ଛାତ ଭାଙ୍ଗି ରୋଷେଇ ଘରେ ଲ୍ୟାଣ୍ଡିଂ କଲେ ସୈନ୍ୟ

ଓ୍ବାଶିଂଟନ୍‌,୧୨।୭: ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପାରାଚ୍ୟୁଟ ଟ୍ରେନିଂ ନେଉଥିବା ଜଣେ ସୈନ୍ୟ ଭୁଲରେ ଏକ ଘରର ଛାତ ଉପରେ ଲ୍ୟାଣ୍ଡିଂ କରିଥିଲେ। ଏହାପରେ ଘରର ଛାତକୁ ଭାଙ୍ଗି ସୈନ୍ୟ ଜଣକ ସିଧା ପହଞ୍ଚିଥିଲେ ରୋଷେଇ ଘରେ। ହେଲେ ଭାଗ୍ୟ ଭଲ ସେହି ସମୟରେ ଘରେ କେହି ନ ଥିଲେ। ସୂଚନାଯୋଗ୍ୟ, ଦକ୍ଷିଣ କାଲିଫର୍ନିଆରେ ବ୍ରିଟିଶ ସୈନ୍ୟଙ୍କ ପାରାଚ୍ୟୁଟ ଟ୍ରେନିଂ ଚାଲିଥିଲା। ଆକାଶରୁ ଡେଇଁବା ପରେ ସୈନ୍ୟଙ୍କୁ ଏକ ବଡ଼ ପଡ଼ିଆରେ ଓହ୍ଲାଇବାକୁ କୁହାଯାଇଥିଲା। ଏହି ଟ୍ରେନିଂରେ ଭାଗ ନେଇଥିବା ଅନ୍ୟ ସମସ୍ତେ ସଠିକ୍‌ ସ୍ଥାନରେ ଲ୍ୟାଣ୍ଡିଂ କରିଥିଲେ। କିନ୍ତୁ ଠିକ୍‌ ସମୟରେ ଜଣେ ସୈନ୍ୟଙ୍କ ପାରାଚ୍ୟୁଟ୍‌ ଖୋଲି ନ ଥିଲା। ଫଳରେ ସେ ଆଟାସ୍କୋଡେରୋ ନିକଟରେ ଥିବା ଘରର ଛାତ ଉପରେ ଲ୍ୟାଣ୍ଡିଂ କରିଥିଲେ।

ଯେମିତି ସେ ଘରର ଛାତ ଉପରେ ଓହ୍ଲାଇଛନ୍ତି କି ନାହିଁ ହଠାତ୍‌ ଛାତ ଭାଙ୍ଗିଯିବାରୁ ସେ ରୋଷେଇ ଘରେ ପଡ଼ିଯାଇଥିଲେ। ଏହାପରେ ସେ ଅଚେତ୍‌ ହୋଇପଡ଼ିଥିଲେ ବୋଲି ଆଟାସ୍କୋଡେରୋ ଅଗ୍ନିଶମ ଓ ସ୍ଥାନୀୟ ପୋଲିସ ସୂଚନା ଦେଇଛି। ତେବେ ସୈନ୍ୟଜଣଙ୍କୁ ଗମ୍ଭୀର ଆଘାତ ଲାଗି ନ ଥିବା ବେଳେ ଯନ୍ତ୍ରଣା ସମସ୍ୟା ଦେଖାଦେଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ସୂଚନା ମୁତାବକ ଏହି ଘଟଣା ଜୁଲାଇ ୬, ସନ୍ଧ୍ୟା ୪ଟା ୫୫ରେ ଘଟିଥିଲା। ତେବେ ଘରର ବେଶୀ କ୍ଷତି ହୋଇନାହିଁ ବୋଲି ଘରର ମାଲିକ କହିଛନ୍ତି। ଅନ୍ୟପଟେ ଏହି ଦୁର୍ଘଟଣାରେ ସୈନ୍ୟଙ୍କ ଜୀବନ ବଞ୍ଚିଯିବା କୌଣସି ଚମତ୍କାରିତାଠାରୁ କମ୍‌ ନୁହେଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri