Posted inଖେଳ

୯୭ ରନ୍‌ର ପାଳି ଖେଳିବା ପୂର୍ବରୁ ୨ ଇଞ୍ଜେକ୍ସନ ନେଇଥିଲେ ଏହି ଭାରତୀୟ କ୍ରିକେଟର, କହିଲେ ଏଭଳି..

ନୂଆଦିଲ୍ଲୀ,୨୪।୧: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ଯୁବ ଉଇକେଟକିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ। ଗାବା ଟେଷ୍ଟରେ ପନ୍ତ ୮୯ ଅପରାଜିତ ରନ୍‌ କରିଥିଲେ। ଏହାପୂର୍ବରୁ ସିଡନୀରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ସେ ୯୭ ରନ୍‌ର ଉଲ୍ଲେଖନୀୟ ଇଂନିସ ଖେଳିଥିଲେ।

ସିଡନୀ ଟେଷ୍ଟରେ ୪୦୭ ରନ୍‌ର ପିଛା କରୁଥିଲା ଭାରତ। ଏକ ସମୟରେ ୩୬ ସଭରରେ ୧୦୨/୩ ଦଳର ସ୍କୋର ଥିଲା। ରୋହିତ ଶର୍ମା, ଶୁଭମନ ଗିଲ, ଅଜିଙ୍କ୍ୟ ରାହାନେ ଆଉଟ୍‌ ହୋଇ ଫେରିଥିଲେ। ପରେ ଆସିଥିବା ପନ୍ତ ଅଷ୍ଟ୍ରେଲିଆ ବୋଲର୍‌ଙ୍କ ୧୧୮ ବଲ୍‌ରେ ୧୨ ଚଉକା ଓ ୩ ଛକା ମାରି ୯୭ ରନ୍‌ କରିଥିଲେ। ହେଲେ ତାଙ୍କ କହୁଣୀରେ ଆଘାତ ଲାଗିଥିଲା।

ପେଟ କମିନ୍ସଙ୍କ ବାଉନ୍ସରକୁ ଖେଳିବାକୁ ଯାଇ ଆଘାତ ଲାଗିବା କାରଣରୁ ପନ୍ତ ଉଇକେଟକିପିଂ କରିପାରି ନ ଥିଲେ। ଏବେ ସେ ଖୁଲାସା କରିଛନ୍ତି ଦ୍ୱିତୀୟ ପାଳିରେ ଖେଳିବାକୁ ଆସିବା ପୂର୍ବରୁ କଷ୍ଟ ଦୂର କରିବା ଲାଗି ସେ ଦୁଇଟି ଇଞ୍ଜେକ୍ସନ ନେଇଥିଲେ। ତେବେ ପରେ ପନ୍ତ ଭଲ ବ୍ୟାଟିଂ କରି ଜିତିବାର ଆଶା ଉଦ୍ଜିବିତ କରିଥିଲେ। ହେଲେ ସେ ଆଉଟ୍‌ ହେବା ପରେ ଅଶ୍ୱିନ୍‌ ଏବଂ ହନୁମା ବିହାରି ମ୍ୟାଚ୍‌କୁ ଡ୍ର କରିବାରେ ସଫଳ ହୋଇଥିଲେ। ଏଣୁ ଆଉ କିଛି ସମୟ ଖେଳିଥିଲେ ଭାରତ ସିଡନୀ ମ୍ୟାଚ୍‌ ଜିତିଯାଇଥାନ୍ତା ବୋଲି ମଧ୍ୟ ପନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁଲତାନ ଜୋହର କପ୍‌ ହକି: ବିଜୟରୁ ଭାରତର ଅଭିଯାନ

ଜୋହର ବାହରୁ, ୧୩।୧୦(ପି.ଟି.) – ଏଠାରେ ଶନିବାରଠାରୁ ଆରମ୍ଭ ହୋଇଥିବା ନବମ ସୁଲତାନ ଜୋହର ବାହରୁ କପ୍‌ରେ ଭାରତୀୟ ଜୁନିୟର ଦଳ ବିଜୟରୁ ଅଭିଯାନ ଆରମ୍ଭ...

ରୌପ୍ୟ ବିଜୟୀ ଭାରତୀୟ ରିଲେ ଦଳକୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୪।୭(ପି.ଟି.): ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜୟୀ ଭାରତୀୟ ୪x୪୦୦ ମିଟର ମିକ୍ସଡ ରିଲେ ଦଳ ଏବେ ସ୍ବର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ...

ବଡ଼ କୀର୍ତ୍ତିମାନ ହାସଲ କଲେ ସୂର୍ଯ୍ୟକୁମାର

ମେଲବୋର୍ନ,୬।୧୧: ଭାରତୀୟ କ୍ରିକେଟର୍‌ ସୂର୍ଯ୍ୟକୁମାର ଯାଦବଙ୍କ କ୍ରିକେଟ୍‌ କ୍ୟାରିୟରରେ ୨୦୨୨ ବର୍ଷ ସର୍ବଶ୍ରେଷ୍ଠ ପ୍ରମାଣିତ ହୋଇଛି। ଟି-୨୦ ବିଶ୍ୱକପ୍‌ର ଶେଷ ଲିଗ୍‌ ମ୍ୟାଚ୍‌ରେ ସେ ରବିବାର...

ଓଡ଼ିଶା ଏଫ୍‌ସିରେ କୋଲ୍‌ : ଆଲେକ୍‌ଜାଣ୍ଡର

ଭୁବନେଶ୍ୱର, ୧୧ା୧୦ (ସ୍ପୋଟର୍‌ସ ବ୍ୟୁରୋ)-ହିରୋ ଇଣ୍ଡିଆନ ସୁପର ଲିଗ୍‌ର ୭ମ ସଂସ୍କରଣ ପୂର୍ବରୁ ଦକ୍ଷିଣ ଆଫ୍ରିକୀୟ ମିଡ୍‌ଫିଲ୍ଡର କୋଲ୍‌ ଆଲେକ୍‌ଜାଣ୍ଡର ଓଡ଼ିଶା ଏଫ୍‌ସି ସହ ୨ବର୍ଷିଆ...

ଅଞ୍ଜଳି, ଅର୍ଜୁନଙ୍କ ସହ ସଚିନ ଭୋଟ୍‌ ଦେଲେ

ମୁମ୍ବାଇ,୨୨।୧୦- କ୍ରିକେଟ ଲିଜେଣ୍ଡ ସଚିନ୍‌ ତେନ୍ଦୁଲକର ବାନ୍ଦ୍ରାରେ ଭୋଟ୍‌ ଦେଇଛନ୍ତି। ମହାରାଷ୍ଟ୍ର ଓ ହରିୟାଣାରେ ସୋମବାର ନିର୍ବାଚନ ହୋଇଥିବା ବେଳେ ସେ ସ୍ତ୍ରୀ ଅଞ୍ଜଳି ଓ...

ଛୋଟ ଦେଶର ବଡ଼ ଆଥଲେଟ୍‌

ଟୋକିଓ, ୩୦।୭- ଟୋକିଓ ଅଲିମ୍ପିକ୍ସରେ ଜନ ସଂଖ୍ୟାରେ ବହୁତ ଛୋଟ ଦେଶର ଆଥଲେଟ୍‌ମାନେ ମଧ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ଏପରି ଜଣେ ଆଥଲେଟ୍‌...

ଆଜି ଭାରତ-ଆୟାରଲାଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଡବଲିନ୍‌,୨୬।୬: ଦୁଇ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟି -୨୦ ମ୍ୟାଚରେ ରବିବାର ଦିନ ଭାରତ ଏବଂ ଆୟାରଲାଣ୍ଡର କ୍ରିକେଟ ଦଳ ମୁହାଁମୁହିଁ ହେବେ। ଏହି...

ଏସିଆନ ବିଚ୍‌ ଗେମ୍ସ ସ୍ଥଗିତ

କୁଏତ୍‌ ସିଟି, ୧୨ା୭ (ପି.ଟି.)- କୋଭିଡ୍‌-୧୯ ମହାମାରୀ ଯୋଗୁ ଅଲିମ୍ପିକ କାଉନ୍‌ସିଲ ଅଫ୍‌ ଏସିଆ (ଓସିଏ) ଶନିବାର ୬ଷ୍ଠ ଏସିଆନ ବିଚ୍‌ ଗେମ୍ସକୁ ସ୍ଥଗତି ରଖିଛି।...

Advertisement
Archives

Model This Week