Posted inଜାତୀୟ

ପ୍ରଥମ ଥର ପାଇଁ ସଂସଦରେ ପେପର ଲେସ୍‌ ବଜେଟ୍‌

ନୂଆଦିଲ୍ଲୀ,୧୧।୧: ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଥର ପାଇଁ ସଂସଦରେ ପେପର ଲେସ୍‌ ବଜେଟ୍‌ ଉପସ୍ଥାପନ ହେବାକୁ ଯାଉଛି। ଫେବୃୟାରୀରେ ହେବାକୁଥିବା ବଜେଟ ଅଧିବେଶନରେ ଏଭଳି କରାଯିବ। ସାଧାରଣତଃ ବଜେଟ ଉପସ୍ଥାପନ ପୂର୍ବରୁ ପ୍ରିଣ୍ଟି ପ୍ରେସ୍‌ରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରାୟ ୨ ସପ୍ତାହ ଲାଗି ଘରକୁ ଯିବାକୁ ଅନୁମତି ଦିଆଯାଇ ନ ଥାଏ। ବଜେଟର ସୁରକ୍ଷା ପାଇଁ ଏଭଳି କରାଯାଇଥାଏ। ମାତ୍ର କରୋନା ମହାମାରୀ ସଂକ୍ରମଣ ଯୋଗୁ ପ୍ରେସ୍‌ରେ ଶହେରୁ ଅଧିକ କର୍ମଚାରୀଙ୍କୁ ରଖିବା ଅସମ୍ଭବ। ଏହାଦ୍ୱାରା କରୋନା ମାର୍ଗଦର୍ଶିକାର ଉଲ୍ଲଂଘନ ହେବ। ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଜେଟର ସଫ୍ଟ କପି ପ୍ରସ୍ତୁତି କରାଯାଇଛି। ଚଳିତ ବର୍ଷ ବଜେଟ ଅଧିବେଶନ ଜାନୁୟାରୀ ୨୯ରୁ ଏପ୍ରିଲ୍‌ ୮ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟ ଜାନୁୟାରୀ ୨୯ରୁ ଆରମ୍ଭ ହୋଇ ୧୫ ଫେବୃୟାରୀରେ ଶେଷ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମାଚ୍ଚ ର୍‌୨୮ରୁ ଆରମ୍ଭ ହେବ। ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜ୍ଞାପନରେ ସରକାର ଖର୍ଚ୍ଚ କରିଛନ୍ତି ୭୧୩.୨୦ କୋଟି

ନୂଆଦିଲ୍ଲୀ,୧।୧୧(ଆଇଏଏନ୍‌ଏସ୍‌): କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ବିଜ୍ଞାପନ ବାବଦରେ ୭୧୩.୨୦ କୋଟି ଟଙ୍କା ବ୍ୟୟ କରିଛନ୍ତି। ଅର୍ଥାତ୍‌ ଦିନକୁ ବିଜ୍ଞାପନ ବାବଦରେ ହାରାହାରି ୧.୯୫...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରାଜସ୍ଥାନ ହାଇକୋର୍ଟଙ୍କ ଝଟକା: ମିଳିବନି ଆଉ ଆଜୀବନ ସରକାରୀ ସୁବିଧା ସୁଯୋଗ

ଜୟପୁର,୪।୯: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତି ଯୋଗୁ ଏକ ବଡ଼ ଝଟକା ଲାଗିଛି। ଏଣିକି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଆଜୀବନ ବିଭିନ୍ନ ସରକାରୀ ସୁବିଧା...

ଅନାଥଙ୍କ ଘରକୁ ଯାଇ କ୍ଷତିପୂରଣ ଦିଅ

ନୂଆଦିଲ୍ଲୀ,୨୦ା୧: କୋଭିଡ୍‌-୧୯ରେ ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ପାଖକୁ ଯାଇ କ୍ଷତିପୂରଣ ଦିଅ। ସେମାନେ କେବେ କ୍ଷତିପୂରଣ ଦାବିରେ ଆବେଦନ କରିବେ ତାକୁ ଅପେକ୍ଷା କରନାହିଁ...

ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବେ ବିବେଚନା କରେ ଭାରତୀୟ ସଭ୍ୟତା: ମୋଦି

କୋଓ୍ବିନ ଗ୍ଲୋବାଲ କନକ୍ଲେଭ୍‌ରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମତ ରଖିଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ସଭ୍ୟତା ସମଗ୍ର ବିଶ୍ୱକୁ ଗୋଟିଏ ପରିବାର...

ହସ୍ପିଟାଲରେ ଭର୍ତ୍ତି ହେଲେ ସୌରଭ ଗାଙ୍ଗୁଲୀ

କୋଲକାତା,୨।୧: ବିସିସିଆଇ ଅଧ୍ୟକ୍ଷ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଶନିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଜ ଘରେ ଜିମ୍‌ରେ ବ୍ୟାୟାମ...

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା: ଘରେ ପଶିଲା ପାଣି

କୁଲୁ,୧୫ ।୭: ହିମାଚଳ ପ୍ରଦେଶ କୁଲୁ ଜିଲାରେ ବାଦଲ ଫଟା ବର୍ଷା ହୋଇଛି । ଫଳରେ ଆଖପାଖର ନଦୀ ନାଳ ଭର୍ତ୍ତି ହୋଇ ବନ୍ୟା ପରିସ୍ଥିତି...

୪୦ ବର୍ଷରେ ଭାଜପା: କରୋନା ଲଢ଼େଇରେ ସାମିଲ୍‌ ହେବାକୁ ଆହ୍ବାନ ଦେଲେ ମୋଦି

ନୂଆଦିଲ୍ଲୀ,୬।୪: ଭାଜପା ସୋମବାର ୪୦ ବର୍ଷରେ ପାଦଦେଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ସମସ୍ତ ସଦସ୍ୟଙ୍କୁ କରୋନା ଲଢ଼େଇରେ ସାମିଲ୍‌ ହେବାକୁ ଆହ୍ବାନ...

ଭାଜପାର କରୋନା ଭ୍ୟାକ୍ସିନ ଉପରେ ଭରସା ନାହିଁଁ : ଅଖିଳେଶ

ଲକ୍ଷ୍ନୌ,୨ ।୧: କରୋନା ମହାମାରୀକୁ ନେଇ ରାଜନୀତି ମୁଣ୍ଡ ଟେକିବା ଏକ ସାଧାରଣ କଥା ଥିବା ବେଳେ ଏବେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର...

Advertisement


Archives

Model This Week