କାଗଜ ବାଘ

ଦ୍ୱିତୀୟ ବିଶ୍ୱଯୁଦ୍ଧ ଉପରାନ୍ତ ଏହାର ଧ୍ୱଂସାବଶେଷ ଉପରେ ଜାତିସଂଘ ଏକ ସ୍ବପ୍ନ ନେଇ ସ୍ଥାପିତ ହୋଇଥିଲା। ଏହାର ପ୍ରଧାନ ଲକ୍ଷ୍ୟ ହେଉଛି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା। କିନ୍ତୁ ଶାନ୍ତି ବଦଳରେ ବିଶ୍ୱରେ ଦିନକୁ ଦିନ ଅଶାନ୍ତିର ବାତାବରଣ ଏବଂ ଶୀତଳ ତଥା ପ୍ରତ୍ୟକ୍ଷ ଯୁଦ୍ଧ ଲାଗି ରହିଛି। ଆଜି ସେହି ସଂସ୍ଥା ନିଜେ ତିଷ୍ଠିବା ପାଇଁ ସଂଗ୍ରାମ କରୁଛି।
ଜାତିସଂଘର ରିପୋର୍ଟରୁ ଜଣାଯାଏ ଯେ ୨୦୨୪ରେ ଏହା ପକ୍ଷରୁ ୨୭,୦୦୦ ବୈଠକ କରାଯାଇ ୧୧,୦୦୦ ରିପୋର୍ଟ ପ୍ରକାଶିତ ହୋଇଥିଲା। ଅର୍ଥାତ୍‌ ଦୈନିକ ୭୪ଟି ବୈଠକ ଏବଂ ୩୦ଟି ରିପୋର୍ଟ। ହେଲେ ଏହିସବୁ ରିପୋର୍ଟ ପ୍ରଭାବରେ ଗାଜାର ଗୋଟିଏ ଶିଶୁ ବଞ୍ଚିଲା ନାହିଁ କିମ୍ବା ୟୁକ୍ରେନ ଉପରେ ବୋମାମାଡ଼ ହ୍ରାସ ହେଲା ନାହିଁ କି ସିରିଆରେ ଶରଣାର୍ଥୀଙ୍କ ସଂଖ୍ୟା କମିଲା ନାହିଁ। ଏଥିରୁ ସ୍ପଷ୍ଟ ଯେ ଜାତିସଂଘ ପ୍ରତ୍ୟକ୍ଷ ଯୁଦ୍ଧ ବନ୍ଦ କରିବା ଅପେକ୍ଷା ରିପୋର୍ଟ ଓ ବିବୃତି ଦେବାରେ ସମୟ ଅତିବାହିତ କରୁଛି। ବିଡମ୍ବନାର ବିଷୟ ଯେ, ଆଫ୍ରିକୀୟ ମହାଦେଶର ଦରିଦ୍ର ରାଷ୍ଟ୍ର ସୋମାଲିଆରେ ଅନାହାର, ଅର୍ଦ୍ଧାହାରରେ ମୃତ୍ୟୁବରଣ କରୁଥିବା ଶିଶୁ, ୟେମେନର ସମସ୍ତ ଭୋକିଲା ମା’ ଏବଂ ସୁଦାନର ଶରଣାର୍ଥୀଙ୍କ ନିକଟରେ ସମୟୋଚିତ ସାହାଯ୍ୟ ପହଞ୍ଚିପାରୁ ନାହିଁ। ଏଣେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଲାଗି ୪୦ ପ୍ରତିଶତ ଅର୍ଥ ହ୍ରାସ ହେବା ସଙ୍ଗେ ସଙ୍ଗେ ଶାନ୍ତି ରକ୍ଷା ବଜେଟ ପ୍ରାୟ ୨୫ ପ୍ରତିଶତ କମିଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି ଯେ ମିଳିତ ଜାତିସଂଘ ମଧ୍ୟପ୍ରାଚ୍ୟ ହେଉ କି ୟୁକ୍ରେନରେ, କୌଣସି ସମସ୍ୟା ସମାଧାନ କରିପାରୁନାହିଁ। ପରିତାପର ବିଷୟ ଯେ ଟ୍ରମ୍ପ୍‌ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେଥିରେ ଜାତିସଂଘର ଶେଷ ନିଃଶ୍ୱାସ ତ୍ୟାଗ କରିବାଭଳି ଅବସ୍ଥା। ବିଶେଷ କରି ଜାତିସଂଘର ଶାନ୍ତି ରକ୍ଷାବାହିନୀ ନିମନ୍ତେ ଅଧା ଅନୁଦାନ ବନ୍ଦ କରିବାସହ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନେସ୍କୋରୁ ମଧ୍ୟ ବାହାରି ଯାଇଛନ୍ତି। ମାନବୀୟ ସହାୟତାର ଅନୁଦାନକୁ ମଧ୍ୟ ବନ୍ଦ କରିବାକୁ ସେ ପଛାଇ ନାହାନ୍ତି।
ସରକାରୀ ବିବରଣୀ ଅନୁଯାୟୀ ମିଳିତ ଜାତିସଂଘ ଗଠନ ୧୯୪୫ରେ ହେବା ପରଠାରୁ ମେ ୨୦୨୧ ପର୍ଯ୍ୟନ୍ତ ୭୬ ବର୍ଷ ଭିତରେ ଛୋଟ ବଡ ମିଶି ୪୭୮ଟି ଯୁଦ୍ଧ ସହ ବେସାମରିକ ବିଦ୍ରୋହ ସଂଗଠିତ ହୋଇଛି। ପ୍ରମୁଖ ପ୍ରତ୍ୟକ୍ଷ ଯୁଦ୍ଧଗୁଡିକ ମଧ୍ୟରୁ ୧୯୪୫ର ଭିଏଟନାମ ଯୁଦ୍ଧ , ୧୯୪୭ ର ଭାରତ -ପାକିସ୍ତାନ ଯୁଦ୍ଧ, ୧୯୪୮ର କୋରିଆ ଯୁଦ୍ଧ ଏବଂ ଆରବ- ଇସ୍ରାଏଲ ଯୁଦ୍ଧ ଏବଂ ୧୯୫୦ ର ଦ୍ୱିତୀୟ କୋରିଆ ଯୁଦ୍ଧ ପ୍ରଧାନ। ଏହାଛଡା ୧୯୫୫ର ଭିଏଟନାମ ଯୁଦ୍ଧ,୧୯୫୮ର ଭିଏଟନାମ-ଲାଓସ ଯୁଦ୍ଧ, ୧୯୫୯ର କ୍ୟୁବା- ପାନାମା ଯୁଦ୍ଧ ଏବଂ ୧୯୬୨ର ଭରତ -ଚାଇନା ଯୁଦ୍ଧ ପ୍ରଧାନ। ପରେ ପରେ ଯେଉଁ ଯୁଦ୍ଧଗୁଡିକ ସଂଗଠିତ ହୋଇଛି ସେଗୁଡିକ ହେଲା ଭରତ-ପାକିସ୍ତାନ ଯୁଦ୍ଧ, ବାଂଲାଦେଶ ଗଠନ ନିମନ୍ତେ ଭାରତ – ପାକିସ୍ତାନ ଯୁଦ୍ଧ ଏବଂ ୧୯୭୭ର ଇଜିପ୍ଟ -ଲିବିୟା ଯୁଦ୍ଧ ମଧ୍ୟ ପ୍ରମୁଖ ଯୁଦ୍ଧ ମଧ୍ୟରେ ଅନ୍ୟତମ। ଏହାପରେ ଅନେକ ଯୁଦ୍ଧ ସଂଗଠିତ ହୋଇଛି ଏବଂ ଚାଲୁ ରହିଛି। ବିଶେଷ କରି ରୁଷିଆ -ୟୁକ୍ରେନ ଯୁଦ୍ଧ ୨୨ ଫେବୃଆରୀ ୨୦୨୨ରୁ ଆରମ୍ଭ ହୋଇ ଏ ପର୍ଯ୍ୟନ୍ତ ଅବ୍ୟାହତ ରହିଛି। କିନ୍ତୁ ୭ ଅକ୍ଟୋବର ୨୦୨୩ରୁ ଆରମ୍ଭ ହୋଇଥିବା ଇସ୍ରାଏଲ ଏବଂ ହମାସ ଯୁଦ୍ଧ ଦୀର୍ଘ ଦୁଇ ବର୍ଷ ପରେ ସାମୟିକ ଭାବେ ବନ୍ଦ ରହିଲେ ମଧ୍ୟ ମଝିରେ ମଝିରେ ଉତ୍ତେଜନା ପ୍ରକାଶ ପାଉଛି॥ ଏ ସବୁ ଯୁଦ୍ଧକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ମିଳିତ ଜାତିସଂଘ ନିଜର କର୍ତ୍ତୁତ୍ୱ ହରାଇସାରିଛି। ଏଭଳି ଦୃଶ୍ୟପଟରେ ଆମେରିକା, ରୁଷିଆ ଏବଂ ୟୁରୋପୀୟ ସଂଘ ଏବେ ନିଜର କୂଟନୀତି ବଳରେ ବିଶ୍ୱର ଅନ୍ୟ ଦେଶକୁ ନିଜର ମାରଣାସ୍ତ୍ର ବିକ୍ରୟ କରି ପାଣ୍ଠି ସୁଦୃଢ଼ କରିବାରେ ବ୍ୟସ୍ତ।
ମିଳିତ ଜାତିସଂଘରେ ଏବେ ଦରକାର ମୌଳିକ ପରିବର୍ତ୍ତନ। ୧୯୪୫ରେ ଯେଉଁ ବିଶ୍ୱ ପରିସ୍ଥିତି ଥିଲା ୨୦୨୫ରେ ସେହି ସ୍ଥିତି ନାହିଁ। ୧୯୪୫ରେ ବିଶ୍ୱ ଚଳାଇବାରେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ରୁଷିଆ ଏବଂ ଚାଇନାର ବିଶେଷ ଭୂମିକା ଥିଲା। ଆଜି ସମୟ ବଦଳିବା ସଙ୍ଗେ ସଙ୍ଗେ ପରିସ୍ଥିତି ମଧ୍ୟ ସମ୍ପୂର୍ଣ୍ଣ ବଦଳିଯାଇଛି। ବିକାଶଶୀଳ ଦେଶ ଯଥା ଭାରତ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଏପରିକି ଇଣ୍ଡୋନେସିଆ ଏବଂ ନାଇଜେରିଆ ଭଳି ଦେଶ ମଧ୍ୟ ସ୍ବର ଉତ୍ତୋଳନ କରି ନିଜର ଅସନ୍ତୋଷ ଜାହିର କରୁଛନ୍ତି। ବିଡମ୍ବନାର ବିଷୟ ଯେ ଆଜି ମଧ୍ୟ ମିଳିତ ଜାତିସଂଘ ପୁରାତନ ଢାଞ୍ଚାରେ, ଯେଉଁଠି ସୁରକ୍ଷା ପରିଷଦର ୫ଟି ଉନ୍ନତ ଏବଂ ଶକ୍ତିଶାଳୀ ଦେଶ ନିଷ୍ପତ୍ତି ନିଅନ୍ତି ଏବଂ ଅବଶିଷ୍ଟ ୧୯୦ଟି ଦେଶ କେବଳ ଦେଖଣାହାରୀ ପାଲଟି ନେପଥ୍ୟେ କୋଳାହଳ କରନ୍ତି।
ଆଜି ସମୟ ବଦଳିଛି ଏବଂ ସୁଯୋଗ ଆସିଛି। ଜାତିସଂଘର ମୂଳ ଲକ୍ଷ୍ୟ ବିଶ୍ୱ ଶାନ୍ତି, ସହଯୋଗ ଏବଂ ମାନବତା ରକ୍ଷା ନିମନ୍ତେ ସମସ୍ତ ଦେଶକୁ ଉପଯୁକ୍ତ ସମ ପରିମାଣର କ୍ଷମତା ପ୍ରଦାନ କରାଯିବା ଉଚିତ, ଯାହା ଫଳରେ ଉପରୋକ୍ତ ଲକ୍ଷ୍ୟ ପୂରଣ ହୋଇପାରିବ। ଅନ୍ୟଥା ମିଳିତ ଜାତିସଂଘ କେବଳ କାଗଜ ବାଘ ହୋଇ ରହିବା ସହ କେବଳ ବୈଠକ ଏବଂ ରିପୋର୍ଟ ପ୍ରସ୍ତୁତ କରିବାରେ ବ୍ୟସ୍ତ ହୋଇ ନିଜର ମୂଳ ଲକ୍ଷ୍ୟ ଭୁଲି ସାରିଥିବ। ସୁତରାଂ ବିଶ୍ୱର ବିକାଶଶୀଳ ଏବଂ ଦରିଦ୍ର ରାଷ୍ଟ୍ର ସବୁ ମିଳିତ ଭାବେ ଉପଯୁକ୍ତ ସମୟୋପଯୋଗୀ ମୌଳିକ ପରିବର୍ତ୍ତନ ନିମନ୍ତେ ଚେଷ୍ଟିତ ହେବା ଜରୁରୀ।
ଅଭିନବବିଡାନାସୀ, କଟକ
ମୋ: ୭୦୦୮୩୫୦୪୭୭


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?