବାପା ଅନୁସାରେ ବାଧ୍ୟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୧: ମାଆବାପାଙ୍କଠାରୁ ପାଠପଢ଼ା ଖର୍ଚ୍ଚ ପାଇବା ଝିଅଙ୍କର ଅପରିହାର୍ଯ୍ୟ ଏବଂ ବୈଧ ଅଧିକାର। ମା’ବାପା ଏଥିପାଇଁ ସେମାନଙ୍କ ଆର୍ଥିକ ସମ୍ବଳ ସୀମା ମଧ୍ୟରୁ ଜରୁରୀ ପାଣ୍ଠି ଯୋଗାଇଦେବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏକ ବୈବାହିକ ବିବାଦ ମାମଲାରେ ଅଲଗା ରହୁଥିବା ଦମ୍ପତିଙ୍କଠାରୁ ଆୟରଲାଣ୍ଡରେ ପଢ଼ୁଥିବା ସେମାନଙ୍କ ଝିଅ ପାଠପଢ଼ା ଖର୍ଚ୍ଚ ଚାହିଁଥିଲେ।

ତେବେ ତାଙ୍କ ବାପା ମାଆଙ୍କୁ ଭରଣପୋଷଣ ବାବଦରେ ଦେଇଥିବା ଅର୍ଥରୁ ପଢ଼ାଖର୍ଚ୍ଚ ବାବଦରେ ୪୩ ଲକ୍ଷ ଟଙ୍କା ଗ୍ରହଣ କରିବାକୁ ଝିଅ ମନା କରିଦେଇଥିଲେ। ଶିକ୍ଷାଗ୍ରହଣ କରିବା ଝିଅର ମୌଳିକ ଅଧିକାର ହୋଇଥିବାରୁ ଉଭୟ ମା’ ବାପା ତାହା ଯୋଗାଇବା ଆବଶ୍ୟକ ବୋଲି ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ ଓ ଉଜ୍ଜଳ ଭୂୟଁାଙ୍କ ଖଣ୍ଡପୀଠ କହିଥିଲେ।

ଗତବର୍ଷ ନଭେମ୍ବର ୨୮ରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଚୁକ୍ତିନାମା ହୋଇଥିଲା, ଯେଉଁଥିରେ ଝିଅ ମଧ୍ୟ ସ୍ବାକ୍ଷର କରିଥିଲେ। ଉକ୍ତ ଚୁକ୍ତିନାମା ଅନୁଯାୟୀ ସ୍ବାମୀ ଜଣକ ସ୍ତ୍ରୀ ଓ ଝିଅଙ୍କୁ ମୋଟ ୭୩ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ, ଯେଉଁଥିରୁ ୪୩ ଲକ୍ଷ ଝିଅଙ୍କ ପାଠପଢ଼ାରେ ଖର୍ଚ୍ଚ ହେବ ଓ ଅବଶିଷ୍ଟ ମାଆ ପାଇବେ ବୋଲି ଉଲ୍ଲେଖ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଷ୍ଟିସ୍‌ ବିଭୂପ୍ରସାଦ ରାଉତରାୟଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ, ଆସନ୍ତା…

କଟକ,୧୩।୧୧: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ବିଭୂପ୍ରସାଦ ରାଉତରାୟଙ୍କୁ ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ କେନ୍ଦ୍ର ଆଇନ…

ମୋ ଫୋନ ଟ୍ୟାପ କରାଯାଉଛି, ସବୁ ପ୍ରମାଣ ଏଥିରେ ଅଛି: ସାଂଘାତିକ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୩।୧୧: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ନିଜ ଫୋନ ଟ୍ୟାପିଂ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ସେ ଦାବି କରିଛନ୍ତି,…

ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ଖାତା ଖୋଲିପାରିଲେନି ଷ୍ଟାର ଖେଳାଳି, ବଡ଼ ବ୍ୟବଧାନରେ ଜିତିଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ, ୧୩।୧୧: ଭାରତୀୟ କ୍ରିକେଟ ଟିମ ଓ ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ମଧ୍ୟରେ ବେ ଓଭାଲ, ମାଉଣ୍ଟ ମାଉଙ୍ଗାନୁଇରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ…

ରସଗୋଲା ଭାବି ଖାଇଦେଲେ ବୋମା, ଚୋବାଇଲା ବେଳେ……

ଭୋପାଳ,୧୩।୧୧: ରସଗୋଲା କହି ଜଣେ ବ୍ୟକ୍ତିଙ୍କୁ ଦେଶୀ ବୋମା ଖୁଆଇଦେବା ଅଭିଯୋଗ । ମୁହଁରେ ପକାଇ କାମୁଡ଼ିବା ମାତ୍ରେ ହୋଇଥିଲା ଭୟଙ୍କର ବିସ୍ଫୋରଣ। ଏଥିରେ ଘଟଣାସ୍ଥଳରେ ହିଁ…

ଅଗ୍ନିବୀରଙ୍କ ପାଇଁ ବଡ଼ ଖୁସି ଖବର: ବିବାହ ନିୟମରେ ହେବ ବଡ଼ ପରିବର୍ତ୍ତନ! ଜାଣନ୍ତୁ କ’ଣ କହୁଛି ନୂଆ ନିୟମ

ନୂଆଦିଲ୍ଲୀ, ୧୩।୧୧: ଦେଶର ସେନାବାହିନୀରେ ନିଯୁକ୍ତି ସହ ଜଡ଼ିତ ଅଗ୍ନିପଥ ଯୋଜନା (Agnipath Scheme)ରେ ବଡ଼ ଏବଂ ସକାରାତ୍ମକ ପରିବର୍ତ୍ତନ ହେବାର ସଙ୍କେତ ମିଳିଛି। ସରକାର ‘ଅଗ୍ନିପଥ…

ଆୟୁଷ୍ମାନ ଯୋଜନାରେ ବଡ଼ ପରିବର୍ତ୍ତନ: ଘରୋଇ ହସ୍ପିଟାଲରେ ହେବନି ୧୧୨ ରୋଗର ମାଗଣା ଚିକିତ୍ସା

ନୂଆଦିଲ୍ଲୀ, ୧୩।୧୧: କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ (AB-PMJAY)ର ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ନିଷ୍ପତ୍ତିର…

ମାଇକ୍ରୋସଫ୍ଟ ସେବା ବ୍ୟାହତ ଯୋଗୁ ଭାରତରେ ବିମାନ ସେବା ପ୍ରଭାବିତ; ୩ଟି ବିମାନ ବାତିଲ, ୨ଟି ବିଳମ୍ବିତ

ନୂଆଦିଲ୍ଲୀ,୧୩।୧୧: ମାଇକ୍ରୋସଫ୍ଟ (Microsoft) ସେବାରେ ବ୍ୟାଘାତ ଯୋଗୁ ଭାରତରେ ବିମାନ ସେବା ଉପରେ ଏହାର ପ୍ରଭାବ ପଡ଼ିଛି। ସ୍ପାଇସଜେଟ (SpiceJet) ଦିଲ୍ଲୀରୁ ଛାଡୁଥିବା ନିଜର ତିନୋଟି ବିମାନ…

ମଧ୍ୟବିତ୍ତଙ୍କୁ ପୁଣି ଝଟ୍‌କା ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ, ୧୩।୧୧: ଆଜି ମହଙ୍ଗା ମାଡ଼ର ପ୍ରଭାବ ଗାଡ଼ି ଚଳାଇବାଠାରୁ ଆରମ୍ଭ କରି ରୋଷେଇ ଘରର ବଜେଟ ପର୍ଯ୍ୟନ୍ତ ପହଞ୍ଚିଛି। ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡରେ CNG…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?