ଖଣ୍ଡୋଲାଇଟ୍‌ ଖନନରେ ଧ୍ୱଂସହେଲା ପାରାଭାଡ଼ି ଐତିହ୍ୟ

ଚଣ୍ଡିଖୋଲ,୧୮ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ପଲେଇ ପଞ୍ଚାୟତ ଅଧୀନ ପାରାଭାଡ଼ି ପାହାଡ଼ରେ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ରହିଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଆନୁକୂଲ୍ୟରେ ଏହାର ଖନନ ସମୟରେ ବୌଦ୍ଧ ସ୍ତୂପ ପାରାଭାଡ଼ି ସମେତ ୪ଟି ଭଗ୍ନ ବୁଦ୍ଧ ମୂର୍ତ୍ତି ଆବିଷ୍କୃତ ହୋଇଛି। ଯେହେତୁ ଏଠାରେ ପ୍ରାଚୀନ କୀର୍ତ୍ତିରାଜି ମିଳୁଛି ସେଥିପାଇଁ ଏହି ପାହାଡ଼ରୁ ଖଣ୍ଡୋଲାଇଟ ପଥର ଖନନ ବନ୍ଦ କରିବାକୁ ଏଏସ୍‌ଆଇ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ରଲେଖି ଅନୁରୋଧ କରିଛନ୍ତି। ସେହିପରି ବୁଦ୍ଧାୟନର ସଭାପତି ଆଡ୍‌ଭୋକେଟ ପ୍ରଦୀପ୍ତ କୁମାର ଭୂୟଁା ଏଠାରେ ଖଣ୍ଡୋଲାଇଟ ଖନନ ପାଇଁ ସର୍ଭେ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିଛନ୍ତି, ପ୍ରାଚୀନ ବୌଦ୍ଧ ଐତିହ୍ୟ କୀର୍ତ୍ତିରାଜିପୂର୍ଣ୍ଣ ପାରାଭାଡ଼ିରେ ପାହାଡ଼ ଖନନ ଦ୍ୱାରା ଏଠାରେ ଥିବା ବୌଦ୍ଧ କୀର୍ତ୍ତିରାଜି ନଷ୍ଟ ହୋଇଛି। ଖଣ୍ଡୋଲାଇଟ୍‌ ପଥର ଖନନ ନାମରେ ପାହାଡ଼କୁ ଯେଉଁଭଳି ଭାବେ ନଷ୍ଟ କରାଗଲା ତାହାର ପୁନରୁଦ୍ଧାର ହେବା କଷ୍ଟକର। ଏଠାରେ ଖଣ୍ଡୋଲାଇଟ୍‌ ଖଣି ଖନନ ନାମରେ ପାହାଡ଼କୁ ଧ୍ୱଂସ କରାଗଲା ସିନା କିନ୍ତୁ ଖଣ୍ଡୋଲାଇଟ ପଥର ମିଳିଲା ନାହିଁ, ଯେଉଁଥି ପାଇଁ ଖଣି ଖନନ କାର୍ଯ୍ୟ ବନ୍ଦ ହୋଇଗଲା।
ସୂଚନାଥାଉକି, ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ଖଣ୍ଡୋଲାଇଟ୍‌ ପଥରର ଆବଶ୍ୟକତା ଥିବାଯୋଗୁ ପାରାଭାଡ଼ି ପାହାଡ଼ର କେଶରାଇପୁର ରାଜସ୍ବ ମୌଜାରେ ଖଣି ଖନନ ପାଇଁ ସରକାରଙ୍କ ତରଫରୁ ଓଡ଼ିଶା ମାଇନିଂ କର୍ପୋରେଶନ୍‌ (ଓଏମ୍‌ସି)କୁ ଅନୁମତି ଦିଆଯାଇଥିଲା। ଓଏମ୍‌ସି ୨୦୨୧ ଡିସେମ୍ବର ୧୫ରେ ଖଣି ଖନନ ନିମନ୍ତେ ଜନଶୁଣାଣି କରିଥିଲା। ତେବେ ଜନଶୁଣାଣି ପାଇଁ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କୁ ଡାକି ଥିବାରୁ ଏହାକୁ ନେଇ ଡିସେମ୍ବର ୨୬ରେ ଲଳିତଗିରି, ଶୁଖୁଆପଡ଼ା ଓ କେଶରାଇପୁର ଗ୍ରାମର ବ୍ୟକ୍ତିମାନେ ଲଙ୍ଗୁଳିମଠ ପରିସରରେ ଏହାର ପ୍ରତିବାଦ କରିଥିଲେ ଏବଂ ଖଣି ଖନନକୁ ବିରୋଧ କରିଥିଲେ। ସେମାନେ ଦର୍ଶାଇଥିଲେ ଯେ, ଏହି ପାହାଡ଼ରୁ ପୂର୍ବରୁ ୪୦ଟି ବୌଦ୍ଧ ଯୁଗୀୟ ମୂର୍ତ୍ତି ମିଳିଥିବାବେଳେ ପାହାଡ଼ର ଶୀର୍ଷ ଦେଶରେ ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀର ପାରାଭାଡ଼ି ସ୍ତୂପ ରହିଛି। ସେହିଭଳି କେଶରାଇପୁର ମୌଜାରେ ପାହାଡ଼ର ନିମ୍ନଭାଗରେ ହାତୀଖାଲ ରହିଛି। ସେଥିପାଇଁ ୨୦୦୫ରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଓ କଟକ ଜିଲାର ମିଳିତ ପ୍ରଶାସନିକ ଅଧିକାରୀମାନେ ସର୍ଭେ କରି ପାହାଡ଼ ଖନନ ହୋଇପାରିବ ନାହିଁ ବୋଲି ହାଇକୋର୍ଟଙ୍କୁ ଜଣାଇଥିଲେ। ଏହାପରେ ପୁନର୍ବାର ୨୦୨୧ରେ ଖଣି ଖନନ ମସୁଧାକୁ ବିରୋଧ କରିଥିଲେ। ଏଥିନେଇ ବୁଦ୍ଧାୟନର ଉପସଭାପତି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ଓଏମ୍‌ସି ତରଫରୁ ଖନନ କାର୍ଯ୍ୟ ଚାଲୁ ରହିଲା। କିନ୍ତୁ ଦୁର୍ଭାଗ୍ୟର କଥା ଏଠାରୁ ମିଳୁଥିବା ଖଣ୍ଡୋଲାଇଟ୍‌ ପଥର ସୌନ୍ଦର୍ଯ୍ୟକରଣ କାମରେ ଲାଗିବ ନାହିଁ ବୋଲି ତଦାରଖ କରି ଯନ୍ତ୍ରୀମାନେ ମନା କରିଥିଲେ। ଓଏମ୍‌ସି ଏହାକୁ ୩୦ ବର୍ଷିଆ ଲିଜ୍‌ରେ ନେଇ ଖନନ କରିବାକୁ ଅନ୍ୟାନ୍ୟ କମ୍ପାନୀକୁ ଦେଇଥିବାବେଳେ ସେମାନେ ମଧ୍ୟ ଛାଡ଼ି ପଳାଇ ଯାଇଥିଲେ, ଯାହାକୁ ନେଇ ଏଏସ୍‌ଆଇ ଏହାର ପ୍ରତିବାଦ କରିଥିଲା। ଏଏସ୍‌ଆଇର ପୁରୀ ସର୍କଲ ଅଧୀକ୍ଷକ ବ୍ରଜସୁନ୍ଦର ଗଡ଼ନାୟକ ଖଣ୍ଡୋଲାଇଟ୍‌ ପଥର ଖଣି ଖନନ ବନ୍ଦ କରିବାକୁ ଓଏମ୍‌ସିକୁ ଚିଠି ଲେଖିବା ପରେ କାର୍ଯ୍ୟ ବନ୍ଦ ହୋଇଥିଲା। କିନ୍ତୁ ପାରାଭାଡ଼ି ସ୍ତୂପ ଖନନ ପରେ ଏଠାରୁ ଯେଉଁ ୪ଟି ମୂର୍ତ୍ତି ମିଳିଲା ତାହା ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ଓଏମ୍‌ସିର ପାହାଡ଼ ଖନନ ଦ୍ୱାରା ଏଭଳି ଅବସ୍ଥା ହୋଇଥିବା ଗଡ଼ନାୟକ ପ୍ରକାଶ କରିଥିଲେ। ଏହି ପାହାଡ଼ରୁ ବହୁ ଗଛ କଟା ହୋଇଥିବା ବେଳେ ପାହାଡ଼କୁ ଖନନ କରାଯାଇ ଯେଉଁ ଧ୍ୱଂସ କରାଗଲା ସେଥିପାଇଁ ହୀରକ ତ୍ରିଭୁଜ ଲଳିତଗିରି, ରନତ୍ଗିରି ଓ ଉଦୟଗିରି ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ପଡ଼ିବ ବୋଲି ଆଡ୍‌ଭୋକେଟ୍‌ ଭୂୟାଁ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଓଏମ୍‌ସିର ଆଞ୍ଚଳିକ ପ୍ରବନ୍ଧକ ଗଙ୍ଗାଧର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ସରକାରଙ୍କ ତରଫରୁ ଆମକୁ ଖଣି ଖନନ ପାଇଁ ଅନୁମତି ମିଳିଥିଲା। ଯେହେତୁ ପଥର ଭଲ ବାହାରିଲା ନାହିଁ ସେଥିପାଇଁ ବନ୍ଦ କରି ଦିଆଗଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri