ବାଜପେୟୀଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ନଜର ଆସିବେ ଏହି ଅଭିନେତା

ମୁମ୍ବାଇ: ବଲିଉଡରେ ପ୍ରତିବର୍ଷ ନିର୍ମାଣ ହେଉଛି ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବାୟୋପିକ୍ । ତେବେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଉପରେ ଏକ ବାୟୋପିକ ନିର୍ମାଣ ନେଇ ପୂର୍ବରୁ ଘୋଷଣା ହୋଇସାରିଥିଲେ ବି ଏବେ ପର୍ଯ୍ୟନ୍ତ ଏଥିପାଇଁ କଳାକାର ମିଳୁ ନ ଥିବା କୁହଯାଉଥିଲା । ଅନ୍ୟପଟେ ଫିଲ୍ମ ’ ମେ ରହୁ ୟା ନ ରହୁ, ୟେ ଦେଶ ରେହନା ଚାହିୟେ-ଅଟଳ’ ଉଲ୍ଲେଖ ଏନପିଙ୍କ ପୁସ୍ତକ ‘ଦ ଅନଟୋଲ୍ଡ ବାଜପେୟୀ ଆଣ୍ଡ ପାରାଡକ୍ସ’ ପରେ ଫିଲ୍ମଟି ନିର୍ମାଣ କରାଯିବ । ତେବେ ମୁଖ୍ୟ ଚରିତ୍ର ଅର୍ଥାତ୍ ବାଜପେୟୀଙ୍କ ଚରିତ୍ର କେଉଁ କଳାକାରଙ୍କୁ ବେଶୀ ଶୁଟ୍ କରିବ ସେ ନେଇ ନିର୍ମାତା ନିର୍ଦ୍ଦେଶକ କଳାକାର ଖୋଜୁଥିଲେ ।
ଏବେ ମିଳିଥିବା ସୂଚନା ଅନୁଯାୟୀ, ଏମିତି ଜଣେ କଳାକାର ହୁଏତ ମିଳିଯାଇଛନ୍ତି, ଯିଏକି ବାଜପେୟୀଙ୍କ ଚରିତ୍ରରେ ଏକଦମ ଫିଟ୍ ହେବେ ବୋଲି କୁହାଯାଉଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଙ୍କଜ ତ୍ରିପାଠୀ ବାଜପେୟୀଙ୍କ ଚରିତ୍ରରେ ଫିଟ ଲାଗିବେ ବୋଲି କୁହାଯାଉଛି । ନିକଟରେ ପଙ୍ଗଜଙ୍କୁ ‘ଶେରଦିଲ’ରେ ଦେଖିବାକୁ ମିଳିଥିଲା । ଅଟଳ ବିହାରୀ ବାଜପେୟୀଙ୍କ ଫିଲ୍ମକୁ ବିନୋଦ ଭାନୁଶାଳୀ, ସନ୍ଦିପ ସିଂ, ସୋମ ଖାଁ, କମଲେଶ ଭାନୁଶାଳୀ ଓ ବିଶାଳ ଗୁରନନୀ ପଡ୍ୟୁସ କରିବେ । କୁହାଯାଛି କି ଏହି ଫିଲ୍ମ ୨୦୨୩ରେ ରିଲିଜ ହୋଇପାରେ ।
ମେକର୍ସ ଖ୍ରୀଷ୍ଟମାସ ୨୦୨୩ ଅର୍ଥାତ୍ ବାଜପେୟୀଙ୍କ ୯୯ତମ ବାର୍ଥ ଆନିଭରସାରୀରେ ରିଲିଜ କରିବାର ଯୋଜନା କରିଛନ୍ତି । ପୁର୍ବରୁ କେତେଜଣ ରାଜନେତାଙ୍କ ବାୟୋପିକ ନିର୍ମାଣ ସରିଛି । ଯେମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକରେ ବିବେକ ଓବରୟ ନଜର ଆସିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବାୟୋପିକରେ ଅନୁପମ ଖେର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ସେମିତି ଶିବସେନାର ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ବାୟୋପିକରେ ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଦେଖିବାକୁ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri