Posted inଖେଳ

ଆଇସିସି ଆଚରଣବିଧି ଉଲ୍ଲଂଘନ କଲେ ପନ୍ତ

ଲିଡ୍ସ,୨୪ା୬: ଭାରତର ଉଇକେଟ୍‌କିପର-ବ୍ୟାଟର ରିଷଭ ପନ୍ତ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଦ୍ୱାରା ଭର୍ତ୍ସିତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିବସ ଖେଳ ବେଳେ ସେ ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିଥିଲେ। ଏହାଦ୍ୱାରା ସେ ଆଇସିସି ଆଚରଣବିଧିର ଧାରା-୧ ଉଲ୍ଲଂଘନ କରିଛନ୍ତି। ୨୭ ବର୍ଷୀୟ ପନ୍ତ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି। ପନ୍ତଙ୍କୁ ଭର୍ତ୍ସନା କରିବା ସହ ୨୪ ମାସ ମଧ୍ୟରେ ଏହା ତାଙ୍କର ପ୍ରଥମ ଅପରାଧ ହୋଇଥିବାରୁ ତାଙ୍କ ଶୃଙ୍ଖଳାଗତ ଖାତାରେ ଗୋଟିଏ ଡିମେରିଟ୍‌ ପଏଣ୍ଟ ଯୋଗକରାଯାଇଛି।

ଏହି ଘଟଣା ଇଂଲଣ୍ଡ ଇନିଂସର ୬୧ତମ ଓଭରରେ ହ୍ୟାରୀ ବ୍ରୁକ୍‌ ଓ ବେନ୍‌ ଷ୍ଟୋକ୍ସ ବ୍ୟାଟିଂ କରୁଥିବା ସମୟରେ ବଲ୍‌ର କଣ୍ଡିଶନକୁ ନେଇ ଅମ୍ପାୟରଙ୍କ ସହ ଆଲୋଚନା ବେଳେ ଦେଖିବାକୁ ମିଳିଥିଲା। ଅମ୍ପାୟର ବଲ୍‌ର ଗେଜ୍‌କୁ ଯାଞ୍ଚ କରିବା ପରେ ଏହାକୁ ବଦଳାଇବା ଲାଗି ମନା କରିଦେବାରୁ ଉଇକେଟ୍‌କିପର ଜଣକ ଅସହମତି ପ୍ରକାଶ କରିବା ସହ ଅମ୍ପାୟରଙ୍କ ସାମ୍‌ନାରେ ବଲ୍‌କୁ ଗ୍ରାଉଣ୍ଡ ଭିତରକୁ ଫିଙ୍ଗି ଦେଇଥିଲେ। ପନ୍ତ ତାଙ୍କ ଦୋଷ ସ୍ବୀକାର କରିନେବାରୁ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକ ପଡ଼ି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ RCB ବିପକ୍ଷ ମ୍ୟାଚ୍‌, ମୁମ୍ବାଇ ଶିବିରରୁ ବଡ଼ ଖବର

ରାୟପୁର,୬।୫: ପିଠିରେ ଯନ୍ତ୍ରଣା ଯୋଗୁ ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ସମ୍ପୂର୍ଣ୍ଣ ଫିଟଥିବା ଜଣାପଡ଼ିଛି। ରବିବାର ଦିନ…

ଗୋଡ଼ ଭାଙ୍ଗିଦେଲା ରୋହିତ ଶର୍ମାଙ୍କ ଶଟ୍‌, ମୁମ୍ବାଇ ଇଣ୍ଡିଆନ୍ସ ଅଭ୍ୟାସ ସମୟରେ ବଡ଼ ଅଘଟଣ,ଦେଖନ୍ତୁ Video

ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL ୨୦୨୬)ରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା ଆଘାତ ଯୋଗୁ ୫ଟି ମ୍ୟାଚରୁ ବାହାରେ ରହିବା ପରେ ପଡ଼ିଆକୁ ଏକ…

ମୁମ୍ବାଇ ଇଣ୍ଡିଆନ୍ସ ଛାଡି ଏହି ଦଳରେ ସାମିଲ ହେବେ ହାର୍ଦ୍ଦିକ ପାଣ୍ଡ୍ୟା! ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୬।୫: ମୁମ୍ବାଇ ଇଣ୍ଡିଆନ୍ସ IPL ୨୦୨୬ ପ୍ଲେଅଫ ଦୌଡ଼ରୁ ପ୍ରାୟ ବାହାର ହୋଇଗଲାଣି। ଯଦିଓ ବାକି ଚାରୋଟି ମ୍ୟାଚ ଜିତିଲେ ବି ସେମାନେ କେବଳ ୧୪ ପଏଣ୍ଟ…

ଆଇସିସି ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗ୍ସ: ଶୀର୍ଷସ୍ଥାନ ବଜାୟ ରଖିଲା ଭାରତ, ଜାଣନ୍ତୁ ଦ୍ୱିତୀୟ, ତୃତୀୟ ସ୍ଥାନରେ କେଉଁ ଦେଶ…

ଦୁବାଇ,୫ା୫: ୩ ଥରର ବିଶ୍ୱକପ୍‌ ବିଜେତା ଭାରତ ମଙ୍ଗଳବାର ଆଇସିସି ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗ୍ସରେ ଶୀର୍ଷସ୍ଥାନ ବଜାୟ ରଖିଛି। ଗତ ମାର୍ଚ୍ଚରେ ଭାରତ ପ୍ରଥମ ଦଳ ଭାବେ…

ଟିକେଟ ଲାଗି ୫ କୋଟି ଦାବି କରୁଥିଲା ଟିଏମ୍‌ସି, ସାଙ୍ଘାତିକ ଅଭିଯୋଗ ଆଣିଲେ ଏହି ପୂର୍ବତନ କ୍ରିକେଟର

କୋଲକାତା,୫ା୫: ୫ କୋଟି ଟଙ୍କା ନ ଦେବାରୁ ହାଓ୍ବରାର ଶିବପୁର ନିର୍ବାଚନ ମଣ୍ଡଳୀରୁ ମୋତେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଟିକେଟ ଦେବାକୁ ମନା କରିଥିଲା। ପଶ୍ଚିମବଙ୍ଗ ବିଧାନସଭା…

ଖେଳାଳିଙ୍କ ଗର୍ଲଫ୍ରେଣ୍ଡ ପାଇଁ ବିସିସିଆଇ ଆଣିବ କଡ଼ା ଗାଇଡ୍‌ଲାଇନ

ମୁମ୍ୱାଇ,୫ା୫: ଚଳିତ ଆଇପିଏଲ୍‌ରେ କିଛି ନିର୍ଦ୍ଦିଷ୍ଟ ଖେଳାଳି ସେମାନଙ୍କ ଗର୍ଲଫ୍ରେଣ୍ଡ ସହ ସର୍ୱସାଧାରଣରେ ନଜର ଆସିବା ଘଟଣା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ କ୍ଷୁବ୍ଧ କରିଛି।…

ଚୌକା-ଛକା ବର୍ଷା କଲେ ରୋହିତ ଶର୍ମା: ରଚିଲେ ଇତିହାସ

ନୂଆଦିଲ୍ଲୀ,୫।୫: ରୋହିତ ଶର୍ମା କ୍ରମାଗତ ପାଞ୍ଚଟି ମ୍ୟାଚ ପାଇଁ ବାହାରେ ଥିଲେ। ଦଳକୁ ଫେରିବା ପରେ ସେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ଇତିହାସ ରଚିଛନ୍ତି। ସେ…

ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ: ବେଲଖଣ୍ଡି ଦଳ ଚାମ୍ପିୟନ

କର୍ଲାମୁଣ୍ଡା:୪/୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପଞ୍ଚାୟତ ଅନ୍ତର୍ଗତ ଗାନ୍ଧିନଗର ପଡାଠାରେ ଗାନ୍ଧିନଗର କ୍ରିକେଟ କମିଟି ପକ୍ଷରୁ ୨ ଦିନଧରି ରାତ୍ରି କାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri