ଭୁବନେଶ୍ୱରରେ ବଜ୍ରକାପ୍ତା ଚାଲାଣ ର଼୍ୟାକେଟ

ଭୁବନେଶ୍ୱର,(ବ୍ୟୁରୋ)/ ବାରଙ୍ଗ, ୭।୮(ଡି.ଏନ୍‌.ଏ.) : ରାଜ୍ୟରେ ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ ଦିନକୁ ଦିନ ବଢିଚାଲିଛି। ବନକର୍ମଚାରୀ ଓ ଶିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ବନ୍ୟପ୍ରାଣୀମାନେ ବଡ଼ ବିପଦର ସମ୍ମୁଖୀନ ହେଉଛନ୍ତି। ଏହି ର଼୍ୟାକେଟର ଚେର ଓଡ଼ିଶାର ବିଦେଶକୁ ଲମ୍ବିଥିବାବେଳେ ଭୁବନେଶ୍ୱରରେ ଡିଲ୍‌ ହେଉଛି। ଗୁରୁବାର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ( ଏସ୍‌ଟିଏଫ୍‌) କଳିଙ୍ଗ ଷ୍ଟୁଡିଓ ଛକ ନିକଟରୁ ଏକ ଜୀବନ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ ଜିଲା ବଡମ୍ବା ଥାନା ଅଞ୍ଚଳର ଚିତ୍ରସେନ ସାହୁ, ଭୁବନେଶ୍ୱର ଖଣ୍ଡଗିରି ଥାନା ପାତ୍ରପଡାର ଖଗେଶ୍ୱର ସାହୁ ଓ ଗଞ୍ଜାମ ଜିଲା ପାଟପୁର ଥାନା କଂସାମାରି ଗ୍ରାମର ଭାଗୀରଥି ବେହେରା। ଏନେଇ ଏସ୍‌ଟିଏଫ୍‌ ୱାଇଲ୍ଡ ଲାଇଫ୍‌ ପ୍ରୋଟେକ୍ସନ ଆକ୍ଟର ବିଭିନ୍ନ ଦଫାରେ ଏକ ମାମଲା (ନଂ.୨୭/୨୧) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏଥିସହ ଏସ୍‌ଟିଏଫ୍‌ ଉଦ୍ଧାର ବଜ୍ରକାପ୍ତାକୁ ଚନ୍ଦକା ଡିଏଫ୍‌ଓଙ୍କୁ ହସ୍ତାନ୍ତର କରିଛି। ଶୁକ୍ରବାର ଉକ୍ତ ବଜ୍ରକାପ୍ତାକୁ ନନ୍ଦନକାନନ ଡାକ୍ତରଖାନା କ୍ୱାରାଣ୍ଟାଇନରେ ରଖାଯାଇ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯାଉଛି। ସୁସ୍ଥ ହେବାପରେ ତାହାକୁ ସେଠାରେ ରଖାଯିବ କି ଜଙ୍ଗଲରେ ଛଡ଼ାଯିବ ତାହା ସ୍ପଷ୍ଟ ହେବ ବୋଲି ନନ୍ଦନକାନନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ତେବେ ଚାଲାଣକାରୀମାନେ ଏହି ବଜ୍ରକାପ୍ତାକୁ କେଉଁଠୁ ଆଣିଲେ, କେତେଦିନ ହେବ ଏପରି ଚୋରା ଚାଲାଣ କରୁଛନ୍ତି ଓ ଚାଲାଣରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବାକୁ ଏସ୍‌ଟିଏଫ୍‌ ଖୋଳତାଡ ଜାରି ରିଖିଛି।
ସୂଚନା ଅନୁଯାୟୀ, ଗୁରୁବାର ସାରେ ଅଭିଯୁକ୍ତମାନେ ଏକ ବ୍ୟାଗରେ ବଜ୍ରକାପ୍ତାକୁ ଭର୍ତ୍ତି କରି ଚାଲାଣ ଉଦ୍ଦେଶ୍ୟରେ କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ଅପେକ୍ଷା କରିଥିଲେ। ଏନେଇ ବିଶ୍ୱସ୍ତ ସୂତ୍ରରୁ ଜାଣିବା ପରେ ଏସ୍‌ଟିଏଫ୍‌ ଟିମ୍‌ ପୂର୍ବରୁ ସେଠାରେ ଛକି ରହି ସେମାନଙ୍କୁ କାବୁ କରିଥିଲା। ଏସ୍‌ଟିଏଫ୍‌ ରିପୋର୍ଟ ଅନୁଯାୟୀ. ଗତ ୧ବର୍ଷରେ ୧୫ ବାଘଛାଲ, ୯ ହାତୀ ଦାନ୍ତ, ୨ ହରିଣ ଛାଲ ଜବତ କରାଯାଇଛି। ଏଥିସହ ୪ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଥିବାବେଳେ ୧୩ କେଜି ବଜ୍ରକାପ୍ତା କାତି ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୩୨ ଜଣଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri