ପାଣ୍ଡେଙ୍କ ସେନା

ସ୍ଥଳସେନାର ଉପମୁଖ୍ୟ ଥିବା ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ୧୮ ଏପ୍ରିଲ ୨୦୨୨ରେ ଭାରତୀୟ ସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସେନା ମୁଖ୍ୟ ଥିବା ମନୋଜ ମୁକୁନ୍ଦ ନରଓ୍ବଣେ ଏପ୍ରିଲ ୩୦ରେ ଅବସର ନେବା ପରେ ପାଣ୍ଡେ ସେହି ପଦବୀରେ ଅବସ୍ଥାପିତ ହେବେ। ପାଣ୍ଡେଙ୍କ ବିଶେଷତ୍ୱ ହେଉଛି ଇଞ୍ଜିନିୟରିଂ କର୍‌ର ସଦସ୍ୟ ହୋଇଥିବା ସତ୍ତ୍ୱେ ତାଙ୍କୁ ସେନା ମୁଖ୍ୟ ହେବାର ସୁଯୋଗ ମିଳିଛି। ଅଦ୍ୟାବଧି ଇନ୍‌ଫାଣ୍ଟ୍ରି ବା ପଦାତିକ ବାହିନୀ, ଆର୍ଟିଲେରି ବା କମାଣ ବାହିନୀ ଏବଂ ଆର୍ମୋଡ ବା ସାଞ୍ଜୁ ବାହିନୀରୁ ଭାରତର ଆର୍ମି ଚିଫ୍‌ମାନେ ଆସିଛନ୍ତି। କର୍‌ ଅଫ୍‌ ଇଞ୍ଜିନିୟର୍ସରୁ ପାଣ୍ଡେଙ୍କୁ ଅଣାଯିବା ଆଧୁନିକ ଯୁଦ୍ଧ ପାଇଁ ଫଳପ୍ରଦ ହେବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, କର୍‌ ଅଫ୍‌ ଇଞ୍ଜିନିୟର୍ସ ହେଉଛି ଯୁଦ୍ଧକୁ ସମର୍ଥନ କରୁଥିବା ଏକ ଅଙ୍ଗ। ୨୦୦୧ ଡିସେମ୍ବରରେ ପାର୍ଲାମେଣ୍ଟ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ସେନାର ‘ଅପରେଶନ ପରାକ୍ରମ’ରେ ପାଣ୍ଡେ ଇଞ୍ଜିନିୟର ରେଜିମେଣ୍ଟର ନେତୃତ୍ୱ ନେଇଥିଲେ। ପୂର୍ବାଞ୍ଚଳ କମାଣ୍ଡ୍‌ ଦାୟିତ୍ୱ ନେବା ପୂର୍ବରୁ ପାଣ୍ଡେ ଆଣ୍ଡାମାନ ନିକୋବର କମାଣ୍ଡ୍‌ର କମାଣ୍ଡର-ଇନ୍‌-ଚିଫ୍‌ ଥିଲେ।
ଆଜିର ଯୁଦ୍ଧରେ ପ୍ରଯୁକ୍ତି ଓ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗ କରାଯାଇ ଶତ୍ରୁପକ୍ଷକୁ ପରାସ୍ତ କରିବାର ରଣକୌଶଳ ଅଧିକ ଗୁରୁତ୍ୱ ଧାରଣ କରୁଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଏହା ଦେଖାଇ ଦେଇସାରିଲାଣି। ଅର୍ଥାତ୍‌ ପୂର୍ବଭଳି ଅସଂଖ୍ୟ ଗୋଳାବାରୁଦ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବାରମ୍ବାର ବୋହିବାକୁ ପଡ଼ୁନାହିଁ। ଯେଉଁ ଅଞ୍ଚଳ କିମ୍ବା ନିର୍ଦ୍ଦିଷ୍ଟ ବିନ୍ଦୁରେ କ୍ଷତି କରିବାର ଅଛି ତାହାକୁ ନିଶାଣ ବା ଟାର୍ଗେଟ କରାଯାଇ ସେହି ଅନୁଯାୟୀ ପ୍ରଯୁକ୍ତିକୁ ଉପଯୋଗ କରାଯାଇପାରୁଛି। ହେଲେ ଭାରତ ସେଭଳି ସ୍ତରରେ ପହଞ୍ଚତ୍ପାରି ନ ଥିବାରୁ ଅତ୍ୟାଧୁନିକ ଯୁଦ୍ଧ କରିବା ତା’ ପାଇଁ କଷ୍ଟକର ହୋଇପଡ଼ିବ। ଏମିତି ଦେଖିଲେ ପୂର୍ବରୁ ପ୍ରକାଶିତ କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ (ସିଏଜି) ରିପୋର୍ଟ ଅନୁଯାୟୀ ଭାରତ ଯଦି କୌଣସି ମୁହୂର୍ତ୍ତରେ କାହା ସହ ଯୁଦ୍ଧ କରେ ତେବେ ଲଢ଼େଇ ମାତ୍ର ୧୦ ଦିନ ଯାଏ ଯାଇପାରିବ। ଏହାର ଅର୍ଥ ହେଉଛି ଭାରତର ଯୁଦ୍ଧ ଶକ୍ତିକୁ କେବଳ ମାତ୍ର ସେନାର ଦକ୍ଷତା ଓ ଯୁଦ୍ଧାସ୍ତ୍ରକୁ ନେଇ ଆକଳନ କରାଯାଉଛି। କିନ୍ତୁ ଆଧୁନିକ ଯୁଦ୍ଧରେ ୟୁକ୍ରେନ୍‌ବାସୀ ପ୍ରମାଣ କରିଦେଇଛନ୍ତି ଯେ, ପ୍ରତ୍ୟେକ ନାଗରିକ ଯୁଦ୍ଧରେ ଭାଗ ନେଇପାରିବେ। ଏପରି ସ୍ଥଳେ ଭାରତକୁ ଟେକ୍ନୋଲୋଜି ଓ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବ୍ୟବହାର କରି ପ୍ରସ୍ତୁତ ହେବାକୁ ପଡ଼ିବ। ଲ୍ୟୁଟ୍‌ନାଣ୍ଟ ଜେନେରାଲ ପାଣ୍ଡେ ଇଞ୍ଜିନିୟରିଂ କ୍ଷେତ୍ରରୁ ଆସିଥିବାରୁ ସେ ତାଙ୍କ ୧୩ ଲକ୍ଷ ବିଶିଷ୍ଟ ଭାରତୀୟ ସେନାକୁ କେଉଁଭଳି ଭାବେ ମାର୍ଗଦର୍ଶନ କରିବେ ତାହା ଦେଖିବାକୁ ବାକି ଅଛି। ବାସ୍ତବରେ ଯେଉଁମାନେ ପଦାତିକ, କମାଣ କିମ୍ବା ସାଞ୍ଜୁ ବାହିନୀରୁ ଆସିଥାଆନ୍ତି ସେମାନେ ସିଧାସଳଖ ଯୁଦ୍ଧରେ ଉତ୍ତମ ପ୍ରଦର୍ଶନ କରିପାରନ୍ତି ବୋଲି ସାଧାରଣରେ ଧାରଣା ରହିଛି। କର୍‌ ଅଫ୍‌ ଇଞ୍ଜିନିୟର୍ସରୁ ଆସିଥିବା ବ୍ୟକ୍ତି ବ୍ରିଜ୍‌ ନିର୍ମାଣ ସହ ଅନ୍ୟାନ୍ୟ ଭିତ୍ତିଭୂମି ଉନ୍ନତିରେ ସହାୟକ ହେବା ସହିତ ସୀମାନ୍ତରେ ଯୋଗାଯୋଗକୁ ସୁଦୃଢ଼ କରିଥାଆନ୍ତି। କିନ୍ତୁ ସିଧାସଳଖ ଲଢ଼େଇରେ ସେମାନଙ୍କ ଯୋଗଦାନ ନ ଥିବାରୁ ତନ୍ମଧ୍ୟରୁ ବାହାରୁଥିବା ବରିଷ୍ଠ ଅଫିସର କେତେ ଦକ୍ଷତାର ସହିତ ଯୁଦ୍ଧ ପରିଚାଳନାର ଯୋଜନା କରି ତାହାକୁ କାର୍ଯ୍ୟକାରୀ କରାଇପାରିବେ, ଏବେ କହିବା ହୁଏତ କାହାରି ପାଇଁ ସମ୍ଭବପର ହେବ ନାହିଁ।
ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ୫୬ ଦିନରେ ପହଞ୍ଚତ୍ଲାଣି। ଯେବେ ଯୁଦ୍ଧ ଆରମ୍ଭ ହୋଇଥିଲା ବିଶ୍ୱବାସୀ ଧରି ନେଇଥିଲେ ଯେ ଶକ୍ତିଶାଳୀ ରୁଷିଆ ଆଗରେ ତିଷ୍ଠି ନ ପାରି ୟୁକ୍ରେନ୍‌ ୭ ଦିନରେ ଆତ୍ମସମର୍ପଣ କରିଦେବ। କିନ୍ତୁ ସେହି ଅନୁମାନ ଭୁଲ ପ୍ରମାଣିତ ହେଲା। ପ୍ରଯୁକ୍ତି କ୍ଷେତ୍ରରେ ରୁଷିଆ ଓ ୟୁକ୍ରେନ୍‌ ଉଭୟ ଶକ୍ତିଶାଳୀ ଥିବାରୁ କେହି ପଛକୁ ଘୁଞ୍ଚୁ ନାହାନ୍ତି। ଅବଶ୍ୟ ଇତିମଧ୍ୟରେ ଆମେରିକା ସମେତ କେତେକ ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନ୍‌କୁ ସହଯୋଗ କରୁଥିବାରୁ ମସ୍କୋ ଭିତରେ ମଧ୍ୟ ଛନକା ପଶିଛି। ତେଣୁ ଭାରତୀୟ ସଶସ୍ତ୍ର ବାହିନୀକୁ ଶକ୍ତିଶାଳୀ କରିବା ସହିତ ପ୍ରତ୍ୟେକଙ୍କୁ ପ୍ରଯୁକ୍ତିଅନୁକୂଳ ହେବାକୁ ପଡ଼ିବ। ପାଣ୍ଡେ କର୍‌ ଅଫ୍‌ ଇଞ୍ଜିନିୟର୍ସରୁ ଆସିବା ସହିତ ଦୁଇଟି କମାଣ୍ଡ୍‌ର ନେତୃତ୍ୱ ନେଇଥିବାରୁ ଯୁଦ୍ଧକ୍ଷେତ୍ରରେ ଉତ୍ତମ ମିଶ୍ରଣ ଆଣିପାରିଲେ ହୁଏତ ଭାରତୀୟ ସେନା ଆଗକୁ ଭଲ ପ୍ରଦର୍ଶନ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri