ଡିସେମ୍ବରରୁ ଦେଓମାଳିରେ ପାରାଗ୍ଲାଇଡିଂ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ):ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଭାବେ ପରିଚିତ କୋରାପୁଟର ଦେଓମାଳି ଏଣିକି ଆହୁରି ଆକର୍ଷଣୀୟ ଦେଖାଯିବ। ଏହି ଉଚ୍ଚତମ ପାହାଡ଼ ସମେତ ପୂରା କୋରାପୁଟ ସହରକୁ ପର୍ଯ୍ୟଟକ ଏବେ ପକ୍ଷୀ ଭଳି ଆକାଶରେ ଉଡ଼ି ଦେଖିବା ସହ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ପ୍ରାୟ ସାଢ଼େ ୬ ହଜାର ଫୁଟ ଉପରୁ କୋରାପୁଟ ସହରକୁ ଦେଖିହେବ। ଆଉ ହଜାରେ ଫୁଟ ଉପରୁ ଦେଓମାଳିର ସୁନ୍ଦର ପ୍ରାକୃତିକ ଦୃଶ୍ୟର ମଜା ନେଇହେବ। ତେବେ ଏଥିପାଇଁ ଦେଓମାଳିରେ ଆରମ୍ଭ ହେବାକୁ ଯାଉଛି ପାରାଗ୍ଲାଇଡିଂ। ଗ୍ରୀନ ସ୍ପେସ୍‌ ଆଡଭେଞ୍ଚର ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହି ବ୍ୟବସ୍ଥା ହେଉଥିବା ବେଳେ ପ୍ରାଥମିକ ପ୍ରସ୍ତୁତି ସରିଛି।
ଡିସେମ୍ବର ପ୍ରଥମ ସପ୍ତାହରୁ ଦେଓମାଳି ପାହାଡ଼ରେ ପର୍ଯ୍ୟଟକ ଏସବୁର ମଜା ନେଇପାରିବେ। ଏଥିପାଇଁ ଅଭିଜ୍ଞ ପ୍ରଶିକ୍ଷକମାନେ ଦେଓମାଳିରେ ଆସି ଡେରା ପକାଇଲେଣି। ୧୦ ମିନିଟ୍‌ ପାଇଁ ଏହି ରାଇଡ୍‌ ରହିଥିବାବେଳେ ନିଶ୍ଚିତ ଭାବେ ପର୍ଯ୍ୟଟକଙ୍କୁ ଏକ ରୋମାଞ୍ଚକର ଅନୁଭୂତି ଦେବା ସହ ରାଜ୍ୟ ଦୁଃସାହସିକ ପର୍ଯ୍ୟଟନରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ। ଫଳରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ କୋରାପୁଟ, ଦେଓମାଳି ବୁଲିବା ସହ ପାରାଗ୍ଲାଇଡିଂର ମଜା ନେଇପାରିବେ। ଅନ୍ୟପଟେ ଡିସେମ୍ବରରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଦେଓମାଳିରେ ଇକୋ ରିଟ୍ରିଟ୍‌ କରିବାକୁ ମନସ୍ଥ କରିଥିବା ବେଳେ ଦୁଃସାହସିକ ପାରାଗ୍ଲାଇଡିଂ ଏଥିରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବ। ଏ ନେଇ ଗ୍ରୀନ ସ୍ପେସ ଆଡଭେଞ୍ଚର ପ୍ରାଇଭେଟ ଲିମିଟେଡର ଶଶାଙ୍କ ରଥ କହିଛନ୍ତି, ଦୁଃସାହସିକ କ୍ରୀଡ଼ାରେ ଭାଗ ନେଉଥିବା ପର୍ଯ୍ୟଟକଙ୍କୁ ଏହା ନିଶ୍ଚିତ ଭାବେ ଏକ ଭିନ୍ନ ଅନୁଭୂତି ଦେବ। ଏଥିପାଇଁ ହିମାଳୟରୁ ଅଭିଜ୍ଞ ପ୍ରଶିକ୍ଷକ ଆସିଛନ୍ତି। ଗତ ଦେଢ଼ ମାସ ହେବ ଟ୍ରାଏଲ୍‌ ସରିଛି। ଜିଲା ପ୍ରଶାସନ ଏଥିପାଇଁ ଅନୁମତି ବି ଦେଇସାରିଛନ୍ତି। ଖାଲି ଉଡ଼ାଣକୁ ଅପେକ୍ଷା। ହୃଦ୍‌ରୋଗ ଥିବା ପର୍ଯ୍ୟଟକଙ୍କ ବ୍ୟତୀତ ବାକି ସମସ୍ତେ ଏହାର ମଜା ନେଇପାରିବେ। ଏହାଛଡା ପ୍ରତିଟି ପର୍ଯ୍ୟଟକଙ୍କ ସୁରକ୍ଷା ଓ ଜୀବନକୁ ସୁରକ୍ଷିତ ରଖିବା ପାଇଁ ଆମେ ସେମାନଙ୍କୁ ଉଡ଼ାଣ ପୂର୍ବରୁ ଇନ୍‌ସୁରାନ୍ସର ଅନ୍ତର୍ଭୁକ୍ତ କରିବାକୁ ମନସ୍ଥ କରିଛୁ।
କେବଳ ପାରାଗ୍ଲାଇଡିଂ ନୁହେଁ, ରାଜ୍ୟ ପର୍ଯ୍ୟଟନ ବିଭାଗ ଗତ ଦୁଇ ବର୍ଷ ହେବ କୋରାପୁଟକୁ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଗୁରୁତ୍ୱ ଦେଇ ତା’ର ପାରିପାର୍ଶ୍ୱିକ ବିକାଶ ପାଇଁ ଚିନ୍ତା କରିଛି। ଏଥିପାଇଁ କୋରାପୁଟ ମୁଖ୍ୟ ଫାଟକର ପ୍ରବେଶ ଦ୍ୱାରରେ ଶୁଳ୍କ ରଖାଯାଇଛି। ଆସନ୍ତା ଦିନରେ ସେଠାରେ କୋରାପୁଟର ଦେଶୀ ଖାଦ୍ୟ ବିକ୍ରିବଟା କରାଯିବା ସହ ନାଇଟ୍‌ କ୍ୟାମ୍ପିଂ ଓ କାରାବାନ୍‌ ଟୁରିଜମ କରାଯିବାକୁ ଚିନ୍ତା କରୁଛି। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଟେଣ୍ଡର ମାଧ୍ୟମରେ ଘରୋଇ ଉଦ୍ୟୋଗୀମାନଙ୍କ ଦ୍ୱାରା ସେଠାରେ ହୋଟେଲ ରହଣି, ଇକୋ ରିସର୍ଟ ଆଦିର ବ୍ୟବସ୍ଥା କରିଛି। ଜିଲା ପ୍ରଶାସନ ବି ସ୍ବତନ୍ତ୍ର ଭାବେ ସେଠାରେ କଫି ଓ ମାଣ୍ଡିଆ ଆଉଟ୍‌ଲେଟ କରିବା କାମ ଆରମ୍ଭ କରିଛି। ସେଠାରେ ଆଗାମୀ ଦିନରେ ଦେଓମାଳି ବୁଲିବାକୁ ଆସୁଥିବା ପର୍ଯ୍ୟଟକ କୋରାପୁଟ କଫି ସହ ମାଣ୍ଡିଆର ବିଭିନ୍ନ ଖାଦ୍ୟର ମଜା ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୪୨.୫% ଭାରତୀୟ ସ୍ବାସ୍ଥ୍ୟକୁ କରନ୍ତି ଅଣଦେଖା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୮ା୪(ପି.ଟି.):କାର୍ଯ୍ୟବ୍ୟସ୍ତତା କାରଣରୁ ୪୨.୫ ପ୍ରତିଶତ ଭାରତୀୟ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଥିବା ସ୍ବୀକାର କରିଛନ୍ତି। ୫୭.୮ ପ୍ରତିଶତ କହିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ’ଣ ଭଲ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri