ଭିତରକନିକା ଭିତ୍ତିଭୂମିର ବିକାଶ ପାଇଁ ୫୯ କୋଟି ମଞ୍ଜୁର

କେନ୍ଦ୍ରାପଡ଼ା ଅଫିସ/ରାଜନଗର,୧୮ା୩ (ଡି.ଏନ୍‌.ଏ.): ଭିତରକନିକାକୁ ବିଶ୍ୱଦରବାରରେ ଅଧିକ ପରିଚିତ କରାଇବା ସହ ଏହାର ଭିତ୍ତିଭୂମି ଏବଂ ଇକୋ ଟୁରିଜମ୍‌ର ବିକାଶ ପାଇଁ ରାଜ୍ୟ ସରକାର ପ୍ରକୃତି ଓ ପରିବେଶ ପର୍ଯ୍ୟଟନ ଶିଳ୍ପ ଉପରେ ଗୁରୁତ୍ୱାରୋପ କରିବା ସହ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଭିତରକନିକାରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୨୦୨୧-୨୨ ଆର୍ଥତ୍କ ବର୍ଷରେ ୫୮ କୋଟି ୫୮ ଲକ୍ଷ ୫୩ ହଜାର ଟଙ୍କା ଯୋଗାଇ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ଭିତରକନିକା ପର୍ଯ୍ୟଟନସ୍ଥଳୀଠାରେ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନୟନ ନିମନ୍ତେ ସରକାର ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରୁଛନ୍ତି। ଗୁପ୍ତି ଜେଟିରେ ଡ୍ରାଏ ଡକ୍‌ ସୁବିଧା ପାଇଁ ୩୦ ଲକ୍ଷ ଟଙ୍କା, ଡାଙ୍ଗମାଳ ପ୍ରବେଶ ଦ୍ୱାରଠାରେ ପ୍ଲାଜା ଓ ପାର୍କିଂ ନିର୍ମାଣ ପାଇଁ ୩ କୋଟି ୧୫ ଲକ୍ଷ ୪୩ ହଜାର, ଗୁପ୍ତିଠାରେ ଜେଟି ନିର୍ମାଣ ପାଇଁ ୯ କୋଟି ୨୩ ଲକ୍ଷ ୭୪ ହଜାର, ଡାଙ୍ଗମାଳଠାରେ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ ପାଇଁ ୧୪ କୋଟି ୩୮ ଲକ୍ଷ ୪୪ ହଜାର, ଡାଙ୍ଗମାଳଠାରେ ଥିବା ଜେଟିର ଉନ୍ନତୀକରଣ ପାଇଁ ୭ କୋଟି ୪୭ ଲକ୍ଷ ୮୩ ହଜାର, ଡାଙ୍ଗମାଳଠାରେ କାରିଗରି କ୍ରାଫ୍ଟ ବଜାର ଓ ଫୁଡ୍‌ କୋର୍ଟ ନିର୍ମାଣ ଲାଗି ୭ କୋଟି ୭୯ ଲକ୍ଷ ୪୭ ହଜାର, ଚାନ୍ଦବାଲିଠାରେ ଜେଟି ନିର୍ମାଣ ନିମନ୍ତେ ୬ କୋଟି ୮୭ ଲକ୍ଷ ୬୧ ହଜାର, ଖୋଳାଠାରେ ଜେଟି ନିର୍ମାଣ ପାଇଁ ୬ କୋଟି ୬୬ ଲକ୍ଷ ୧ ହଜାର ଟଙ୍କା ସରକାର ଯୋଗାଇ ଦେଇଛନ୍ତି। ଶୁକ୍ରବାର କେନ୍ଦ୍ରାପଡ଼ା ଅତିରିକ୍ତ ଜିଲାପାଳ ପୀତାମ୍ବର ସାମଲ, ଉପଜିଲାପାଳ ନିରଞ୍ଜନ ବେହେରା, ତହସିଲଦାର ଅଶ୍ୱିନୀ କୁମାର ଭୂୟଁା, ଏସିଏଫ୍‌ ପୁନମ୍‌ହୀରା ହଁାସ୍‌ଦା, କନିକା ରେଞ୍ଜ୍‌ ଅଫିସର ମାନସ କୁମାର ଦାସ, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ନଟବର ପ୍ରଧାନ, କନିଷ୍ଠଯନ୍ତ୍ରୀ ବିଶ୍ୱ ଭୂଷଣ ସ୍ବାଇଁ ପ୍ରମୁଖ ଗୁପ୍ତି, ଖୋଳା ଓ ଡାଙ୍ଗମାଳଠାରେ ପହଞ୍ଚତ୍ ସ୍ଥାନୀୟ ଲୋକପ୍ରତିନିଧି ଓ ନେତୃତ୍ୱଙ୍କ ସହାୟତାରେ ସ୍ଥାନ ଚିହ୍ନଟ କରିଛନ୍ତି। ସୂଚନାଯୋଗ୍ୟ, ଚଳିତମାସ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଜିଲା ପ୍ରଶାସନ ପକ୍ଷରୁ ଭିତରକନିକା ଜାତୀୟ ଉଦ୍ୟାନ ସୀମା ସଂଲଗ୍ନ ନଳିତାପାଟିଆଠାରେ ଆୟୋଜିତ କରାଯାଇଥିବା ଭିତରକନିକା ମହୋତ୍ସବ-୨୦୨୩ର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଭିତରକନିକାର ଜୈବବିବିଧତା, ଆର୍ଦ୍ରଭୂମି, ହେନ୍ତାଳବଣ, ରଙ୍ଗବେରଙ୍ଗର ପକ୍ଷୀ, ବଉଳା କୁମ୍ଭୀର, ଗହୀରମଥାର ଅଲିଭ୍‌ ରିଡ୍‌ଲେ କଇଁଛ, ଡଲ୍‌ଫିନ ଏବଂ ସରୀସୃପମାନଙ୍କର ନନ୍ଦନକାନନ ଭିତରକନିକାକୁ ବିଶ୍ୱସ୍ତରରେ ପର୍ଯ୍ୟଟନ ମାନଚିତ୍ରରେ ଅଧିକ ପରିଚିତ କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri