ଖଣ୍ଡୋଲାଇଟ୍‌ ଖନନରେ ଧ୍ୱଂସହେଲା ପାରାଭାଡ଼ି ଐତିହ୍ୟ

ଚଣ୍ଡିଖୋଲ,୧୮ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ପଲେଇ ପଞ୍ଚାୟତ ଅଧୀନ ପାରାଭାଡ଼ି ପାହାଡ଼ରେ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ରହିଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଆନୁକୂଲ୍ୟରେ ଏହାର ଖନନ ସମୟରେ ବୌଦ୍ଧ ସ୍ତୂପ ପାରାଭାଡ଼ି ସମେତ ୪ଟି ଭଗ୍ନ ବୁଦ୍ଧ ମୂର୍ତ୍ତି ଆବିଷ୍କୃତ ହୋଇଛି। ଯେହେତୁ ଏଠାରେ ପ୍ରାଚୀନ କୀର୍ତ୍ତିରାଜି ମିଳୁଛି ସେଥିପାଇଁ ଏହି ପାହାଡ଼ରୁ ଖଣ୍ଡୋଲାଇଟ ପଥର ଖନନ ବନ୍ଦ କରିବାକୁ ଏଏସ୍‌ଆଇ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ରଲେଖି ଅନୁରୋଧ କରିଛନ୍ତି। ସେହିପରି ବୁଦ୍ଧାୟନର ସଭାପତି ଆଡ୍‌ଭୋକେଟ ପ୍ରଦୀପ୍ତ କୁମାର ଭୂୟଁା ଏଠାରେ ଖଣ୍ଡୋଲାଇଟ ଖନନ ପାଇଁ ସର୍ଭେ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିଛନ୍ତି, ପ୍ରାଚୀନ ବୌଦ୍ଧ ଐତିହ୍ୟ କୀର୍ତ୍ତିରାଜିପୂର୍ଣ୍ଣ ପାରାଭାଡ଼ିରେ ପାହାଡ଼ ଖନନ ଦ୍ୱାରା ଏଠାରେ ଥିବା ବୌଦ୍ଧ କୀର୍ତ୍ତିରାଜି ନଷ୍ଟ ହୋଇଛି। ଖଣ୍ଡୋଲାଇଟ୍‌ ପଥର ଖନନ ନାମରେ ପାହାଡ଼କୁ ଯେଉଁଭଳି ଭାବେ ନଷ୍ଟ କରାଗଲା ତାହାର ପୁନରୁଦ୍ଧାର ହେବା କଷ୍ଟକର। ଏଠାରେ ଖଣ୍ଡୋଲାଇଟ୍‌ ଖଣି ଖନନ ନାମରେ ପାହାଡ଼କୁ ଧ୍ୱଂସ କରାଗଲା ସିନା କିନ୍ତୁ ଖଣ୍ଡୋଲାଇଟ ପଥର ମିଳିଲା ନାହିଁ, ଯେଉଁଥି ପାଇଁ ଖଣି ଖନନ କାର୍ଯ୍ୟ ବନ୍ଦ ହୋଇଗଲା।
ସୂଚନାଥାଉକି, ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ଖଣ୍ଡୋଲାଇଟ୍‌ ପଥରର ଆବଶ୍ୟକତା ଥିବାଯୋଗୁ ପାରାଭାଡ଼ି ପାହାଡ଼ର କେଶରାଇପୁର ରାଜସ୍ବ ମୌଜାରେ ଖଣି ଖନନ ପାଇଁ ସରକାରଙ୍କ ତରଫରୁ ଓଡ଼ିଶା ମାଇନିଂ କର୍ପୋରେଶନ୍‌ (ଓଏମ୍‌ସି)କୁ ଅନୁମତି ଦିଆଯାଇଥିଲା। ଓଏମ୍‌ସି ୨୦୨୧ ଡିସେମ୍ବର ୧୫ରେ ଖଣି ଖନନ ନିମନ୍ତେ ଜନଶୁଣାଣି କରିଥିଲା। ତେବେ ଜନଶୁଣାଣି ପାଇଁ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କୁ ଡାକି ଥିବାରୁ ଏହାକୁ ନେଇ ଡିସେମ୍ବର ୨୬ରେ ଲଳିତଗିରି, ଶୁଖୁଆପଡ଼ା ଓ କେଶରାଇପୁର ଗ୍ରାମର ବ୍ୟକ୍ତିମାନେ ଲଙ୍ଗୁଳିମଠ ପରିସରରେ ଏହାର ପ୍ରତିବାଦ କରିଥିଲେ ଏବଂ ଖଣି ଖନନକୁ ବିରୋଧ କରିଥିଲେ। ସେମାନେ ଦର୍ଶାଇଥିଲେ ଯେ, ଏହି ପାହାଡ଼ରୁ ପୂର୍ବରୁ ୪୦ଟି ବୌଦ୍ଧ ଯୁଗୀୟ ମୂର୍ତ୍ତି ମିଳିଥିବାବେଳେ ପାହାଡ଼ର ଶୀର୍ଷ ଦେଶରେ ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀର ପାରାଭାଡ଼ି ସ୍ତୂପ ରହିଛି। ସେହିଭଳି କେଶରାଇପୁର ମୌଜାରେ ପାହାଡ଼ର ନିମ୍ନଭାଗରେ ହାତୀଖାଲ ରହିଛି। ସେଥିପାଇଁ ୨୦୦୫ରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଓ କଟକ ଜିଲାର ମିଳିତ ପ୍ରଶାସନିକ ଅଧିକାରୀମାନେ ସର୍ଭେ କରି ପାହାଡ଼ ଖନନ ହୋଇପାରିବ ନାହିଁ ବୋଲି ହାଇକୋର୍ଟଙ୍କୁ ଜଣାଇଥିଲେ। ଏହାପରେ ପୁନର୍ବାର ୨୦୨୧ରେ ଖଣି ଖନନ ମସୁଧାକୁ ବିରୋଧ କରିଥିଲେ। ଏଥିନେଇ ବୁଦ୍ଧାୟନର ଉପସଭାପତି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ଓଏମ୍‌ସି ତରଫରୁ ଖନନ କାର୍ଯ୍ୟ ଚାଲୁ ରହିଲା। କିନ୍ତୁ ଦୁର୍ଭାଗ୍ୟର କଥା ଏଠାରୁ ମିଳୁଥିବା ଖଣ୍ଡୋଲାଇଟ୍‌ ପଥର ସୌନ୍ଦର୍ଯ୍ୟକରଣ କାମରେ ଲାଗିବ ନାହିଁ ବୋଲି ତଦାରଖ କରି ଯନ୍ତ୍ରୀମାନେ ମନା କରିଥିଲେ। ଓଏମ୍‌ସି ଏହାକୁ ୩୦ ବର୍ଷିଆ ଲିଜ୍‌ରେ ନେଇ ଖନନ କରିବାକୁ ଅନ୍ୟାନ୍ୟ କମ୍ପାନୀକୁ ଦେଇଥିବାବେଳେ ସେମାନେ ମଧ୍ୟ ଛାଡ଼ି ପଳାଇ ଯାଇଥିଲେ, ଯାହାକୁ ନେଇ ଏଏସ୍‌ଆଇ ଏହାର ପ୍ରତିବାଦ କରିଥିଲା। ଏଏସ୍‌ଆଇର ପୁରୀ ସର୍କଲ ଅଧୀକ୍ଷକ ବ୍ରଜସୁନ୍ଦର ଗଡ଼ନାୟକ ଖଣ୍ଡୋଲାଇଟ୍‌ ପଥର ଖଣି ଖନନ ବନ୍ଦ କରିବାକୁ ଓଏମ୍‌ସିକୁ ଚିଠି ଲେଖିବା ପରେ କାର୍ଯ୍ୟ ବନ୍ଦ ହୋଇଥିଲା। କିନ୍ତୁ ପାରାଭାଡ଼ି ସ୍ତୂପ ଖନନ ପରେ ଏଠାରୁ ଯେଉଁ ୪ଟି ମୂର୍ତ୍ତି ମିଳିଲା ତାହା ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ଓଏମ୍‌ସିର ପାହାଡ଼ ଖନନ ଦ୍ୱାରା ଏଭଳି ଅବସ୍ଥା ହୋଇଥିବା ଗଡ଼ନାୟକ ପ୍ରକାଶ କରିଥିଲେ। ଏହି ପାହାଡ଼ରୁ ବହୁ ଗଛ କଟା ହୋଇଥିବା ବେଳେ ପାହାଡ଼କୁ ଖନନ କରାଯାଇ ଯେଉଁ ଧ୍ୱଂସ କରାଗଲା ସେଥିପାଇଁ ହୀରକ ତ୍ରିଭୁଜ ଲଳିତଗିରି, ରନତ୍ଗିରି ଓ ଉଦୟଗିରି ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ପଡ଼ିବ ବୋଲି ଆଡ୍‌ଭୋକେଟ୍‌ ଭୂୟାଁ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଓଏମ୍‌ସିର ଆଞ୍ଚଳିକ ପ୍ରବନ୍ଧକ ଗଙ୍ଗାଧର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ସରକାରଙ୍କ ତରଫରୁ ଆମକୁ ଖଣି ଖନନ ପାଇଁ ଅନୁମତି ମିଳିଥିଲା। ଯେହେତୁ ପଥର ଭଲ ବାହାରିଲା ନାହିଁ ସେଥିପାଇଁ ବନ୍ଦ କରି ଦିଆଗଲା।


Enter your email to get our daily news in your inbox.

All Right Reserved By Dharitri.Com

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri