Posted inଖେଳ

୯୭ ରନ୍‌ର ପାଳି ଖେଳିବା ପୂର୍ବରୁ ୨ ଇଞ୍ଜେକ୍ସନ ନେଇଥିଲେ ଏହି ଭାରତୀୟ କ୍ରିକେଟର, କହିଲେ ଏଭଳି..

ନୂଆଦିଲ୍ଲୀ,୨୪।୧: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ଯୁବ ଉଇକେଟକିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ। ଗାବା ଟେଷ୍ଟରେ ପନ୍ତ ୮୯ ଅପରାଜିତ ରନ୍‌ କରିଥିଲେ। ଏହାପୂର୍ବରୁ ସିଡନୀରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ସେ ୯୭ ରନ୍‌ର ଉଲ୍ଲେଖନୀୟ ଇଂନିସ ଖେଳିଥିଲେ।

ସିଡନୀ ଟେଷ୍ଟରେ ୪୦୭ ରନ୍‌ର ପିଛା କରୁଥିଲା ଭାରତ। ଏକ ସମୟରେ ୩୬ ସଭରରେ ୧୦୨/୩ ଦଳର ସ୍କୋର ଥିଲା। ରୋହିତ ଶର୍ମା, ଶୁଭମନ ଗିଲ, ଅଜିଙ୍କ୍ୟ ରାହାନେ ଆଉଟ୍‌ ହୋଇ ଫେରିଥିଲେ। ପରେ ଆସିଥିବା ପନ୍ତ ଅଷ୍ଟ୍ରେଲିଆ ବୋଲର୍‌ଙ୍କ ୧୧୮ ବଲ୍‌ରେ ୧୨ ଚଉକା ଓ ୩ ଛକା ମାରି ୯୭ ରନ୍‌ କରିଥିଲେ। ହେଲେ ତାଙ୍କ କହୁଣୀରେ ଆଘାତ ଲାଗିଥିଲା।

ପେଟ କମିନ୍ସଙ୍କ ବାଉନ୍ସରକୁ ଖେଳିବାକୁ ଯାଇ ଆଘାତ ଲାଗିବା କାରଣରୁ ପନ୍ତ ଉଇକେଟକିପିଂ କରିପାରି ନ ଥିଲେ। ଏବେ ସେ ଖୁଲାସା କରିଛନ୍ତି ଦ୍ୱିତୀୟ ପାଳିରେ ଖେଳିବାକୁ ଆସିବା ପୂର୍ବରୁ କଷ୍ଟ ଦୂର କରିବା ଲାଗି ସେ ଦୁଇଟି ଇଞ୍ଜେକ୍ସନ ନେଇଥିଲେ। ତେବେ ପରେ ପନ୍ତ ଭଲ ବ୍ୟାଟିଂ କରି ଜିତିବାର ଆଶା ଉଦ୍ଜିବିତ କରିଥିଲେ। ହେଲେ ସେ ଆଉଟ୍‌ ହେବା ପରେ ଅଶ୍ୱିନ୍‌ ଏବଂ ହନୁମା ବିହାରି ମ୍ୟାଚ୍‌କୁ ଡ୍ର କରିବାରେ ସଫଳ ହୋଇଥିଲେ। ଏଣୁ ଆଉ କିଛି ସମୟ ଖେଳିଥିଲେ ଭାରତ ସିଡନୀ ମ୍ୟାଚ୍‌ ଜିତିଯାଇଥାନ୍ତା ବୋଲି ମଧ୍ୟ ପନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିବକୁମାରଙ୍କୁ ନେଇ ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ, ଯେଉଁମାନେ କଷ୍ଟକର ସମୟରେ…

ବେଙ୍ଗାଲୁରୁ,୨୮ା୫: କର୍ନାଟକର କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଏବେ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ସହିତ ଏକ…

ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ: ଜୀବନ୍ତ ଜଳିଗଲେ ୧୬ ଛାତ୍ରୀ

ନାଇରୋବି,୨୮।୫: କେନିଆର ନାକୁରୁ କାଉଣ୍ଟିର ଗିଲଗିଲ୍ସ୍ଥିତ ଉତୁମିଶି ବାଳିକା ଏକାଡେମୀର ଏକ ଛାତ୍ରାବାସରେ ଏକ ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ଦେଶକୁ ଥରାଇ ଦେଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ,…

ଜୁନ୍ ୧ରୁ ବଦଳୁଛି Indane, Bharat ଏବଂ HP ଗ୍ୟାସର ୬ଟି ନିୟମ; ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ!

ନୂଆଦିଲ୍ଲୀ,୨୮।୫: ଯଦି ଆପଣଙ୍କ ପରିବାର Indane, Bharat ଗ୍ୟାସ, କିମ୍ୱା HP ଗ୍ୟାସର ଏକ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଆଗାମୀ ମାସଟି ଆପଣଙ୍କ ପାଇଁ…

ଇଦ୍‌ରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ସଲମାନ

ଅଭିନେତା ସଲମାନ ଖାନଙ୍କ ଓ୍ବାର୍‌ ଡ୍ରାମା ଫିଲ୍ମ ‘ମାତୃଭୂମି: ମେଁ ରେଷ୍ଟ ଇନ୍‌ ପିସ୍‌’ର ଏକ ନୂତନ ଗୀତ ଇଦ୍‌-ଉଜ୍‌-ଜୁହାର ବିଶେଷ ଅବସରରେ ମୁକ୍ତିଲାଭ କରିଛି। ଏହା…

ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଯୁବତୀଙ୍କୁ ଟେକିନେଲେ ଦୁର୍ବୃତ୍ତ, ଗଣବଳାତ୍କାର କରିବା ପରେ କଲେ…..

ଜୟପୁର,୨୮।୫: ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ଯୁବତୀଙ୍କ ସହ ଗଣବଳାତ୍କାରର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ସହରର ଭିକେଆଇ ପୋଲିସ ଷ୍ଟେସନ ଅଧୀନରେ ଘଟିଥିବା…

ସରକାରଙ୍କ ବଡ଼ ପ୍ଲାନ! ଖୁବଶୀଘ୍ର ବଦଳିବାକୁ ଯାଉଛି ପେଟ୍ରୋଲ ପକାଇବାର ନିୟମ…

ନୂଆଦିଲ୍ଲୀ,୨୮।୫: ଭାରତରେ ପେଟ୍ରୋଲ ପମ୍ପର ଗ୍ରାହକମାନେ ଖୁବ ଶୀଘ୍ର ବିଭିନ୍ନ ପ୍ରକାରର ଇଥାନଲ-ମିଶ୍ରିତ ପେଟ୍ରୋଲ ବାଛିବାର ବିକଳ୍ପ ପାଇପାରିବେ, ଯାହା ସେମାନଙ୍କର ର୍ନିଦ୍ଦିଷ୍ଟ ଯାନ ପାଇଁ ଉପଯୁକ୍ତ।…

ଆଜି ପାଇଁ ସାବଧାନ ରୁହନ୍ତୁ ଏହି ଜିଲାବାସୀ, ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର,୨୮।୫: ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସାଙ୍ଗକୁ ଝଡ଼ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।…

ଗୋଟିଏ ଫିଲ୍ମରୁ ରାତାରାତି ଷ୍ଟାର୍‌ ବନିଲେ ଏହି ୟଙ୍ଗ ଆକ୍ଟର; କେବଳ ଐଶ୍ୱର୍ଯ୍ୟା-ବିଜୟ ନୁହେଁ, ଶାହାରୁଖଙ୍କୁ ବି ପକାଇଲେ ପଛରେ…

ମୁମ୍ବାଇ: ଇଣ୍ଟରନେଟ ମୁଭି ଡାଟାବେସ (IMDb) ପକ୍ଷରୁ ଚଳିତ ସପ୍ତାହର ସବୁଠାରୁ ଲୋକପ୍ରିୟ ଭାରତୀୟ ସେଲିବ୍ରିଟିଙ୍କ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ବଡ଼ ବଡ଼ ସୁପରଷ୍ଟାରମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri