ଭାରତକୁ ଚେତାବନୀ ଦେଲେ ପନ୍ନୁ: କହିଲେ, ଆମେ ପାକିସ୍ତାନ ସହ ଅଛୁ

ଓ୍ବାଶିଂଟନ,୨୮।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ପାକିସ୍ତାନକୁ ସମର୍ଥନ କରିଛନ୍ତି। ପାକିସ୍ତାନ ସହିତ ଯୁଦ୍ଧ କରିବାକୁ ଭାରତର ସାହସ ନାହିଁ ବୋଲି ସେ କହିଛନ୍ତି। ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆକ୍ରମଣ କରିପାରେ ବୋଲି ପାକିସ୍ତାନ ସନ୍ଦେହ କରୁଥିବା ସମୟରେ ଏହି ବୟାନ ଆସିଛି।

ପନ୍ନୁ କହିଛନ୍ତି, ଆମେ ଭାରତୀୟ ସେନାକୁ ପଞ୍ଜାବ ଦେଇ ଯାଇ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଦେବୁ ନାହିଁ। ପାକିସ୍ତାନ ସହିତ ଲଢ଼ିବା ପାଇଁ ଭାରତର ସାହସ ନାହିଁ। ଆମେ ୨ କୋଟି ଶିଖ, ପାକିସ୍ତାନ ସହିତ ପଥର ପରି ଠିଆ ହୋଇଛୁ। ଭାରତରେ ଶିଖ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ସହ ଦୁର୍ବ୍ୟବହାର କରାଯାଉଛି। ଏବେ ସମୟ ବଦଳି ଯାଇଛି, ଏହା ୧୯୬୫ କିମ୍ବା ୧୯୭୧ ନୁହେଁ, ୨୦୨୫।

ପନ୍ନୁ କହିଛନ୍ତି, ପାକିସ୍ତାନର ନାମ ନିଜେ ପବିତ୍ରତାର ପ୍ରତୀକ ଏବଂ ଏହା ସେମାନଙ୍କର ପରମ୍ପରା ଯେ, ସେମାନେ କେବେ ଆକ୍ରମଣ କରନ୍ତି ନାହିଁ। ସେ ଚେତାବନୀ ଦେଇ କହିଥିଲେ, ଯେଉଁମାନେ ଆକ୍ରମଣ କରନ୍ତି ସେମାନଙ୍କର ଶେଷ ହିଁ ଖରାପ ହେବ – ସେ ଇନ୍ଦିରା ଗାନ୍ଧୀ ହୁଅନ୍ତୁ, ନରେନ୍ଦ୍ର ମୋଦି ହୁଅନ୍ତୁ କିମ୍ବା ଅମିତ ଶାହ ହୁଅନ୍ତୁ। ଅନ୍ତର୍ଜାତୀୟ ଆଇନ ଅନୁଯାୟୀ, ସେ ମୋଦି, ଡୋଭାଲ, ଅମିତ ଶାହା ଏବଂ ଜୟଶଙ୍କରଙ୍କୁ ଦଣ୍ଡ ଦେବେ। ରାଜନୈତିକ ଫାଇଦା ପାଇଁ ଭାରତ ପହଲଗାମରେ ନିଜ ହିନ୍ଦୁମାନଙ୍କୁ ହତ୍ୟା କରିଛି ବୋଲି ପନ୍ନୁ କହିଛନ୍ତି।

ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ୨୬ ଜଣ ନୀରିହ ପର୍ଯ୍ୟଟକଙ୍କ ଜୀବନ ନେଇଥିଲେ। ୨୦୧୯ ମସିହାରେ ପୁଲୱାମା ଆକ୍ରମଣ ପରେ ଏହା ଉପତ୍ୟକାର ସବୁଠାରୁ ଭୟଙ୍କର ଆକ୍ରମଣ ଥିଲା। ପାକିସ୍ତାନ-ଭିତ୍ତିକ ନିଷିଦ୍ଧ ସଂଗଠନ ଲସ୍କର-ଏ-ତୈବା (LET)ର ଏକ ଶାଖା, ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri