ପାରାଦୀପ-ହରିଦାସପୁର ରେଳପଥ: ଗଡ଼ିଲା ମାଲବାହୀ ଟ୍ରେନ୍‌

ପାରାଦୀପ(ସ୍ବ.ପ୍ର.)/କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ/ମହାକାଳପଡ଼ା (ଡି.ଏନ୍‌.ଏ),୧।୮: ଦୀର୍ଘ ୨୧ ବର୍ଷର ପ୍ରତୀକ୍ଷା ପରେ ଶୁକ୍ରବାର ପ୍ରଥମ କରି ପାରାଦୀପ-ହରିଦାସପୁର ରେଳପଥରେ ମାଲବାହୀ ଟ୍ରେନ୍‌ ଚଳାଚଳ ହୋଇଛି। ପାରାଦୀପରୁ ୫୨୮୨ ଟନ୍‌ କୋଇଲା ବୋଝେଇ ଏକ ଟ୍ରେନ୍‌ (ନଂ-ଏମଇ/ଏଚଏସ୍‌ପିଜି ୨୨)କୁ ପରୀକ୍ଷାମୂଳକ ଭାବେ ରାଉରକେଲା ଅଭିମୁଖେ ଛଡ଼ାଯାଇଛି। ପୂର୍ବତଟ ରେଲ୍‌ଓ୍ବେ ଖୋର୍ଦ୍ଧା ଡିଭିଜନର ଏରିଆ ମ୍ୟାନେଜର ଆର. ମନୋଜ ବାବୁ ପାରାଦୀପ ରଙ୍ଗିଆଗଡ଼ ଷ୍ଟେଶନରେ ପୂର୍ବାହ୍ନ ୧୧ଟା୧୫ରେ ପତାକା ଦେଖାଇ ଏହି ଟ୍ରେନ୍‌ ଚଳାଚଳକୁ ଶୁଭାରମ୍ଭ କରିଥିଲେ। ଏହା ଭାୟା ହରିଦାସପୁର ହୋଇ ରାଉରକେଲା ଯିବାର ଥିଲା। ତେବେ ଟ୍ରେନ୍‌ କେନ୍ଦ୍ରାପଡ଼ା ଜିଲାର ନୂଆଗାଁ ଷ୍ଟେଶନଠାରେ ପହଞ୍ଚତ୍ବାପରେ ଲୋକେ ପ୍ରଥମେ ପାସେଞ୍ଜର ଟ୍ରେନ୍‌ ଚଳାଚଳ ପାଇଁ ଦାବି କରି ତାହାକୁ ଅଟକାଇ ଥିଲେ। ଲୋକେ ଜିଦ୍‌ରେ ଅଟଳ ରହିବାରୁ ମାଲବାହୀ ଟ୍ରେନ ପାରାଦୀପ ଫେରି ଯାଇଥିଲା। ପୁଣି ତାହାକୁ ରାତି ପ୍ରାୟ ୯ଟାରେ କଟକ ରୁଟ୍‌ରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଛଡ଼ାଯାଇଥିଲା।
କେନ୍ଦ୍ରାପଡ଼ା ଜିଲାରେ ଆନୁଷ୍ଠାନିକ ଭାବେ ରେଳ ଚଳାଚଳ ହୋଇନାହିଁ। କିନ୍ତୁ ମହାକାଳପଡ଼ା ବ୍ଲକ ନୂଆଗଁାଠାରେ ଜିଲାର ପ୍ରଥମ ରେଳରୋକୋ ଆନ୍ଦୋଳନ ହୋଇଛି। ଆନ୍ଦୋଳନକାରୀମାନେ ଜିଲାରେ ମାଲବାହୀ ପରିବର୍ତ୍ତେ ଯାତ୍ରୀବାହୀ ରେଳ ପ୍ରଥମେ ଗଡ଼ୁ ବୋଲି ଦାବି କରିଛନ୍ତି। ଏ ସମ୍ପର୍କରେ ପୂର୍ବତଟ ରେଳପଥର ପିଆରଓ ନିରାକାର ଦାସ କହିଛନ୍ତି, ଏହା ମାଲବାହୀ ଟ୍ରେନ୍‌ର ଟ୍ରାଏଲ ରନ। ଏହାଦ୍ୱାରା ନିରାପତ୍ତାଭିତ୍ତିକ କାର୍ଯ୍ୟକୁ ତଦାରଖ କରାଯାଇ ସଂଶୋଧିତ ହୋଇଥାଏ। ପଣ୍ୟ ପରିବହନ ଏହି ରେଳପଥର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ରେଲୱେ ବୋର୍ଡର ନିଷ୍ପତ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।
ହରିଦାସପୁର-ପାରାଦୀପ ନୂଆ ବ୍ରଡ୍‌ଗେଜ୍‌ ରେଳପଥ କାର୍ଯ୍ୟକାରୀ ହେଲେ କେନ୍ଦ୍ରାପଡ଼ା ଜିଲା ରେଳ ମାନଚିତ୍ରରେ ରାଜ୍ୟର ୨୬ତମ ଜିଲା ହେବ। ୮୨ କିଲୋମିଟର ଏହି ଫାଟକ ବିହୀନ ରେଳପଥ ପ୍ରକଳ୍ପକୁ ୧୯୯୬ରେ ତତ୍କାଳୀନ ରେଳମନ୍ତ୍ରୀ ରାମବିଳାଶ ପାଶ୍ୱାନ ମଞ୍ଜୁରୀ ଦେଇଥିଲେ। ୧୯୯୯ ଏପ୍ରିଲରେ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇଠାରେ ତତ୍କାଳୀନ ରେଳମନ୍ତ୍ରୀ ନୀତୀଶ କୁମାର ଶିଳାନ୍ୟାସ କରିଥିଲେ। ୨୦୧୨ରେ ରେଳପଥ ଲାଗି ପ୍ରଥମଥର ପାଇଁ ୧୧୮୬ କୋଟି ଟଙ୍କା ଆସିଥିବା ବେଳେ ୨୦୨୦ ଜୁନ ସୁଦ୍ଧା ନିର୍ମାଣ କାର୍ଯ୍ୟରେ ୨୩୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହରିଦାସପୁର ଷ୍ଟେଶନ ସମେତ ରେଳପଥରେ ୧୧ଟି ଷ୍ଟେଶନ ରହିଛି। ଏଥିପାଇଁ ମୋଟ ୧୭୪୪ ଏକର ଜମି ଅଧିଗ୍ରହଣ ହୋଇଛି। ଏଥିରେ ୮୬ ଗ୍ରାମର ୧୫୦୩ ଏକର ଜମି ଅଧିଗ୍ରହଣ ହୋଇଥିବାବେଳେ ସରକାରୀ ଜମି ୨୩୫ ଏକର ଓ ଅବଶିଷ୍ଟ ଜଙ୍ଗଲ ଜମି ରହିଛି। ରେଳପଥରେ ୬୮ଟି ଅଣ୍ଡର ରୋଡ୍‌ ବ୍ରିଜ୍‌, ୧୮୭ ଛୋଟ ବ୍ରିଜ୍‌, ୨୯ ବଡ଼ ବ୍ରିଜ୍‌ ସହିତ ଲୁଣା ଓ ମହାନଦୀ ଉପରେ ବ୍ରିଜ୍‌ ନିର୍ମାଣ ହୋଇଛି। ପ୍ରାଥମିକ ସ୍ତରରେ ରେଳପଥରେ ମାଲବାହୀ ରେଳ ଚଳାଚଳ ପାଇଁ ଯୋଜନା ହୋଇଛି। ତେବେ କେନ୍ଦ୍ରାପଡା ଜିଲାରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳକୁ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ଏମ୍‌ପି ଅନୁଭବ ପଟ୍ଟନାୟକ ପ୍ରମୁଖ ଯାତ୍ରୀବାହୀ ରେଳ ଚାଳନାକୁ ଗୁରୁତ୍ୱ ଦେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସମର୍ଥନ କରିଛନ୍ତି। ଜିଲାସ୍ତରରେ ଭାଜପା ସଭାପତି କିଶୋର ଚନ୍ଦ୍ର ପଣ୍ଡା, ବରିଷ୍ଠ ନେତା ଭୁବନମୋହନ ଜେନା, ଦୁର୍ଯ୍ୟୋଧନ ସାହୁ, ସୁନାକର ବେହେରା ପ୍ରମୁଖ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଓ ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଛନ୍ତି। ଏଥିସହିତ ଜିଲା ଆଇନଜୀବୀ ସାମ୍ମୁଖ୍ୟର ଆଇନଜୀବୀ ସଞ୍ଜୟ ଜେନାଙ୍କ ନେତୃତ୍ୱରେ ଜିଲାପାଳଙ୍କୁ ଶୁକ୍ରବାର ଦାବିପତ୍ର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri