ଗୋଟିଏ ସର୍ତ୍ତରେ କ୍ରିକେଟର୍‌ ହେବାକୁ ଅନୁମତି ଦେଇଥିଲେ ମାତାପିତା: IPLରେ କମାଲ୍‌ କଲେ ପୁଅ

ନୂଅଦିଲ୍ଲୀ,୯।୪: CSK ବିପକ୍ଷରେ ଶତକ ହାସଲ କରିବା ପରେ ପଞ୍ଜାବ କିଙ୍ଗସ ଖେଳାଳି ପ୍ରିୟାଂଶ ଆର୍ଯ୍ୟଙ୍କୁ ନେଇ ସବୁଠି ଚର୍ଚ୍ଚା। ସେ ଏହି ଶତକୀୟ ଇନିଂସ ଏମିତି ଏକ ସମୟରେ ଖେଳିଥିଲେ, ଯେତେବେଳେ ପଞ୍ଜାବ ୮୩ ରନରେ ୫ ଉଇକେଟ ହରାଇଥିଲା। ପ୍ରିୟାଂଶ ଆର୍ଯ୍ୟ ୪୨ ବଲ୍‌ରେ ୧୦୩ ରନ୍‌ର ଇନିଂସରେ ୯ଟି ଛକା ଏବଂ ୭ଟି ଚୌକା ମାରିଥିଲେ।

ପ୍ରିୟାଂଶ ଆର୍ଯ୍ୟ ମଧ୍ୟ IPL 2024 ପାଇଁ ନିଲାମରେ ନିଜ ନାମ ଦେଇଥିଲେ, କିନ୍ତୁ ତାଙ୍କୁ କୌଣସି ଦଳ କିଣି ନ ଥିଲା। ଗତ ବର୍ଷ ଦିଲ୍ଲୀ ପ୍ରିମିୟର ଲିଗରେ ଗୋଟିଏ ଓଭରରେ ୬ଟି ଛକା ମାରି ପ୍ରିୟାଂଶ ଚର୍ଚ୍ଚାକୁ ଆସିଥିଲେ, ତାଙ୍କୁ ଚଳିତବର୍ଷ ପାଇଁ ପଞ୍ଜାବ କିଙ୍ଗ୍ସ ୩.୮୦ କୋଟି ଟଙ୍କାରେ କିଣିଥିଲା। ଖାର୍ଗେଙ୍କ କଟାକ୍ଷ
ପ୍ରିୟାଂଶ ଆର୍ଯ୍ୟ ୭ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ସେ ସଞ୍ଜୟ ଭରଦ୍ୱାଜଙ୍କ ପ୍ରଶିକ୍ଷଣରେ କ୍ରିକେଟ ଖେଳ ଶିଖିଥିଲେ। ସେ ୨୦୨୩-୨୪ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ୨୨୨ ରନ କରିଥିଲେ, ସେ ଦିଲ୍ଲୀ ପାଇଁ ସର୍ବାଧିକ ରନ ସ୍କୋରର ଥିଲେ।

ପ୍ରିୟାଂଶ ଆର୍ଯ୍ୟ ଥରେ କହିଥିଲେ, ଯଦି ସେ ଜଣେ କ୍ରିକେଟର ହୋଇ ନ ଥାନ୍ତେ, ତେବେ ସେ ତାଙ୍କ ମାତାପିତାଙ୍କ ପରି ଜଣେ ଶିକ୍ଷକ ହୋଇଥାନ୍ତେ। ଯେତେବେଳେ ସେ ତାଙ୍କ ପିତାମାତାଙ୍କୁ କହିଥିଲେ, ସେ ଜଣେ କ୍ରିକେଟର ହେବାକୁ ଚାହାଁନ୍ତି। ଏଥିପାଇଁତାଙ୍କ ମାତାପିତା ଏକ ସର୍ତ୍ତ ରଖିଥିଲେ, ତାଙ୍କୁ ଖେଳ ସହିତ ପାଠପଢ଼ାରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ପଡିବ, ତା’ପରେ ହିଁ ସେମାନେ ଅନୁମତି ଦେବେ।

ଦିଲ୍ଲୀ ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ, ପ୍ରିୟାଂଶ ଆର୍ଯ୍ୟ ଦିଲ୍ଲୀ ସୁପରଷ୍ଟାର୍ସ ପାଇଁ ଖେଳି ୧୦ ଇନିଂସରେ ୬୦୮ ରନ କରିଥିଲେ। ସେ ଟୁର୍ନାମେଣ୍ଟରେ ୨ ଶତକ ଏବଂ ୪ ଅର୍ଦ୍ଧଶତକ ହାସଲ କରିଥିଲେ। ଗୋଟିଏ ମ୍ୟାଚ୍‌ରେ ସେ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ।

ପ୍ରିୟାଂଶ ଆର୍ଯ୍ୟ IPLରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୪ଟି ମ୍ୟାଚରେ ୧୫୮ ରନ କରିଛନ୍ତି। ସେ ତାଙ୍କର ଡେବ୍ୟୁ ମ୍ୟାଚରେ ୪୭ ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?