ପାରାଦୀପ-ହରିଦାସପୁର ରେଳପଥ: ଗଡ଼ିଲା ମାଲବାହୀ ଟ୍ରେନ୍‌

ପାରାଦୀପ(ସ୍ବ.ପ୍ର.)/କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ/ମହାକାଳପଡ଼ା (ଡି.ଏନ୍‌.ଏ),୧।୮: ଦୀର୍ଘ ୨୧ ବର୍ଷର ପ୍ରତୀକ୍ଷା ପରେ ଶୁକ୍ରବାର ପ୍ରଥମ କରି ପାରାଦୀପ-ହରିଦାସପୁର ରେଳପଥରେ ମାଲବାହୀ ଟ୍ରେନ୍‌ ଚଳାଚଳ ହୋଇଛି। ପାରାଦୀପରୁ ୫୨୮୨ ଟନ୍‌ କୋଇଲା ବୋଝେଇ ଏକ ଟ୍ରେନ୍‌ (ନଂ-ଏମଇ/ଏଚଏସ୍‌ପିଜି ୨୨)କୁ ପରୀକ୍ଷାମୂଳକ ଭାବେ ରାଉରକେଲା ଅଭିମୁଖେ ଛଡ଼ାଯାଇଛି। ପୂର୍ବତଟ ରେଲ୍‌ଓ୍ବେ ଖୋର୍ଦ୍ଧା ଡିଭିଜନର ଏରିଆ ମ୍ୟାନେଜର ଆର. ମନୋଜ ବାବୁ ପାରାଦୀପ ରଙ୍ଗିଆଗଡ଼ ଷ୍ଟେଶନରେ ପୂର୍ବାହ୍ନ ୧୧ଟା୧୫ରେ ପତାକା ଦେଖାଇ ଏହି ଟ୍ରେନ୍‌ ଚଳାଚଳକୁ ଶୁଭାରମ୍ଭ କରିଥିଲେ। ଏହା ଭାୟା ହରିଦାସପୁର ହୋଇ ରାଉରକେଲା ଯିବାର ଥିଲା। ତେବେ ଟ୍ରେନ୍‌ କେନ୍ଦ୍ରାପଡ଼ା ଜିଲାର ନୂଆଗାଁ ଷ୍ଟେଶନଠାରେ ପହଞ୍ଚତ୍ବାପରେ ଲୋକେ ପ୍ରଥମେ ପାସେଞ୍ଜର ଟ୍ରେନ୍‌ ଚଳାଚଳ ପାଇଁ ଦାବି କରି ତାହାକୁ ଅଟକାଇ ଥିଲେ। ଲୋକେ ଜିଦ୍‌ରେ ଅଟଳ ରହିବାରୁ ମାଲବାହୀ ଟ୍ରେନ ପାରାଦୀପ ଫେରି ଯାଇଥିଲା। ପୁଣି ତାହାକୁ ରାତି ପ୍ରାୟ ୯ଟାରେ କଟକ ରୁଟ୍‌ରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଛଡ଼ାଯାଇଥିଲା।
କେନ୍ଦ୍ରାପଡ଼ା ଜିଲାରେ ଆନୁଷ୍ଠାନିକ ଭାବେ ରେଳ ଚଳାଚଳ ହୋଇନାହିଁ। କିନ୍ତୁ ମହାକାଳପଡ଼ା ବ୍ଲକ ନୂଆଗଁାଠାରେ ଜିଲାର ପ୍ରଥମ ରେଳରୋକୋ ଆନ୍ଦୋଳନ ହୋଇଛି। ଆନ୍ଦୋଳନକାରୀମାନେ ଜିଲାରେ ମାଲବାହୀ ପରିବର୍ତ୍ତେ ଯାତ୍ରୀବାହୀ ରେଳ ପ୍ରଥମେ ଗଡ଼ୁ ବୋଲି ଦାବି କରିଛନ୍ତି। ଏ ସମ୍ପର୍କରେ ପୂର୍ବତଟ ରେଳପଥର ପିଆରଓ ନିରାକାର ଦାସ କହିଛନ୍ତି, ଏହା ମାଲବାହୀ ଟ୍ରେନ୍‌ର ଟ୍ରାଏଲ ରନ। ଏହାଦ୍ୱାରା ନିରାପତ୍ତାଭିତ୍ତିକ କାର୍ଯ୍ୟକୁ ତଦାରଖ କରାଯାଇ ସଂଶୋଧିତ ହୋଇଥାଏ। ପଣ୍ୟ ପରିବହନ ଏହି ରେଳପଥର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ରେଲୱେ ବୋର୍ଡର ନିଷ୍ପତ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।
ହରିଦାସପୁର-ପାରାଦୀପ ନୂଆ ବ୍ରଡ୍‌ଗେଜ୍‌ ରେଳପଥ କାର୍ଯ୍ୟକାରୀ ହେଲେ କେନ୍ଦ୍ରାପଡ଼ା ଜିଲା ରେଳ ମାନଚିତ୍ରରେ ରାଜ୍ୟର ୨୬ତମ ଜିଲା ହେବ। ୮୨ କିଲୋମିଟର ଏହି ଫାଟକ ବିହୀନ ରେଳପଥ ପ୍ରକଳ୍ପକୁ ୧୯୯୬ରେ ତତ୍କାଳୀନ ରେଳମନ୍ତ୍ରୀ ରାମବିଳାଶ ପାଶ୍ୱାନ ମଞ୍ଜୁରୀ ଦେଇଥିଲେ। ୧୯୯୯ ଏପ୍ରିଲରେ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇଠାରେ ତତ୍କାଳୀନ ରେଳମନ୍ତ୍ରୀ ନୀତୀଶ କୁମାର ଶିଳାନ୍ୟାସ କରିଥିଲେ। ୨୦୧୨ରେ ରେଳପଥ ଲାଗି ପ୍ରଥମଥର ପାଇଁ ୧୧୮୬ କୋଟି ଟଙ୍କା ଆସିଥିବା ବେଳେ ୨୦୨୦ ଜୁନ ସୁଦ୍ଧା ନିର୍ମାଣ କାର୍ଯ୍ୟରେ ୨୩୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହରିଦାସପୁର ଷ୍ଟେଶନ ସମେତ ରେଳପଥରେ ୧୧ଟି ଷ୍ଟେଶନ ରହିଛି। ଏଥିପାଇଁ ମୋଟ ୧୭୪୪ ଏକର ଜମି ଅଧିଗ୍ରହଣ ହୋଇଛି। ଏଥିରେ ୮୬ ଗ୍ରାମର ୧୫୦୩ ଏକର ଜମି ଅଧିଗ୍ରହଣ ହୋଇଥିବାବେଳେ ସରକାରୀ ଜମି ୨୩୫ ଏକର ଓ ଅବଶିଷ୍ଟ ଜଙ୍ଗଲ ଜମି ରହିଛି। ରେଳପଥରେ ୬୮ଟି ଅଣ୍ଡର ରୋଡ୍‌ ବ୍ରିଜ୍‌, ୧୮୭ ଛୋଟ ବ୍ରିଜ୍‌, ୨୯ ବଡ଼ ବ୍ରିଜ୍‌ ସହିତ ଲୁଣା ଓ ମହାନଦୀ ଉପରେ ବ୍ରିଜ୍‌ ନିର୍ମାଣ ହୋଇଛି। ପ୍ରାଥମିକ ସ୍ତରରେ ରେଳପଥରେ ମାଲବାହୀ ରେଳ ଚଳାଚଳ ପାଇଁ ଯୋଜନା ହୋଇଛି। ତେବେ କେନ୍ଦ୍ରାପଡା ଜିଲାରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳକୁ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ଏମ୍‌ପି ଅନୁଭବ ପଟ୍ଟନାୟକ ପ୍ରମୁଖ ଯାତ୍ରୀବାହୀ ରେଳ ଚାଳନାକୁ ଗୁରୁତ୍ୱ ଦେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସମର୍ଥନ କରିଛନ୍ତି। ଜିଲାସ୍ତରରେ ଭାଜପା ସଭାପତି କିଶୋର ଚନ୍ଦ୍ର ପଣ୍ଡା, ବରିଷ୍ଠ ନେତା ଭୁବନମୋହନ ଜେନା, ଦୁର୍ଯ୍ୟୋଧନ ସାହୁ, ସୁନାକର ବେହେରା ପ୍ରମୁଖ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଓ ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଛନ୍ତି। ଏଥିସହିତ ଜିଲା ଆଇନଜୀବୀ ସାମ୍ମୁଖ୍ୟର ଆଇନଜୀବୀ ସଞ୍ଜୟ ଜେନାଙ୍କ ନେତୃତ୍ୱରେ ଜିଲାପାଳଙ୍କୁ ଶୁକ୍ରବାର ଦାବିପତ୍ର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri