ବାଇକ୍‌ ଚଳାଇ ନଦୀବନ୍ଧ ବୁଲି ଦେଖିଲେ ପାଣ୍ଡିଆନ

ଭଣ୍ଡାରିପୋଖରୀ (ରବିନାରାୟଣ ଖିଲାର)/ ଧାମନଗର (ଦେବେନ୍ଦ୍ର ଆନ୍ଦିଆ/ସନ୍ତୋଷ କୁମାର ମହାପାତ୍ର), ୨୫ା୨: ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଶନିବାର ଭଦ୍ରକ ଜିଲା ଗସ୍ତରେ ଆସି ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ ପରିଦର୍ଶନ କରିଛନ୍ତି। ନିଜେ ବାଇକ୍‌ ଚଳାଇ ସେ ବିଭିନ୍ନ ନଦୀବନ୍ଧ ବୁଲି ଦେଖିବା ସହ ଲୋକଙ୍କ ସମସ୍ୟା ବୁଝିଛନ୍ତି। ସେ ପ୍ରଥମେ ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦାଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ। ୫-ଟି ରୂପାନ୍ତରଣ, ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ଜରିଆରେ ଭଦ୍ରକ ଜିଲାର ବିକାଶକୁ ତ୍ୱରାନ୍ବିତ କରାଯାଉଥିବା ସେ କହିଥିଲେ। ବିରିଡ଼ି ରେଳଧାରଣାଠାରୁ ତିନିତର ଘାଟ ପର୍ଯ୍ୟନ୍ତ ବୈତରଣୀର ବାମପାଖ, କୋଚିଳାର ଉଭୟ ପାଖ ବନ୍ଧର ସୁଦୃଢ଼ୀକରଣ ଏବଂ ପକ୍କାରାସ୍ତା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ସେ ଘୋଷଣା କରିଥିଲେ। ଆଖୁଆପଦାଠାରୁ ତିନିତର ଘାଟ ପର୍ଯ୍ୟନ୍ତ ଏହି ବନ୍ଧ ସଶକ୍ତ ହେଲେ ବନ୍ୟାପ୍ରବଣ ଭଣ୍ଡାରିପୋଖରୀ, ଧାମନଗର ଓ ଚାନ୍ଦବାଲି ବ୍ଲକରେ ବନ୍ୟା ନିୟନ୍ତ୍ରଣ କରାଯାଇପାରିବ। ବନ୍ଧ ରାସ୍ତା ଦୃଢ ଓ ପ୍ରଶସ୍ତ ହେବା ଦ୍ୱାରା ଅଞ୍ଚଳବାସୀ ବିଶେଷ ଉପକୃତ ହେବେ। ବିରିଡ଼ିଠାରୁ ତିନିତର ଘାଟ ପର୍ଯ୍ୟନ୍ତ ପକ୍କାରାସ୍ତା ନିର୍ମାଣ ନିମନ୍ତେ ୯୬.୩୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ୱାରା ୧୭ ପଞ୍ଚାୟତବାସୀ ଉପକୃତ ହେବେ। ଆନୁମାନିକ ୧ଲକ୍ଷ ୨୦ହଜାର ଲୋକଙ୍କ ପାଇଁ ଏହା ଲାଭଦାୟକ ହେବ। ଆଖୁଆପଦାରୁ ତିନିତର ଘାଟ ପର୍ଯ୍ୟନ୍ତ ସଡ଼କ ପଥରେ ଯାତ୍ରା ଲାଗି ୩ଘଣ୍ଟାର ସମୟ ୨ଘଣ୍ଟାକୁ ହ୍ରାସ ପାଇବ। ଯାଜପୁର ମେଡିକାଲ କଲେଜ ଓ ବଜାର ଅଞ୍ଚଳକୁ ଯିବା ପାଇଁ ସହଜ ହେବ। ବିରିଡ଼ି ରେଳଧାରଣାଠାରୁ ତିନିତର ଘାଟ ପର୍ଯ୍ୟନ୍ତ ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ୫୩.୮୭ କୋଟି ଟଙ୍କା ମଞ୍ଜୁର ହୋଇଥିବା ନେଇ ସେ ପ୍ରକାଶ କରି ଏହାଦ୍ୱାରା ବନ୍ୟା ନିୟନ୍ତ୍ରଣ ହେବା ସହ ବାମପାଖ ବନ୍ଧ ସୁଦୃଢ଼ ହେବ ବୋଲି କହିଥିଲେ। ୪୮୦ କୋଟି ଟଙ୍କାରେ ନିର୍ମାଣ ହେଉଥିବା ବୈତରଣୀ-ବୁଢ଼ା ଆନ୍ତଃନଦୀ ଜଳ ସଂରକ୍ଷଣ ପ୍ରକଳ୍ପ ଦ୍ବାରା ଉଭୟ ଭଦ୍ରକ ଓ ଯାଜପୁର ଜିଲାର ଲୋକେ ଉପକୃତ ହେବେ ବୋଲି ସେ ପ୍ରକାଶ କରିଥିଲେ। ଆଖୁଆପଦାଠାରେ ୫୦ ହଜାର ଏକର ଜମିରେ ଜଳସେଚନ ବ୍ୟବସ୍ଥା କରାଯାଇଛି। ଭଣ୍ଡାରିପୋଖରୀ ପାଇଁ ୭୨୦ କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। ୮ ମାସ ମଧ୍ୟରେ ୨୨୭ଟି ଦାବିରୁ ୧୯୦ଟି ପୂରଣ କରାଯାଇଛି। ୬୫୦ ଏକରରେ ମତ୍ସ୍ୟ ଚାଷ ପାଇଁ ଯୋଜନା ରହିଛି। କେନ୍ଦୁଆପଦା ଓଭରବ୍ରିଜ ପାଇଁ ୬୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ୨୦୧କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କୋଚିଳା ଆନ୍ତଃ ନଦୀ ଜଳ ସଂରକ୍ଷଣ ପ୍ରକଳ୍ପ ଦ୍ୱାରା ଭଦ୍ରକ ଓ ଯାଜପୁର ଜିଲାର ଲୋକେ ଉପକୃତ ହେବେ। ଏହାଦ୍ୱାରା ପ୍ରାୟ ୨ଲକ୍ଷ ଲୋକ ପାନୀୟ ଜଳ ସୁବିଧା ପାଇବେ। ଜଳଭଣ୍ଡାର ମତ୍ସ୍ୟ ସମ୍ପଦ ବିକାଶରେ ବିନିଯୋଗ ହୋଇପାରିବ। ବାଲିପୋଖରୀ, କଣ୍ଟି ଏସ୍‌କେପ ପରିଦର୍ଶନ କରିଥିଲେ।
୫-ଟି ଅଧ୍ୟକ୍ଷ ପାଣ୍ଡିଆନ ବୈତରଣୀ ନଦୀବନ୍ଧରେ ଯାଇ ଧାମନଗର ବ୍ଲକର ଆନନ୍ଦପୁରଠାରେ ଅପରାହ୍ନ ୨ଟା ୧୦ରେ ପହଞ୍ଚତ୍ଥିଲେ। ସ୍ଥାନୀୟ ଗ୍ରାମବାସୀ, ମହିଳା ଓ ଆନନ୍ଦପୁର ସ୍ପୋର୍ଟସ ଆସୋସିଏଶନ ପକ୍ଷରୁ ଆନନ୍ଦପୁର ଖେଳପଡ଼ିଆକୁ ମିନିଷ୍ଟାଡିୟମ ସହ ଖୋ ଖୋ ହବ୍‌ ନିର୍ମାଣ, ବୈତରଣୀର ଉତ୍ତରବାହିନୀ ପାର୍ଶ୍ୱ ପଠାକୁ ପଥରପ୍ୟାକିଂ, ରାସ୍ତା, ବ୍ରିଜ ନିର୍ମାଣ ପାଇଁ ଦାବି ଉପସ୍ଥାପନ କରାଯାଇଥିଲା। ପରେ ୫-ଟି ଅଧ୍ୟକ୍ଷ ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ପଞ୍ଚାୟତରୁ ବାଇକ୍‌ ଚଳାଇ ବୈତରଣୀ ନଦୀବନ୍ଧ ଓ ଏସ୍‌କେପ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ବୈତରଣୀ ନଦୀର ବାମପାର୍ଶ୍ୱ ନଦୀବନ୍ଧ ଏମ୍ବାକମେଣ୍ଟ ସହ ମଲ୍ଲୀମାହାରା ଓ ଗୌରାଙ୍ଗପୁର ଏସ୍‌କେପ ପରିଦର୍ଶନ କରିଥିଲେ। ବୈତରଣୀ ନଦୀର ଉପରମୁଣ୍ଡ ଆଖୁଆପଦାଠାରେ ବନ୍ୟା ଜଳ କେତେ ହେଲେ ଦୁଇ ଏସ୍‌କେପ ଦେଇ ବନ୍ୟା ଜଳ ନିଷ୍କାସନ ହୁଏ, ଏସ୍‌କେପ କାର୍ଯ୍ୟ ଏବଂ କେତେକ ବୈଷୟିକ ସମସ୍ୟା ସମ୍ପର୍କରେ ଜଳ ସମ୍ପଦ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ କୋଚିଳା ନଦୀରେ ପ୍ରସ୍ତାବିତ ବ୍ୟାରେଜ୍‌ ସ୍ଥାନକୁ ଯାଇ କାର୍ଯ୍ୟ ଓ ସ୍ଥିତି ପରଖିଥିଲେ। ଏହାପରେ ଧାମନଗର ବ୍ଲକର ପାଳସାହି ଇନ୍ଦିରାଗାନ୍ଧୀ ସ୍ମୃତି ବିଜ୍ଞାନ ଓ ବୈଷୟିକ ଡିଗ୍ରୀ ମହାବିଦ୍ୟାଳୟ ନିକଟସ୍ଥ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ସେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆର୍ଥିକ ସହାୟତା ବାବଦ ବିଭିନ୍ନ ଭତ୍ତା ବୃଦ୍ଧି, ଛାତ୍ର ବୃତ୍ତି, ମମତା ଯୋଜନାରେ ଟଙ୍କା ବୃଦ୍ଧି ବିଷୟରେ ଜଣାଇଥିଲେ। ଦୁଇ ସାଧାରଣ ସଭାରେ ଉପସ୍ଥିତ ଜନସାଧାରଣଙ୍କଠାରୁ ଦରଖାସ୍ତ ଗ୍ରହଣ କରିଥିଲେ। ପୂର୍ବରୁ ଭଣ୍ଡାରିପୋଖରୀ ଏବଂ ଧାମନଗର ଆସିଥିବା ସମୟରେ ଗ୍ରହଣ କରିଥିବା ଦରଖାସ୍ତଗୁଡ଼ିକ ମଧ୍ୟରୁ ବହୁ ସଂଖ୍ୟାରେ ସମାଧାନ କରାଯାଇଥିବା କହିଥିଲେ। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଜେଡି ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବିଜେଡି ଜିଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସ ବର୍ମା, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଏସ୍‌ପି ବରୁଣ ଗୁଣ୍ଟୁପାଲି, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଡା. ସଞ୍ଜୟ ଦାସ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ

ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ...

ସବୁଜ ଆମୋନିଆ ପ୍ଲାଣ୍ଟ ନିର୍ମାଣ ସ୍ଥାନ ଦେଖିଲା ଜିଲା ପ୍ରଶାସନ

ମହାକାଳପଡ଼ା, ୯ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ସ୍ବାଧୀନତା ପରେ ଛୁଞ୍ଚତ୍ କାରଖାନାଟିଏ ନାହିଁ। ୨୪ବର୍ଷ ଶାସନ ବିଜେଡି ଅମଳରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବା ପୂର୍ବରୁ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ଶାହିଦ ଆଫ୍ରିଦି, ରୋହିତ ଏବଂ ବିରାଟଙ୍କ ବିଷୟରେ କହିଲେ ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୯।୧୨: ପୂର୍ବତନ ପାକିସ୍ତାନୀ ଅଧିନାୟକ ଶାହିଦ ଆଫ୍ରିଦି ପୁଣି ଥରେ ଭାରତୀୟ କ୍ରିକେଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏଥର ସେ ଟିମ ଇଣ୍ଡିଆର...

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ମୁନିର

ଇସଲାମାବାଦ,୯।୧୨: ପାକିସ୍ତାନ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF), ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର କହିଛନ୍ତି ଯେ ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ ଏବଂ କାହାକୁ...

ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜ୍‌: ଶାଳ ପତ୍ର ବ୍ୟବହାର ପାଇଁ ସଂକଳ୍ପ

ଦାରିଙ୍ଗବାଡି, ୯/୧୨(ଅରୁଣ ସାହୁ):ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । ଅଞ୍ଚଳରେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପର୍ଯ୍ୟଟନ କ୍ଷେତ୍ରର ପରିବେଶ...

ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳାଙ୍କ ଚାଲିଗଲା ଜୀବନ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିଜନିତ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri