୬୯ ବର୍ଷ ହେଲା ଭଡ଼ାଘରେ ପଞ୍ଚାୟତ କାର୍ଯ୍ୟାଳୟ

ଲାଞ୍ଜିଗଡ଼,୩୧।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ୬୯ ବର୍ଷ ହେଲା ଭଡ଼ାଘରେ ଚାଲିଛି। ଆଜିପର୍ଯ୍ୟନ୍ତ ପଞ୍ଚାୟତର ନିଜସ୍ବ ଘର ନ ଥିବାରୁ ଲାଞ୍ଜିଗଡ଼ ସମବାୟ ସମିତି ଅଫିସ କାର୍ଯ୍ୟାଳୟରେ ଚାଲୁଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ୧୯୫୬ ଜୁନ ୩୦ରେ ପଞ୍ଚାୟତ କାର୍ଯ୍ୟାଳୟ ଲାଞ୍ଜିଗଡବାସୀ ଅସ୍ଥାୟୀ ଭାବେ ସର୍ବପ୍ରଥମେ ଯୁଜେଷ୍ଟିର ପୂଜାରୀଙ୍କୁ ଲାଞ୍ଜିଗଡ ସରପଞ୍ଚ ଭାବେ ମନୋନୀତ କରିଥିଲେ। ଇତି ମଧ୍ୟରେ ୬୯ ବର୍ଷ ବିତିଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ୨୨ ସରପଞ୍ଚ ଆସି ଚାଲି ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ପଞ୍ଚାୟତ ଗୃହ ନିର୍ମାଣ ନ ହେବା ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ଲାଞ୍ଜିଗଡବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ରାଜ୍ୟ ସରକାର ଜିଲାର ବିଭିନ୍ନ ସ୍ଥାନରେ ପଞ୍ଚାୟତ ଅଫିସ ପାଇଁ ନୂତନ କୋଠା ନିର୍ମାଣ କରୁଥିଲେ ମଧ୍ୟ ବ୍ଲକ ପ୍ରଶାସନର ଲାଞ୍ଜିଗଡ଼ ପ୍ରତି ଅଣଦେଖା କରାଯିବାକୁ ଲୋକେ ନାପସନ୍ଦ କରିଛନ୍ତି। ପଞ୍ଚାୟତର ନିଜସ୍ବ ଗୃହ ନ ଥିବାରୁ ଏହି ଅସ୍ଥାୟୀ ପଞ୍ଚାୟତରେ ବୈଠକ ମଧ୍ୟ ହୋଇପାରୁନାହିଁ। ଫଳରେ ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ବିଭାଗ କର୍ମଚାରୀ ଆସି ଘଣ୍ଟା ଘଣ୍ଟା ଠିଆ ହୋଇ ରହିଥାନ୍ତି। ଏହି ଗୃହକୁ ୬୯ ବର୍ଷ ବିତିଯାଇଥିବା ବେଳେ ଏହା ଭଙ୍ଗା ଦଦରା ହୋଇ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଲାଞ୍ଜିଗଡ ନାମରେ ରହିଥିବା ଆଦର୍ଶ ସ୍କୁଲ, ବ୍ଲକ ଅଫିସ, ତହସିଲ ଅଫିସକୁ ରାଜନେତାମାନେ ଚାପ ପ୍ରୟୋଗ କରି ବିଶ୍ୱନାଥପୁରଠାରେ ବର୍ତ୍ତମାନ କାର୍ଯ୍ୟ ଚାଲୁଥିବା ବେଳେ ଏକ ଶିଳ୍ପାଞ୍ଚଳ ଲାଞ୍ଜିଗଡଠାରେ ପଞ୍ଚାୟତ ଅଫିସ ଘରଟିଏ ହୋଇପାରୁନାହିଁ। ଫଳରେ ବିଭିନ୍ନ ଉନ୍ନତିମୂଳକ କାମ ହୋଇପାରୁନାହିଁ। ପଞ୍ଚାୟତ କାର୍ଯ୍ୟାଳୟର ଅତିଶୀଘ୍ର ଏହାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ଭଡାରେ ଚାଲୁଥିବା ନେଇ ଲାଞ୍ଜିଗଡ଼ ସମବାୟ ସମିତି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଆମେ ପଞ୍ଚାୟତ ଅଫିସ ପାଇଁ ଘର ଦେଇଛୁ, କିନ୍ତୁ ସେମାନଙ୍କଠାରୁ କୌଣସି ଭଡା ନିଆଯାଉନାହିଁ। ପଞ୍ଚାୟତ ଘର ନିର୍ମାଣ ହେଲେ ଆମେ ସମବାୟ ସମିତିର ଏହି ଗୃହ ଛାଡ଼ିଦେବୁ ବୋଲି ପଞ୍ଚାୟତ କର୍ତ୍ତୃପକ୍ଷ କହିଛନ୍ତି ବୋଲି ସମବାୟ ସମିତି କର୍ମଚାରୀମାନେ ପ୍ରକାଶ କରିଛନ୍ତି। ଯେଉଁଠାରେ ପଞ୍ଚାୟତ ଅଫିସ ଚାଲିଛି ସେହି ଗୃହରେ ମଧ୍ୟ ପାଚିରୀ ଭାଙ୍ଗି ଯାଇଥିବା ବେଳେ ଗେଟ ମଧ୍ୟ ନାହିଁ। ଫଳରେ ଗୋରୁ ଗାଈ ସହିତ ରାତିରେ ମଦୁଆଙ୍କ ଆଡ୍ଡାସ୍ଥଳି ପାଲଟି ଥିବାବେଳେ ମଦ ବୋତଲ ସହିତ ଅଳିଆ ଆବର୍ଜନାରେ ଅଫିସ ଚାରି ପାର୍ଶ୍ୱ ଭରି ରହିଥିବା ଦେଖିବାକୁ ମିଳିଛି। ପଞ୍ଚାୟତ କାର୍ଯ୍ୟାଳୟ କେବେ ହେବ ତାହାର ନିର୍ଦ୍ଦିଷ୍ଟ ସୂଚନା ମିଳି ପାରିନାହିଁ। ଏହାକୁ ନେଇ ଅତିଶୀଘ୍ର ଲାଞ୍ଜିଗଡ ପଞ୍ଚାୟତବାସୀ ରାଜରାସ୍ତାକୁ ଓଲାଇବୁ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଭାରତୀୟ ଭାବେ ଏହି ଟ୍ରଫି ଜିତି ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୮।୮:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ସେଣ୍ଟ ଲୁଇସରେ ଗ୍ରାଣ୍ଡ ଚେସ ଟୁର୍‌ ଟାଇଟଲ ଜିତି ଇତିହାସ ରଚିଛନ୍ତି। ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଚେସ ଖେଳାଳି…

‘୧୦୦ ପୁରୁଷଙ୍କ ସାମ୍ନାରେ ଖୋଲିବାକୁ ପଡିଥିଲା ପୋଷାକ’, ଅଭିନେତ୍ରୀଙ୍କ ଚମକାଇଦେବା ଭଳି ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର…

ଭିସା ରିଜେକ୍ଟ ହେବାରୁ ବଞ୍ଚିଗଲା ଜୀବନ! ନେପାଳ ବନ୍ୟାର ଭୟାବହତାରୁ ଅଳ୍ପକେ ରକ୍ଷା ପାଇଲେ ଏହି ମହିଳା

କୋଲକାତା,୨୮।୮(ପି.ଟି.): ମନ ଚାହୁଁଥିବା କଥା ପୂରଣ ହୋଇ ନ ପାରିଲେ ଦୁଃଖ ଲାଗିଥାଏ। ହେଲେ ବେଳେ ବେଳେ ତାହା ପରବର୍ତ୍ତୀ ସମୟରେ ମଙ୍ଗଳ ଘଟାଇଥାଏ। ଏଭଳି ଏକ…

ଯାହା ଚାହିଁବ ତାହା ମିଳିବ… ନେପାଳ ପାଇଁ ହୃଦୟ ଖୋଲିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୮।୮: ନେପାଳ-ଚାଇନା ସୀମାବର୍ତ୍ତୀ ଅଞ୍ଚଳରେ ହଠାତ୍‌ ଏବଂ ଭୟଙ୍କର ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଆମେରିକା ନେପାଳକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଛି। ଆମେରିକାର…

‘ମୁଁ ପୁରା ପରିଶ୍ରମ କରୁଛି…’, ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍ ନେଇ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୮।୮: ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତକୁ ଚାମ୍ପିୟନ କରିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପରବର୍ତ୍ତୀ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯିବା ନେଇ କ୍ରିକେଟ୍‌ ଜଗତରେ ଚର୍ଚ୍ଚା ଜୋର…

ମହାରାଷ୍ଟ୍ର ସରକାରରେ ପୁଣି ଫାଟ: ଶିବସେନା ମନ୍ତ୍ରୀଙ୍କୁ ଅଣଦେଖା

ପୁଣେ,୨୮।୮: ମହାରାଷ୍ଟ୍ରର ଶାସକ ମହାୟୁତି ମେଣ୍ଟ ଭିତରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ବିଶେଷକରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ଏକନାଥ ଶିନ୍ଦେ ଗୋଷ୍ଠୀ ମଧ୍ୟରେ ବିବାଦ…

ମୋଦି ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ! ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇପାରନ୍ତି…

ନୂଆଦିଲ୍ଲୀ,୨୮ା୮: ଭାଜପାର ନୂଆ ଟିମ୍ ପ୍ରସ୍ତୁତ ହେବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରୀୟ କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି । ସୂତ୍ର…

ଡାକ୍ତରୀ ମିଶନ ପାଇଁ ଆସିବେ ‘ସାଇବର୍ଗ କକ୍‌ରୋଚ୍‌’

ସିଡ୍‌ନୀ,୨୮।୮(ରଏଟର୍ସ): ଭୂକମ୍ପ କିମ୍ବା ବଡ଼ଧରଣର ବିପର୍ଯ୍ୟୟ ସମୟରେ କୋଠାବାଡ଼ି ଓ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆହତ ଲୋକଙ୍କ ପାଖରେ ଜରୁରୀ ଔଷଧ ପହଞ୍ଚାଇବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri