Posted inଖେଳ

ଖୁବ୍‌ଶୀଘ୍ର ଧୋନୀଙ୍କୁ କାଟିଦେବେ ପନ୍ତ! ନିଜ ନାମରେ କଲେ ଆଉ ଏକ ରେକର୍ଡ…

ନୂଆଦିଲ୍ଲୀ,୧୪।୮: ପୂର୍ବତନ ମହାନ ଭାରତୀୟ ଅଧିନାୟକ ତଥା ଉଇକେଟକିପର ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ ଇତିହାସରେ ନିଜର ଅନେକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। ସେସବୁର ସମକକ୍ଷ ହେବା କାହା ପାଇଁ ସହଜ ନୁହେଁ। କିନ୍ତୁ ବର୍ତ୍ତମାନ ଟେଷ୍ଟ ଟିମ୍‌ର ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏହି ଦୀର୍ଘତମ ଫର୍ମାଟରେ କିଛି କ୍ଷେତ୍ରରେ ଧୋନୀଙ୍କ ସହ ପ୍ରତିନ୍ଦ୍ୱନ୍ଦିତା କରିବାକୁ ଚେଷ୍ଟା କରୁଛନ୍ତି। ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପନ୍ତ ଆଉ ଏକ ରେକର୍ଡ କରିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ ସାମିଲ ହେବାରେ ହେବାର ବେଶି ଦିନ ହୋଇନାହିଁ। ପନ୍ତ ଗତ ଏକ ବର୍ଷ ମଧ୍ୟରେ ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ବିଦେଶୀ ମାଟିରେ ସେ ଅନେକ ମ୍ୟାଚ୍‌ ନିଜ ଦମ୍‌ରେ ଜିତାଇଛନ୍ତି ନଚେତ ଡ୍ର କରିଛନ୍ତି। ବର୍ତ୍ତମାନ ଇଂଲଣ୍ଡରେ ମଧ୍ୟ ସେ ନିଜକୁ ପ୍ରମାଣିତ କରିବାକୁ ପଛାଉନାହାନ୍ତି। ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ସେ ୫୮ ବଲ୍‌ରେ ୩୭ରନ୍‌ ସଂଗ୍ରହ କରିଥିଲେ। ସେଥିରେ ସେ ମହାନ ଜେମ୍ସ ଆଣ୍ଡରସନଙ୍କ ବଲ୍‌ରେ ନିଜ ଶୈଳୀରେ ସଟ୍‌ ଖେଳିବାକୁ ପଛଘୁଞ୍ଚା ଦେଇ ନ ଥିଲେ।

ବର୍ତ୍ତମାନ ଏହି ଇନିଂସ ପରେ ପନ୍ତ ବିଦେଶୀ ମାଟିରେ ନିଜର ୧୦୦୦ ରନ୍‌ ପୂରଣ କରିଛନ୍ତି। ସେ ୨୩ ଟେଷ୍ଟ ମ୍ୟାଚ୍‌ର ୩୭ ଇନିଂସରେ ୧୪୬୫ରନ୍‌ କରିଥିବା ବେଳେ ସେଥିରୁ ବିଦେଶୀ ମାଟିରେ ୧୦୦୫ ରନ୍‌ ରହିଛି। ବିଦେଶୀ ମାଟିରେ ସର୍ବାଧିକ ରନ୍‌ କରିବା ମାମଲାରେ କେବଳ ତିନିଜଣ ପନ୍ତଙ୍କଠାରୁ ଆଗରେ ଅଛନ୍ତି।
୧- ମହେନ୍ଦ୍ର ସିଂହ ଧୋନୀ-୨୪୯୬ରନ୍‌
୨-ଫାରୁକ୍‌ ଇଞ୍ଜିନିୟର-୧୨୦୯ରନ୍‌
୩-ସୟଦ କିର୍ମାନି-୧୧୦୯ରନ୍‌
୪-ରିଷଭ ପନ୍ତ-୧୦୦୫ ରନ୍‌*

କେବଳ ଏତିକି ନୁହେଁ ପନ୍ତ ଏବେ ବିଦେଶୀ ମାଟିରେ ୧୦୦୦ ରନ୍‌ କରିଥିବା ଦ୍ରୁତତମ ଭାରତୀୟ ଉଇକେଟକିପର ହୋଇପାରିଛନ୍ତି। ଏହି ମାମଲାରେ ସେ ଧୋନୀ ଏବଂ ଫାରୁକଙ୍କୁ ପଛରେ ପକାଇଦେଇଛନ୍ତି।

୧-ରିଷଭ ପନ୍ତ-୨୯ ପାଳିରେ ୧୦୦୦ ପାର୍‌*
୨-ଏମ୍‌ଏସ୍‌ ଧୋନୀ-୩୨ ପାଳିରେ ୧୦୦୦ ପାର

ଏହାଛଡ଼ା ସେ ଇଂଲଣ୍ଡ ମାଟିରେ ସର୍ବାଧିକ ରନ୍‌ କରିବା ଘଟଣାରେ ପନ୍ତ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏବେ ଧୋନୀ ଏବଂ ଫାରୁକ୍‌ ତାଙ୍କଠାରୁ ଆଗରେ ଅଛନ୍ତି। ୨୦୧୮ରୁ ଏଯାବତ ଟେଷ୍ଟ କ୍ରିକେଟରେ ସର୍ବାଧିକ ଟେଷ୍ଟ ରନ୍‌ କରିଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri