ଅଭିବୃଦ୍ଧି ପଥରେ ପାରାଦୀପ ପୋର୍ଟ

ଭୁବନେଶ୍ୱର,୩।୪: ପାରାଦୀପ ପୋର୍ଟ ଅଥରିଟି (ପିପିଏ) ପକ୍ଷରୁ ରବିବାର ବାର୍ଷିକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ପାରାଦୀପ ପୋର୍ଟର ଚେୟାରମ୍ୟାନ ପି.ଏଲ. ହାରାନନ୍ଦା ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ ଯେ କ୍ରମାଗତ ଭାବେ ପାରାଦୀପ ପୋର୍ଟ ଖାଲି ରାଜ୍ୟରେ ନୁହେଁ ଦେଶର ମଧ୍ୟ ଏକ ପ୍ରମୁଖ ବନ୍ଦର ଭାବେ ଉଭା ହୋଇଛି। ଏପରିକି ପ୍ରତି ବର୍ଷ ଅଭିବୃଦ୍ଧି ପଥରେ ପାରାଦୀପ ପୋର୍ଟ ଅଗ୍ରସର ହେଉଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷରେ ପୋର୍ଟ ବ୍ୟାପକ ସଫଳତା ହାସଲ କରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଅନେକ କାର୍ଯ୍ୟ ପୋର୍ଟକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ବେଶ୍‌ ସହାୟକ ହେବ ବୋଲି ହାରାନନ୍ଦା ମତପ୍ରକାଶ କରିଛନ୍ତି।

ଏ ସମ୍ପର୍କରେ ହାରାନନ୍ଦା କହିଛନ୍ତି ୨୦୨୨-୨୩ ଆର୍ଥିକ ବର୍ଷରେ ପୋର୍ଟ ମୋଟ ୧୩୫.୩୬ ମିଲିୟନ ମେଟ୍ରିକ ଟନ ପଣ୍ୟ କାରବାର (ଟ୍ରାଫିକ) କରିଛି। ଏପରିକି ଗତବର୍ଷ ଏହି ଅବଧି ମଧ୍ୟରେ ପୋର୍ଟ ୧୧୬.୧୩ ମିଲିୟନ ମେଟ୍ରିକ ଟନ କାରବାର କରିଥିଲା। ଏହି ଆଧାରରେ ପୋର୍ଟ ଗତବର୍ଷ ତୁଳନାରେ ଚଳିତ ବର୍ଷ ମୋଟ ୧୯.୨ ମିଲିୟନ ମେଟ୍ରିକ ଟନର ଅଭିବୃଦ୍ଧି କରିପାରିଛି। ସେହିପରି ଉତ୍ପାଦନ (ବର୍ଥ ପ୍ରଡକ୍ଟଭିଟ)ରେ ବିରଳ ସଫଳତା ହାସଲ କରିଛି। ପୋର୍ଟ ୨୦୨୨-୨୩ ବର୍ଷରେ ୩୧,୦୫୦ ଏମ୍‌ଟି ଉତ୍ପାଦନ କରିଛି। ପୂର୍ବ ଆର୍ଥିକ ବର୍ଷରେ ପୋର୍ଟ ୨୭,୨୯୫ ଏମଟି ଉତ୍ପାଦନ କରିଥିଲା। ଏପରିକି ବର୍ଷକ ଭିତରେ ୧୩.୭୬% ବୃଦ୍ଧି ଘଟିଛି।

ଉଲ୍ଲେଖଯୋଗ୍ୟ ଯୋଗ୍ୟ ୨୦୨୨-୨୩ରେ ୨୦,୧୨୬ ସଂଖ୍ୟାର ର଼୍ୟାକ ପଞ୍ଜୀକରଣ ହୋଇଥିବା ବେଳେ ପୂର୍ବ ଆର୍ଥିକ ବର୍ଷରୁ ୧୬% ଅଧିକ ବୋଲି କୁହାଯାଉଛି। ସେହିଭଳି ୨୩୯୪ ଜାହାଜ ଆସିଥିବା ବେଳେ ପୂର୍ବଠାରୁ ୧୬% ଅଧିକ ବୋଲି ପୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ପୋର୍ଟ ଆସନ୍ତା ବର୍ଷ ଓ ଆଗାମୀ ବର୍ଷରେ ଅନେକ ପ୍ରକଳ୍ପ ଶେଷ କରିବା ସହ ବିଶ୍ୱସ୍ବରୀୟ ପୋର୍ଟରେ ପରିଣତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଓ ପ୍ରକଳ୍ପର କାର୍ଯ୍ୟ ହାତକୁ ନିଆଯାଉଛି ବୋଲି ହାରାନନ୍ଦା ବିସ୍ତୃତଭାବେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋର୍ଟ ବରିଷ୍ଠ ଅଧିକାରୀ ଡି.ଏନ ସୋନ୍ଧି, ଜି ଏଡିସନ, ଏ.କେ. ବୋଷ, ପି.ଏନ. ଭାଏକର ଏବଂ କ୍ୟାପଟେନ ଏ.ସି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri