୧୮ ଜଣଙ୍କୁ ମିଳିଲା ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରଶସ୍ତୀପତ୍ର

କଟକ ଅଫିସ,୭।୮: କଟକ ପୋଲିସ ମୁଖ୍ୟାଳୟସ୍ଥିତ ଆର୍‌.କେ. ପାଢୀ ମେମୋରିଆଲ ହଲ୍‌ ପରିସରରେ ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରଶସ୍ତି ପତ୍ର (ଡିଜିପିସ୍‌ କମେଣ୍ଡେସନ୍‌ ରୋଲ୍‌) ପ୍ରଦାନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଡିଜିପି ଅଭୟ ଯୋଗଦେଇ ୧୨ ଜଣ ମିନିଷ୍ଟରିଆଲ୍‌ ଅଫିସର, ୬ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶସ୍ତୀପତ୍ର ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରେ ୩ଜଣ ଏଷ୍ଟାବ୍ଲିସମେଣ୍ଟ ଅଫିସର, ଜଣେ ସେକ୍ସନ ଅଫିସର, ୫ଜଣ ଏଏସ୍‌ଓ, ଜଣେ ପିଏ, ୨ଜଣ ସିନିୟର୍‌ ଷ୍ଟେନୋଗ୍ରାଫର୍‌, ୨ ଏଏସ୍‌ଆଇ, ଜଣେ ହାବିଲଦାର, ଜଣେ ଆସିଷ୍ଟାଣ୍ଟ ଡ୍ରାଇଭର, ଜଣେ ସିପାହି ଏବଂ ଜଣେ କନଷ୍ଟେବଳ ରହିଛନ୍ତି। ୨୦୨୦-୨୧ ବର୍ଷରେ ଉଲ୍ଲେଖନୀୟ ସେବା ନିମନ୍ତେ ସେମାନଙ୍କୁ ଏହି ପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲିସ ମୁଖ୍ୟାଳୟର ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଚାଲି ଘରକୁ ଫେରୁଛନ୍ତି ରାଜ୍ୟ ଭିତର ଶ୍ରମିକ

ଠାକୁରମୁଣ୍ଡା,୭ା୫(ଡି.ଏନ୍‌.ଏ.) : ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରୁ ଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହି ଶ୍ରମିକ ଭାବରେ କାମ କରୁଥିବା ଶ୍ରମିକ ଏବେ ଘରମୁହାଁ...

ଲୋକପ୍ରିୟ ହେବ ହକି ବିଶ୍ୱକପ୍‌

ଢେଙ୍କାନାଳ ଅଫିସ, ୧୪।୧୨: ହକି ବିଶ୍ୱକପ୍‌କୁ ଲୋକପ୍ରିୟ କରାଇବା ଲାଗି ପ୍ରସ୍ତୁତି ଆରମ୍ଭ କରିଛି ଢେଙ୍କାନାଳ ଜିଲା ପ୍ରଶାସନ। କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଜାନୁୟାରୀ...

ବିପଦସଙ୍କୁଳ ଅବସ୍ଥାରେ ଅଙ୍ଗନଓ୍ବାଡି କେନ୍ଦ୍ର: ସହାୟିକାଙ୍କ ବାରଣ୍ଡାରେ ଶିକ୍ଷାଦାନ

ବଇଣ୍ଡା,୬।୧୦(ଡି.ଏନ.ଏ.) – କୁନି ଶିଶୁଙ୍କୁ ଶିକ୍ଷା ସହ ଜଡ଼ିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଖୋଲାଯାଇଛି ଅଙ୍ଗନଓ୍ବାଡି କେନ୍ଦ୍ର। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ସହ...

ଅବ୍ୟବସ୍ଥାରେ ରାଜୀବ ଆବାସ, ଅଭିଯୋଗ ସତ୍ତ୍ୱେ ଫଳ ଶୂନ୍‌

ବ୍ରହ୍ମପୁର ଅଫିସ,୬ା୧୨: ବସ୍ତି ବାସିନ୍ଦାଙ୍କୁ ମାୈଳିକ ସୁବିଧା ଯୋଗାଇ ଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ରାଜୀବ ଆବାସ ଯୋଜନା ମାଧ୍ୟମରେ...

ଜି.ଉଦୟଗିରିରେ ୧୦ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୧୪ା୧୧(ଡି.ଏନ.ଏ.): କନ୍ଧମାଳ ଜିଲାରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ରବିବାର ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସକୁ ହ୍ରାସ ପାଇଛି। ସ୍ଥାନୀୟ କୃଷି ଗବେଷଣା...

ପୌରପରିଷଦ ନିର୍ବାହୀ ଅଧିକାରୀ, କର୍ମଚାରୀଙ୍କୁ ଗିରଫ ଦାବିରେ ଭାଜପାର ବିକ୍ଷୋଭ

ଦେବଗଡ଼,୭।୧(ଡି.ଏନ୍‌.ଏ.): ଦେବଗଡ଼ ପୌରପରିଷଦର ନିର୍ବାହୀ ଅଧିକାରୀ ତପନ ମହାପାତ୍ର ୨ ତାରିଖରେ ଅଫିସରେ କାର୍ଯ୍ୟ କରୁଥିବା ସମୟରେ ଉପନଗରପାଳ ପ୍ରଜିତ ଭୋଜ ତାଙ୍କୁ ମାଡ଼ ମାରିବା...

ଗୋବରୀକୂଳ ପଡ଼ାର ଦୁଃଖ ପାଲଟିଛି ଗୋବରୀ ନାଳ

ନାଉଗାଁ,୧୦ା୫(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଦେଇ ପ୍ରବାହିତ ଗୋବରୀ ନାଳ ପାର୍ଶ୍ୱବର୍ତ୍ତୀ ଗୋବରୀପଡାବାସୀଙ୍କ ଦୁଃଖର କାରଣ ସାଜିଛି। ନାଳ ଖନନ, ବନ୍ଧ ଓ ପୋଲି...

ଗାଧୋଇବା ବେଳେ ଚାଲିଗଲା ଜୀବନ

ଜଗତସିଂହପୁର ଅଫିସ, ୧୭।୩: ଜଗତସିଂହପୁର ଜଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ବଡ଼ଜିଙ୍ଗଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଷଲ ମହାନଦୀ ଘାଟରେ...

Advertisement
Archives

Model This Week