ଛାତ ଭାଙ୍ଗି ରୋଷେଇ ଘରେ ଲ୍ୟାଣ୍ଡିଂ କଲେ ସୈନ୍ୟ

ଓ୍ବାଶିଂଟନ୍‌,୧୨।୭: ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପାରାଚ୍ୟୁଟ ଟ୍ରେନିଂ ନେଉଥିବା ଜଣେ ସୈନ୍ୟ ଭୁଲରେ ଏକ ଘରର ଛାତ ଉପରେ ଲ୍ୟାଣ୍ଡିଂ କରିଥିଲେ। ଏହାପରେ ଘରର ଛାତକୁ ଭାଙ୍ଗି ସୈନ୍ୟ ଜଣକ ସିଧା ପହଞ୍ଚିଥିଲେ ରୋଷେଇ ଘରେ। ହେଲେ ଭାଗ୍ୟ ଭଲ ସେହି ସମୟରେ ଘରେ କେହି ନ ଥିଲେ। ସୂଚନାଯୋଗ୍ୟ, ଦକ୍ଷିଣ କାଲିଫର୍ନିଆରେ ବ୍ରିଟିଶ ସୈନ୍ୟଙ୍କ ପାରାଚ୍ୟୁଟ ଟ୍ରେନିଂ ଚାଲିଥିଲା। ଆକାଶରୁ ଡେଇଁବା ପରେ ସୈନ୍ୟଙ୍କୁ ଏକ ବଡ଼ ପଡ଼ିଆରେ ଓହ୍ଲାଇବାକୁ କୁହାଯାଇଥିଲା। ଏହି ଟ୍ରେନିଂରେ ଭାଗ ନେଇଥିବା ଅନ୍ୟ ସମସ୍ତେ ସଠିକ୍‌ ସ୍ଥାନରେ ଲ୍ୟାଣ୍ଡିଂ କରିଥିଲେ। କିନ୍ତୁ ଠିକ୍‌ ସମୟରେ ଜଣେ ସୈନ୍ୟଙ୍କ ପାରାଚ୍ୟୁଟ୍‌ ଖୋଲି ନ ଥିଲା। ଫଳରେ ସେ ଆଟାସ୍କୋଡେରୋ ନିକଟରେ ଥିବା ଘରର ଛାତ ଉପରେ ଲ୍ୟାଣ୍ଡିଂ କରିଥିଲେ।

ଯେମିତି ସେ ଘରର ଛାତ ଉପରେ ଓହ୍ଲାଇଛନ୍ତି କି ନାହିଁ ହଠାତ୍‌ ଛାତ ଭାଙ୍ଗିଯିବାରୁ ସେ ରୋଷେଇ ଘରେ ପଡ଼ିଯାଇଥିଲେ। ଏହାପରେ ସେ ଅଚେତ୍‌ ହୋଇପଡ଼ିଥିଲେ ବୋଲି ଆଟାସ୍କୋଡେରୋ ଅଗ୍ନିଶମ ଓ ସ୍ଥାନୀୟ ପୋଲିସ ସୂଚନା ଦେଇଛି। ତେବେ ସୈନ୍ୟଜଣଙ୍କୁ ଗମ୍ଭୀର ଆଘାତ ଲାଗି ନ ଥିବା ବେଳେ ଯନ୍ତ୍ରଣା ସମସ୍ୟା ଦେଖାଦେଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ସୂଚନା ମୁତାବକ ଏହି ଘଟଣା ଜୁଲାଇ ୬, ସନ୍ଧ୍ୟା ୪ଟା ୫୫ରେ ଘଟିଥିଲା। ତେବେ ଘରର ବେଶୀ କ୍ଷତି ହୋଇନାହିଁ ବୋଲି ଘରର ମାଲିକ କହିଛନ୍ତି। ଅନ୍ୟପଟେ ଏହି ଦୁର୍ଘଟଣାରେ ସୈନ୍ୟଙ୍କ ଜୀବନ ବଞ୍ଚିଯିବା କୌଣସି ଚମତ୍କାରିତାଠାରୁ କମ୍‌ ନୁହେଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ । ଏହି…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

ତାତିଲେ ଚାଷୀ, ୧୦ରେ ଜେଲଭରୋ ଆନ୍ଦୋଳନ: ଚାଷ, ଚାଷୀ ସମସ୍ୟା ଅସମାହିତ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। କିନ୍ତୁ ଏଠାରେ ଚାଷ ଓ…

ତାବରସାହି ଜଙ୍ଗଲରୁ ୨୫ ଲକ୍ଷର ଗଞ୍ଜେଇ ଜବତ, ଗୋଡ଼ାଇ ଗୋଡ଼ାଇ ବାନ୍ଧିଲା ପୋଲିସ

ମୋହନା,୫ା୮(ମନ୍ମଥ ମିଶ୍ର): ଗଜପତି ଜିଲା ରା.ଉଦୟଗିରି ଥାନା ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲାର ପର୍ଦ୍ଦାଫାଶ କରିଛି । ୨୫୧ କିଲୋଗ୍ରାମ ୨୦୦ ଗ୍ରାମ…

ବନ୍ୟା କ୍ଷୟକ୍ଷତି ଆକଳନ କଲେ ମନ୍ତ୍ରୀ, ପ୍ରଭାବିତ ଅଞ୍ଚଳରେ ହେବ…

କେନ୍ଦୁଝର,୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ବୁଧବାର କେନ୍ଦୁଝର ସର୍କିଟ ହାଉସ୍‌ଠାରେ ବନ୍ୟା ଦ୍ୱାରା ହୋଇଥିବା…

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା

କୃଷ୍ଣପ୍ରସାଦ, ୫।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ପୂର୍ବରୁ ବିଧାନସଭା ସମ୍ମୁଖରେ ଶିକ୍ଷୟିତ୍ରୀମାନେ ମାଣବସା ଗୁରୁବାର…

୨୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ RTOର ୨ କର୍ମଚାରୀ, ବାନ୍ଧିଲା ଭିଜିଲାନ୍ସ

ରାଉରକେଲା,୫ା୮(ସଙ୍ଗୀତା ଜେନା) : ଭିଜିଲାନ୍ସ ଜାଲରେ ରାଉରକେଲା RTOର ୨ କର୍ମଚାରୀ । ବ୍ୟାଙ୍କ ଦ୍ୱାରା ନିଲାମ ହୋଇଥିବା ଦୁଇଟି ଟ୍ରକ୍‌ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍‌ଆର୍‌ସି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri