ପୁରୁଷୋତ୍ତମପୁରରେ ଉଡ଼ିଲା ତ୍ରିରଙ୍ଗା, ଅପରେଶନ ସିନ୍ଦୂରରେ ଯବାନଙ୍କ ବିରତ୍ୱକୁ ନେଇ ପରାକ୍ରମ ଶୋଭାଯାତ୍ରା

ପୁରୁଷୋତ୍ତମପୁର,୧୫।୫ (ସିମାଞ୍ଚଳ ମିଶ୍ର): ଜମ୍ମୁ କଶ୍ମୀରର ପହଲଗାମ୍‌ରେ ପାକିସ୍ଥାନୀ ଆତଙ୍କବାଦୀଙ୍କ ଆକ୍ରମଣର ଉଚିତ ଜବାବ ଦେଇ ‘ଅପରେଶନ ସିନ୍ଦୂର’ ଜରିଆରେ ପରାକ୍ରମ ଦେଖାଇଥିଲେ ଭାରତୀୟ ବୀର ଯବାନ। ସେମାନଙ୍କ ସାହସିକତାକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ବିଡିଓ ଶରତ କୁମାର ପାତ୍ରଙ୍କ ସଂଯୋଜନାରେ ଗୁରବାର ପରାକ୍ରମ ଶୋଭାଯାତ୍ରା ଅନୁଷ୍ଟିତ ହୋଇଯାଇଛି। ଏଥିରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ଡ.ଦୀପକକୁମାର ମିଶ୍ର, ତହସିଲଦାର ବିନୋଦକୁମାର ବେହେରା, ଆଇଆଇସି ରାଜେଶକୁମାର ନାୟକ, ଏନ୍‌ଏସି ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା, ଏବିଡିଓ ନିରାକାର ଜେନା ଓ ଏନ୍‌ଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ। ଦେଶବାସୀଙ୍କୁ ସୁରକ୍ଷା ଦେବା ସହ ପାକିସ୍ତାନର ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସକରି ବୀରତ୍ୱ ଏବଂ ସାହାସିକତାର ପରାକ୍ରମ ଦେଖାଇଥିବା ଯବାନଙ୍କ ଲାଗି ଆମେ ଗର୍ବିତ ଥିବା କହି ସମସ୍ତେ ସଲାମ କରିଥିଲେ। ଏହାସହ ଭାରତ ମାତାର ଜୟଗାନ କରିଥିଲେ। ଏଥିରେ ସମସ୍ତ ସରକାରୀ କର୍ମଚାରୀ, ଜନ ପ୍ରତିନିଧି, କଲେଜ ଛାତ୍ର, ଜନସାଧାରଣ ଯୋଗଦେଇ ବିରାଟ ମୋଟରସାଇକେଲ ଶୋଭାଯାତ୍ରାରେ ତ୍ରିରଙ୍ଗା ଉଡାଇ ଭାରତମାତାର ସ୍ଲୋଗାନ ଦେଇ ଆଛୁଲି ଛକଠାରୁ ବାହାରି ପୁରୁଷୋତ୍ତମପୁର ସହର ପରିକ୍ରମା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ଚାମେଲିଙ୍କ ଅଡୁଆ: ହାଇକୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

କେନ୍ଦ୍ରାପଡା,୧୧।୮: କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ଜାରି ରହିବ। ହେଲେ ବିନା ଅନୁମତିରେ…

ପିକଅପ୍‌-କାର ମୁହାଁମୁହିଁ ଧକ୍କା: ଚାଲିଗଲା ଅମିତାଙ୍କ ଜୀବନ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳା…

ସ୍ବାସ୍ଥ୍ୟ ବୀମା ଯୋଜନାର ପରିବର୍ତ୍ତନକୁ ନେଇ ତେଜିଲା ବିରୋଧ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଛତ୍ରପୁର,୧୧।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତନ କରିବା ପ୍ରକ୍ରିୟାକୁ ବିରୋଧ କରିଛି ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ)…

ବାଙ୍କୀ-ଡମପଡ଼ା ବ୍ଲକରେ ଲାଗିଲା ୧୬୩ ଧାରା

ବାଙ୍କୀ,୧୧।୮: ବାଙ୍କୀ-ଡମପଡ଼ା ବ୍ଲକ ପରିସରରେ ମଙ୍ଗଳବାର BNSS ୧୬୩ ଧାରା ଲାଗୁ କରାଯାଇଛି। ବିଧାୟକ ଏବଂ ଭାଜପା ବିଧାୟକ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ହେବା…

ଟ୍ରାଞ୍ଜିଷ୍ଟ ହାଉସ ଭାଙ୍ଗିବା ବେଳେ ଉତ୍ତେଜନା

ଭୁବନେଶ୍ୱର,୧୧।୮: ଭୁବନେଶ୍ୱର ନିଳାଦ୍ରୀ ବିହାର ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ଧରଣର ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ବିଏମ୍‌ସି ଏବଂ ବିଡିଏ ପକ୍ଷରୁ ନିଳାଦ୍ରୀ ବିହାର ଅଞ୍ଚଳରେ ଥିବା…

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ କଲେଜ ଛାତ୍ରୀ ମୃତ୍ୟୁ: ଅଭିଯୋଗ ଆଣିଲେ ପରିବାର ଲୋକେ

ଭାପୁର,୧୧।୮ (ପ୍ରଭାତ ବରାଡ): ଫତେଗଡ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମର ଗୋପାଳ ବେହେରାଙ୍କ ଝିଅ ସନ୍ତୋଷୀ ବେହେରାଙ୍କ (୧୮) ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…

ସ୍ବାଧୀନତା ଦିବସ ପାଇଁ ତଦାରଖ କଲେ ବିଡିଓ: ଛାତ୍ରୀଛାତ୍ରଙ୍କ ପ୍ରତିଯୋଗିତା-ଚୟନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୧।୮(ଅରୁଣ ସହୁ):ଆସନ୍ତା ଶନିବାର ସ୍ବାଧୀନତା ଦିବସ ପାଳନ ହେବ। ଏଥିପାଇଁ ଚାରିଆଡେ ଏବେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ…

କୋଣ ଅନୁକୋଣରେ ପହଞ୍ଚିବ କୃମି ନାଶକ ବଟିକା: ଲୋକଙ୍କୁ କରାଯିବ ସଚେତନ

ମହାକାଳପଡ଼ା,୧୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ବାୟାବାବା କଲେଜ ସଭାଗୃହଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ କୃମି ନାଶକ ଦିବସ ସୋମବାର ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri