Posted inଖେଳ

ଖୁବ୍‌ଶୀଘ୍ର ଧୋନୀଙ୍କୁ କାଟିଦେବେ ପନ୍ତ! ନିଜ ନାମରେ କଲେ ଆଉ ଏକ ରେକର୍ଡ…

ନୂଆଦିଲ୍ଲୀ,୧୪।୮: ପୂର୍ବତନ ମହାନ ଭାରତୀୟ ଅଧିନାୟକ ତଥା ଉଇକେଟକିପର ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ ଇତିହାସରେ ନିଜର ଅନେକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। ସେସବୁର ସମକକ୍ଷ ହେବା କାହା ପାଇଁ ସହଜ ନୁହେଁ। କିନ୍ତୁ ବର୍ତ୍ତମାନ ଟେଷ୍ଟ ଟିମ୍‌ର ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏହି ଦୀର୍ଘତମ ଫର୍ମାଟରେ କିଛି କ୍ଷେତ୍ରରେ ଧୋନୀଙ୍କ ସହ ପ୍ରତିନ୍ଦ୍ୱନ୍ଦିତା କରିବାକୁ ଚେଷ୍ଟା କରୁଛନ୍ତି। ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପନ୍ତ ଆଉ ଏକ ରେକର୍ଡ କରିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ ସାମିଲ ହେବାରେ ହେବାର ବେଶି ଦିନ ହୋଇନାହିଁ। ପନ୍ତ ଗତ ଏକ ବର୍ଷ ମଧ୍ୟରେ ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ବିଦେଶୀ ମାଟିରେ ସେ ଅନେକ ମ୍ୟାଚ୍‌ ନିଜ ଦମ୍‌ରେ ଜିତାଇଛନ୍ତି ନଚେତ ଡ୍ର କରିଛନ୍ତି। ବର୍ତ୍ତମାନ ଇଂଲଣ୍ଡରେ ମଧ୍ୟ ସେ ନିଜକୁ ପ୍ରମାଣିତ କରିବାକୁ ପଛାଉନାହାନ୍ତି। ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ସେ ୫୮ ବଲ୍‌ରେ ୩୭ରନ୍‌ ସଂଗ୍ରହ କରିଥିଲେ। ସେଥିରେ ସେ ମହାନ ଜେମ୍ସ ଆଣ୍ଡରସନଙ୍କ ବଲ୍‌ରେ ନିଜ ଶୈଳୀରେ ସଟ୍‌ ଖେଳିବାକୁ ପଛଘୁଞ୍ଚା ଦେଇ ନ ଥିଲେ।

ବର୍ତ୍ତମାନ ଏହି ଇନିଂସ ପରେ ପନ୍ତ ବିଦେଶୀ ମାଟିରେ ନିଜର ୧୦୦୦ ରନ୍‌ ପୂରଣ କରିଛନ୍ତି। ସେ ୨୩ ଟେଷ୍ଟ ମ୍ୟାଚ୍‌ର ୩୭ ଇନିଂସରେ ୧୪୬୫ରନ୍‌ କରିଥିବା ବେଳେ ସେଥିରୁ ବିଦେଶୀ ମାଟିରେ ୧୦୦୫ ରନ୍‌ ରହିଛି। ବିଦେଶୀ ମାଟିରେ ସର୍ବାଧିକ ରନ୍‌ କରିବା ମାମଲାରେ କେବଳ ତିନିଜଣ ପନ୍ତଙ୍କଠାରୁ ଆଗରେ ଅଛନ୍ତି।
୧- ମହେନ୍ଦ୍ର ସିଂହ ଧୋନୀ-୨୪୯୬ରନ୍‌
୨-ଫାରୁକ୍‌ ଇଞ୍ଜିନିୟର-୧୨୦୯ରନ୍‌
୩-ସୟଦ କିର୍ମାନି-୧୧୦୯ରନ୍‌
୪-ରିଷଭ ପନ୍ତ-୧୦୦୫ ରନ୍‌*

କେବଳ ଏତିକି ନୁହେଁ ପନ୍ତ ଏବେ ବିଦେଶୀ ମାଟିରେ ୧୦୦୦ ରନ୍‌ କରିଥିବା ଦ୍ରୁତତମ ଭାରତୀୟ ଉଇକେଟକିପର ହୋଇପାରିଛନ୍ତି। ଏହି ମାମଲାରେ ସେ ଧୋନୀ ଏବଂ ଫାରୁକଙ୍କୁ ପଛରେ ପକାଇଦେଇଛନ୍ତି।

୧-ରିଷଭ ପନ୍ତ-୨୯ ପାଳିରେ ୧୦୦୦ ପାର୍‌*
୨-ଏମ୍‌ଏସ୍‌ ଧୋନୀ-୩୨ ପାଳିରେ ୧୦୦୦ ପାର

ଏହାଛଡ଼ା ସେ ଇଂଲଣ୍ଡ ମାଟିରେ ସର୍ବାଧିକ ରନ୍‌ କରିବା ଘଟଣାରେ ପନ୍ତ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏବେ ଧୋନୀ ଏବଂ ଫାରୁକ୍‌ ତାଙ୍କଠାରୁ ଆଗରେ ଅଛନ୍ତି। ୨୦୧୮ରୁ ଏଯାବତ ଟେଷ୍ଟ କ୍ରିକେଟରେ ସର୍ବାଧିକ ଟେଷ୍ଟ ରନ୍‌ କରିଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?