କହିଥିଲେ ପାଣ୍ଡିଆନ, ‘ହାରିଲେ ଛାଡିଦେବି ରାଜନୀତି’

ଭୁବନେଶ୍ୱର,୪।୬: ଦୀର୍ଘ ୧୫ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଫୁଟିବାକୁ ଯାଉଛି ପଦ୍ମ। ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଏବେ ବଡ଼ ପରାଜୟ ମୁଖେ ଅଗ୍ରସର ହେଉଛି। ରାଜ୍ୟରେ ଭାଜପା ୮୧ ଆସନରେ ଆଗୁଆ ଥିବାବେଳେ ବିଜେଡି ୪୭ ଆସନରେ ସୀମିତ ରହିଛି। ତେବେ ୧୫ବର୍ଷ ପରେ ଭାଜପା ଓଡ଼ିଶାରେ ସରକାର ଗଢିବାକୁ ଯାଉଛି।

ଚଳିତ ନିର୍ବାଚନରେ ବିଜେଡି-ଭାଜପା ମଧ୍ୟରେ ରାଜ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ବିଜେଡି ୧୦୦ରୁ ଅଧିକ ଆସନ ଜିତିବା ନେଇ ଦୃଢୋକ୍ତି ବାଢିଥିବାବେଳେ ସରକାର ଗଢିବୁ ବୋଲି ସଂକଳ୍ପ କରି ବସିଥିଲା ଭାଜପା। ଯାହା ଏବେ ଫଳାଫଳରେ ଦେଖିବାକୁ ମିଳିଛି। ଚଳିତ ନିର୍ବାଚନରେ ରାଜ୍ୟରେ ଦେଖିବାକୁ ମିଳିଛି ଦୁଇ ଦଳ ମଧ୍ୟରେ ସଣ୍ଢୁଆଶି ଆକ୍ରମଣ। ଲଢେଇ ଏମିତି ଚାଲିଥିଲା କି, କେହି କାହାକୁ ଛାଡିବାକୁ ନଛୋଡବନ୍ଧା ଥିଲେ। ଦୁଇ ଦଳ ମଧ୍ୟରେ ହୋଇଥିଲା ଘମାଘୋଟ ଲଢେଇ।

ନିର୍ବାଚନ ଘୋଷଣା ହେବା ପୂର୍ବରୁ ମେଣ୍ଟ ନେଇ ଆଲୋଚନା ଚାଲିଥିବାବେଳେ ପରେ ଦୁଇ ଦଳ ଏକାକୀ ଲଢିବେ ବୋଲି ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ଦୁଇ ଦଳର ରାଜ୍ୟ ନେତୃତ୍ୱ ଓ କେନ୍ଦ୍ର ନେତୃତ୍ୱ ମେଣ୍ଟ ନେଇ ଜୋରଦାର ଆଲୋଚନା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା। ପରବର୍ତ୍ତୀ ମୂହୁର୍ତ୍ତରେ ଦୁହେଁ ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ଓଡ଼ିଶାଭାଜପା ରାଜ୍ୟରେ ସରକାର ଗଢିବ ବୋଲି କହିଥିଲା। ନିଷ୍ପତ୍ତି ଏପରି ଥିଲା କି, ମଇଦାନରେ ମୁହାଁମୁହିଁ ଯୁଦ୍ଧ ସାରା ରାଜ୍ୟ କ’ଣ ଦେଶ ଦେଖିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜ୍ୟରେ ମାରାଥନ ପ୍ରଚାରକୁ ଭାଜପାର କେନ୍ଦ୍ରନେତାଙ୍କ ଗୋଟିଏ ପରେ ଗୋଟିଏ ରାଲି। ଯେପରି ଭାଜପାର ସବୁ ନେତୃତ୍ୱ ଗୋଟିଏ ପରେ ଗୋଟିଏ ଆସି ରାଜ୍ୟକୁ ଘେରାବନ୍ଦୀ ଭାବରେ ରଖିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସହ ପୁରା ବିଜେଡିକୁ ସିଧା ସିଧା ଟାର୍ଗେଟ କରିଥିଲେ। ଯାହାକୁ ନେଇ ମୁହଁ ଫିଟାଇଥିଲେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୋଟିକ ପରେ ଗୋଟିଏ ଭିଡିଓ ଛାଡି ବିରୋଧୀଙ୍କୁ କମ୍‌ ଶଦ୍ଦରେ ଟାଣ କଥା କହିଥିଲେ। ସେହିପରି ପାଣ୍ଡିଆନ ରାଜନୀତି ଛାଡିଦେବି ବୋଲି ମଧ୍ୟ ଦମ୍ଭୋକ୍ତି ଦେଖାଇଥିଲେ। ନିର୍ବାଚନୀ ପ୍ରଚାର ସମୟରେ ଏକ ସଭାରେ ସେ ବିଜେଡି ହାରିଲେ ରାଜନୀତିରୁ ସନ୍ୟାସ ନେବେ ବୋଲି କହିଥିଲେ।

ତେବେ ଆଜିର ଫଳାଫଳ ବାହାରିବା ପରେ ଚର୍ଚ୍ଚା ଆରମ୍ଭ ହେଲାଣି କି, ବିଜେଡି ନେତା ପାଣ୍ଡିଆନଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?