ଭୁବନେଶ୍ୱରରେ ବଜ୍ରକାପ୍ତା ଚାଲାଣ ର଼୍ୟାକେଟ

ଭୁବନେଶ୍ୱର,(ବ୍ୟୁରୋ)/ ବାରଙ୍ଗ, ୭।୮(ଡି.ଏନ୍‌.ଏ.) : ରାଜ୍ୟରେ ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ ଦିନକୁ ଦିନ ବଢିଚାଲିଛି। ବନକର୍ମଚାରୀ ଓ ଶିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ବନ୍ୟପ୍ରାଣୀମାନେ ବଡ଼ ବିପଦର ସମ୍ମୁଖୀନ ହେଉଛନ୍ତି। ଏହି ର଼୍ୟାକେଟର ଚେର ଓଡ଼ିଶାର ବିଦେଶକୁ ଲମ୍ବିଥିବାବେଳେ ଭୁବନେଶ୍ୱରରେ ଡିଲ୍‌ ହେଉଛି। ଗୁରୁବାର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ( ଏସ୍‌ଟିଏଫ୍‌) କଳିଙ୍ଗ ଷ୍ଟୁଡିଓ ଛକ ନିକଟରୁ ଏକ ଜୀବନ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ ଜିଲା ବଡମ୍ବା ଥାନା ଅଞ୍ଚଳର ଚିତ୍ରସେନ ସାହୁ, ଭୁବନେଶ୍ୱର ଖଣ୍ଡଗିରି ଥାନା ପାତ୍ରପଡାର ଖଗେଶ୍ୱର ସାହୁ ଓ ଗଞ୍ଜାମ ଜିଲା ପାଟପୁର ଥାନା କଂସାମାରି ଗ୍ରାମର ଭାଗୀରଥି ବେହେରା। ଏନେଇ ଏସ୍‌ଟିଏଫ୍‌ ୱାଇଲ୍ଡ ଲାଇଫ୍‌ ପ୍ରୋଟେକ୍ସନ ଆକ୍ଟର ବିଭିନ୍ନ ଦଫାରେ ଏକ ମାମଲା (ନଂ.୨୭/୨୧) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏଥିସହ ଏସ୍‌ଟିଏଫ୍‌ ଉଦ୍ଧାର ବଜ୍ରକାପ୍ତାକୁ ଚନ୍ଦକା ଡିଏଫ୍‌ଓଙ୍କୁ ହସ୍ତାନ୍ତର କରିଛି। ଶୁକ୍ରବାର ଉକ୍ତ ବଜ୍ରକାପ୍ତାକୁ ନନ୍ଦନକାନନ ଡାକ୍ତରଖାନା କ୍ୱାରାଣ୍ଟାଇନରେ ରଖାଯାଇ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯାଉଛି। ସୁସ୍ଥ ହେବାପରେ ତାହାକୁ ସେଠାରେ ରଖାଯିବ କି ଜଙ୍ଗଲରେ ଛଡ଼ାଯିବ ତାହା ସ୍ପଷ୍ଟ ହେବ ବୋଲି ନନ୍ଦନକାନନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ତେବେ ଚାଲାଣକାରୀମାନେ ଏହି ବଜ୍ରକାପ୍ତାକୁ କେଉଁଠୁ ଆଣିଲେ, କେତେଦିନ ହେବ ଏପରି ଚୋରା ଚାଲାଣ କରୁଛନ୍ତି ଓ ଚାଲାଣରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବାକୁ ଏସ୍‌ଟିଏଫ୍‌ ଖୋଳତାଡ ଜାରି ରିଖିଛି।
ସୂଚନା ଅନୁଯାୟୀ, ଗୁରୁବାର ସାରେ ଅଭିଯୁକ୍ତମାନେ ଏକ ବ୍ୟାଗରେ ବଜ୍ରକାପ୍ତାକୁ ଭର୍ତ୍ତି କରି ଚାଲାଣ ଉଦ୍ଦେଶ୍ୟରେ କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ଅପେକ୍ଷା କରିଥିଲେ। ଏନେଇ ବିଶ୍ୱସ୍ତ ସୂତ୍ରରୁ ଜାଣିବା ପରେ ଏସ୍‌ଟିଏଫ୍‌ ଟିମ୍‌ ପୂର୍ବରୁ ସେଠାରେ ଛକି ରହି ସେମାନଙ୍କୁ କାବୁ କରିଥିଲା। ଏସ୍‌ଟିଏଫ୍‌ ରିପୋର୍ଟ ଅନୁଯାୟୀ. ଗତ ୧ବର୍ଷରେ ୧୫ ବାଘଛାଲ, ୯ ହାତୀ ଦାନ୍ତ, ୨ ହରିଣ ଛାଲ ଜବତ କରାଯାଇଛି। ଏଥିସହ ୪ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଥିବାବେଳେ ୧୩ କେଜି ବଜ୍ରକାପ୍ତା କାତି ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୩୨ ଜଣଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri