ଅଭିବୃଦ୍ଧି ପଥରେ ପାରାଦୀପ ପୋର୍ଟ

ଭୁବନେଶ୍ୱର,୩।୪: ପାରାଦୀପ ପୋର୍ଟ ଅଥରିଟି (ପିପିଏ) ପକ୍ଷରୁ ରବିବାର ବାର୍ଷିକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ପାରାଦୀପ ପୋର୍ଟର ଚେୟାରମ୍ୟାନ ପି.ଏଲ. ହାରାନନ୍ଦା ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ ଯେ କ୍ରମାଗତ ଭାବେ ପାରାଦୀପ ପୋର୍ଟ ଖାଲି ରାଜ୍ୟରେ ନୁହେଁ ଦେଶର ମଧ୍ୟ ଏକ ପ୍ରମୁଖ ବନ୍ଦର ଭାବେ ଉଭା ହୋଇଛି। ଏପରିକି ପ୍ରତି ବର୍ଷ ଅଭିବୃଦ୍ଧି ପଥରେ ପାରାଦୀପ ପୋର୍ଟ ଅଗ୍ରସର ହେଉଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷରେ ପୋର୍ଟ ବ୍ୟାପକ ସଫଳତା ହାସଲ କରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଅନେକ କାର୍ଯ୍ୟ ପୋର୍ଟକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ବେଶ୍‌ ସହାୟକ ହେବ ବୋଲି ହାରାନନ୍ଦା ମତପ୍ରକାଶ କରିଛନ୍ତି।

ଏ ସମ୍ପର୍କରେ ହାରାନନ୍ଦା କହିଛନ୍ତି ୨୦୨୨-୨୩ ଆର୍ଥିକ ବର୍ଷରେ ପୋର୍ଟ ମୋଟ ୧୩୫.୩୬ ମିଲିୟନ ମେଟ୍ରିକ ଟନ ପଣ୍ୟ କାରବାର (ଟ୍ରାଫିକ) କରିଛି। ଏପରିକି ଗତବର୍ଷ ଏହି ଅବଧି ମଧ୍ୟରେ ପୋର୍ଟ ୧୧୬.୧୩ ମିଲିୟନ ମେଟ୍ରିକ ଟନ କାରବାର କରିଥିଲା। ଏହି ଆଧାରରେ ପୋର୍ଟ ଗତବର୍ଷ ତୁଳନାରେ ଚଳିତ ବର୍ଷ ମୋଟ ୧୯.୨ ମିଲିୟନ ମେଟ୍ରିକ ଟନର ଅଭିବୃଦ୍ଧି କରିପାରିଛି। ସେହିପରି ଉତ୍ପାଦନ (ବର୍ଥ ପ୍ରଡକ୍ଟଭିଟ)ରେ ବିରଳ ସଫଳତା ହାସଲ କରିଛି। ପୋର୍ଟ ୨୦୨୨-୨୩ ବର୍ଷରେ ୩୧,୦୫୦ ଏମ୍‌ଟି ଉତ୍ପାଦନ କରିଛି। ପୂର୍ବ ଆର୍ଥିକ ବର୍ଷରେ ପୋର୍ଟ ୨୭,୨୯୫ ଏମଟି ଉତ୍ପାଦନ କରିଥିଲା। ଏପରିକି ବର୍ଷକ ଭିତରେ ୧୩.୭୬% ବୃଦ୍ଧି ଘଟିଛି।

ଉଲ୍ଲେଖଯୋଗ୍ୟ ଯୋଗ୍ୟ ୨୦୨୨-୨୩ରେ ୨୦,୧୨୬ ସଂଖ୍ୟାର ର଼୍ୟାକ ପଞ୍ଜୀକରଣ ହୋଇଥିବା ବେଳେ ପୂର୍ବ ଆର୍ଥିକ ବର୍ଷରୁ ୧୬% ଅଧିକ ବୋଲି କୁହାଯାଉଛି। ସେହିଭଳି ୨୩୯୪ ଜାହାଜ ଆସିଥିବା ବେଳେ ପୂର୍ବଠାରୁ ୧୬% ଅଧିକ ବୋଲି ପୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ପୋର୍ଟ ଆସନ୍ତା ବର୍ଷ ଓ ଆଗାମୀ ବର୍ଷରେ ଅନେକ ପ୍ରକଳ୍ପ ଶେଷ କରିବା ସହ ବିଶ୍ୱସ୍ବରୀୟ ପୋର୍ଟରେ ପରିଣତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଓ ପ୍ରକଳ୍ପର କାର୍ଯ୍ୟ ହାତକୁ ନିଆଯାଉଛି ବୋଲି ହାରାନନ୍ଦା ବିସ୍ତୃତଭାବେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋର୍ଟ ବରିଷ୍ଠ ଅଧିକାରୀ ଡି.ଏନ ସୋନ୍ଧି, ଜି ଏଡିସନ, ଏ.କେ. ବୋଷ, ପି.ଏନ. ଭାଏକର ଏବଂ କ୍ୟାପଟେନ ଏ.ସି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?