ଅମୃତ ଭାରତ ଷ୍ଟେଶନ ଯୋଜନାରେ ପାନପୋଷ ସାମିଲ

ରାଉରକେଲା,୨୫।୨(ସଙ୍ଗୀତା ଜେନା): ରେଳବାଇକୁ ଅଧିକ ବିକଶିତ ଓ ଯାତ୍ରୀ ସୁରକ୍ଷା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେଶନ ଯୋଜନା ଜରିଆରେ ୫୫୪ଟି ଷ୍ଟେଶନର ରୂପରେଖ ବଦଳିବ। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆଭାସୀ ଜରିଆରେ ଏହି ଯୋଜନା ଅଧୀନ ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ। ଏହାଦ୍ୱାରା ଚକ୍ରଧରପୁର ରେଲଓ୍ବେ ମଣ୍ଡଳ ଅଧୀନରେ ଥିବା ରାଉରକେଲା ଓ ଝାରସୁଗୁଡ଼ା ବିଶେଷ ଉପକୃତ ହେବ। ମୁଖ୍ୟତଃ ବମ୍ବେ- ହାୱଡ଼ା ମେନ୍‌ ରୁଟ୍‌ରେ ପାନପୋଷ, ରାଜଗାଙ୍ଗପୁର, ଚକ୍ରଧରପୁର, ଝାଡ଼ଖଣ୍ଡର ସିନି, ଟାଟା ସମେତ ଅନ୍ୟ ଷ୍ଟେଶନଗୁଡ଼ିକର ନବକଳେବର କରାଯିବ। ଏହା ସହିତ ଖଣିଖାଦାନ ପରିପୂର୍ଣ୍ଣ ଝାଡ଼ଖଣ୍ଡର ଚାଇଁବାସା, ଡଙ୍ଗାପୋଷି, ଓଡ଼ିଶା ବିମଳାଗଡ଼ ସମେତ ଅନ୍ୟ ଷ୍ଟେଶନଗୁଡ଼ିକର ନବୀକରଣ କରାଯିବ। ପାନପୋଷ ଷ୍ଟେଶନର ଉନ୍ନତି ପାଇଁ ୨୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି। ଗୋଟିଏ ଅଣ୍ଡରପାସ୍‌ ନିର୍ମାଣ ପାଇଁ ୧୨ କୋଟି ଟଙ୍କା ଓ ଷ୍ଟେଶନ ନିର୍ମାଣ କାର୍ଯ୍ୟ ପାଇଁ ୧୦ କୋଟି ଟଙ୍କାବ୍ୟୟ କରାଯିବ। ଷ୍ଟେଶନ ବିଲ୍‌ଡିଂ, ଯାତ୍ରୀ ପ୍ରତୀକ୍ଷାଳୟ, ଦିବ୍ୟାଙ୍ଗଙ୍କ ପାଇଁ ର଼୍ୟାମ୍ପ, ଯାତ୍ରୀଙ୍କ ଚାଲିବା ପାଇଁ ପ୍ଲାଟଫର୍ମ, ଷ୍ଟେଶନ ସୌନ୍ଦର୍ଯ୍ୟକରଣ, ଗ୍ରୀନ ପ୍ୟାଚ, ଅତ୍ୟାଧୁନିକ ପାର୍କିଂ ଆଦି ନିର୍ମାଣ କରାଯିବ ବୋଲି ଅମୃତ ଭାରତ ଷ୍ଟେଶନ ଯୋଜନା କାର୍ଯ୍ୟକ୍ରମର ପରିଚାଳକ ତଥା ବନ୍ଧମୁଣ୍ଡା ସିନିୟର ଡିଏମ୍‌ଇ ପଞ୍ଚାନନ ବେହେରା ସୂଚନା ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଚକ୍ରଧରପୁର ରେଳମଣ୍ଡଳର ୪୦ଟି ଷ୍ଟେଶନକୁ ଉକ୍ତ ପ୍ରକଳ୍ପରେ ସାମିଲ କରାଯାଇଛି। ଉକ୍ତ ରେଳମଣ୍ଡଳର ୧୩ଟି ଏଲଏଚ୍‌ଏସ୍‌ , ୬ଟି ରୋଡ୍‌ ଓଭରବ୍ରିଜ, ୪ଟି ରୋଡ୍‌ ଅଣ୍ଡର ବ୍ରିଜ୍‌, ୬ଟି ସବୱେ, ୧୧ଟି ଷ୍ଟେଶନର ପୁନର୍ବିକାଶ ପାଇଁ ଚୂଡ଼ାନ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନର ବାର୍ତ୍ତା

ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?