ଆନ୍ଧ୍ର ପକ୍ଷରୁ ଓଡ଼ିଶାରେ ୩ ଗ୍ରାମକୁ ନେଇ ପଞ୍ଚାୟତ ନିର୍ବାଚନ: ୨ ସରପଞ୍ଚ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ପଟ୍ଟାଙ୍ଗୀ,୯ା୨: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ୩ଟି ଗ୍ରାମକୁ ନେଇ ଆନ୍ଧ୍ର ସରକାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରୁଛନ୍ତି। ଏଥିପାଇଁ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ତେବେ ଦୁଇଟି ପଞ୍ଚାୟତରେ ସରପଞ୍ଚଠାରୁ ଆରମ୍ଭ କରି ଓ୍ବାର୍ଡମେମ୍ବର ପର୍ଯ୍ୟନ୍ତ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆନ୍ଧ୍ର ସରକାର କୋଟିଆ ପଞ୍ଚାୟତର ଗଞ୍ଜେଇ ପଦର ଗ୍ରାମର ନାଁ ପରିବର୍ତ୍ତନ କରି ଗଞ୍ଜେଇ ଭାଦ୍ରା ପଞ୍ଚାୟତ କରିଥିଲେ। ଏଠାରେ ସରପଞ୍ଚ ଭାବେ ଡମ୍ବୁ ଗେମେଲ, ବିଶୁ ଗେମେଲ ଓ ଦିବାକର ଗେମେଲ ନାମାଙ୍କନପତ୍ର ଦାଖଲ କରିଥିଲେ। ତେବେ ଡମ୍ବୁ ଏବଂ ବିଶୁ ନାମାଙ୍କନପତ୍ର ପ୍ରତ୍ୟାହାର କରି ନେବାରୁ ଦିବାକର ଗେମେଲ ନିର୍ଦ୍ୱନ୍ଦ୍ୱରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। ସେହିପରି ଫଗୁଣସିନେରି ଗ୍ରାମକୁ ଆନ୍ଧ୍ର ପଟୁଗୁ ଚେନୁରୁ ନାମରେ ନାମିତ କରି ସରପଞ୍ଚ ପାଇଁ ନିର୍ବାଚନ କରୁଛି। ଉକ୍ତ ପଞ୍ଚାୟତ ପାଇଁ ଜଣେ ମାତ୍ର ସରପଞ୍ଚ ପ୍ରାର୍ଥତ୍ ଭାବେ ବେତୁରୁ ହାରେକାଙ୍କ ସ୍ତ୍ରୀ କୁନେଟି କୁସୁଆମ୍ମା ନାମାଙ୍କନପତ୍ର ଦାଖଲ କରିଥିଲେ। ସେ ଜଣେ ମାତ୍ର ପ୍ରାର୍ଥୀ ହୋଇଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜଣାପଡିଛି ।
ଅନ୍ୟପକ୍ଷରେ ଫାଟୁସିନେରି ଗ୍ରାମକୁ ଆନ୍ଧ୍ର ପଟୁଚେନୁରୁ ନାମରେ ନାମିତ କରି ପଞ୍ଚାୟତ ଭାବେ ଘୋଷଣା କରି ଏଠାରେ ମଧ୍ୟ ସରପଞ୍ଚ ପାଇଁ ନିର୍ବାଚନ କରୁଛି। ଉକ୍ତ ପଞ୍ଚାୟତରେ ୩ଜଣ ପ୍ରାର୍ଥୀ କାମି ହିମିରିକା, ଆନ୍ଧ୍ରର ଡି. ବେଲଗାବାଲସା ଗ୍ରାମର କୋଣ୍ଡାପାଲି ପାଇଡି ତାଲିଆମ୍ମା ଏବଂ ଓଡ଼ିଶାର ଫାଟୁସିନେରି ଗ୍ରାମର ସିଧାରାପୋ କାମି ନାମାଙ୍କନପତ୍ର ଦାଖଲ କରିଛନ୍ତି। କାମି ହିମିରିକା ନିଜ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରି ନେଇଥିବା ବେଳେ ଅନ୍ୟ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହେବ ବୋଲି ଜଣାପଡିଛି। ସୂଚନା ଯୋଗ୍ୟ, ନିର୍ବାଚନ ହେବାକୁ ଥିବା ଫାଟୁସିନେରି ତଥା ଫଟୁଚେନୁରୁ ପଞ୍ଚାୟତ ଅଧୀନରେ ୮ଟି ଓ୍ବାର୍ଡ ରହିଛି। ଏହାର ୩୨ଟି ଗ୍ରାମରେ ୧୦୧୭ ଭୋଟର ଅଛନ୍ତି। ଭୋଟରମାନେ ୧୩ରେ ହେଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନ କରିବେ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି । ସୋମବାର ସନ୍ଧ୍ୟାରେ ଆନ୍ଧ୍ର ଉପ ଜିଲାପାଳ ବିଜୟ ଖେର, ସାଲୁର ତହସିଲଦାର କେ. ଶ୍ରୀବାସ ରାଓ କୋଟିଆ ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ସ୍ଥାନରେ ଚଢ଼ାଉ: ୧୪ ଗାଡି ଜବତ, ୩୧ ହଜାର ଜରିମାନା ଆଦାୟ

ଭଣ୍ଡାରିପୋଖରୀ,୮।୪(ଡି.ଏନ୍‌.ଏ): କରୋନା (କୋଭିଡ-୧୯)ର ମୁକାବିଲା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ ଠାରୁ ଆରମ୍ଭକରି ସଟ୍‌ଡାଉନ୍‌ ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି।...

ନୀଳ ବିପ୍ଳବ ଯୋଜନାରେ ୨୪ ଜଣଙ୍କୁ ମିଳିଲା ସହାୟତା

ନୟାଗଡ଼ ଅଫିସ,୧।୧୨- ନୟାଗଡ଼ ଜିଲା ମତ୍ସ୍ୟ ବିଭାଗ ପକ୍ଷରୁ ନୀଳ ବିପ୍ଲବ ଯୋଜନାରେ ୨୪ ଜଣ ହିତାଧିକାରୀଙ୍କୁ ଶନିବାର ଲୁନା (ମୋପେଡ଼), ମାଛ ରଖିବା ପାଇଁ...

ଉଜୁଡୁଛି କୁସୁମୀ କାଜୁ ବଗିଚା

ଖଣ୍ଡପଡ଼ା,୧୯।୧(ସ୍ବ.ପ୍ର.) – ସ୍ଥାନୀୟ କୁସୁମୀ ନଦୀ ପଠାରୁ ବନ୍ୟା ସମୟରେ ମାଟି କ୍ଷୟ ରୋକିବାକୁ ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହଜାରରୁ ଊର୍ଦ୍ଧ୍ୱ କାଜୁ...

ବିଜେପୁର ଉପନିର୍ବାଚନ ପୂର୍ବରୁ ବ୍ୟବସାୟୀଙ୍କ କାର୍‌ରୁ ୧୯ ଲକ୍ଷ ଜବତ

ବରଗଡ଼ ଅଫିସ,୧୧।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ଆସନ୍ତା ୨୧ ତାରିଖ ଅନୁଷ୍ଠିତ ହେବ। ଉପନିର୍ବାଚନକୁ ଅବାଧ, ନିରପେକ୍ଷ ଭାବେ ଶେଷ କରିବାକୁ ପୋଲିସ ପ୍ରଶାସନ...

ଶ୍ରୀମନ୍ଦିରରେ କୋହଳ ହୋଇପାରେ ନିୟମ

ପୁରୀ ଅଫିସ,୧୪।୨: ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା କୋହଳ ପାଇଁ ପୁରୀ ସହରବାସୀ ଦାବି କରିଛନ୍ତି। ଏଥିସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ ଓ କିଓସ୍କୋ...

ଏଥର ବାଣ ନୁହେଁ, ରଙ୍ଗୋଲିରେ ଦୀପାବଳି ମନାଇଲେ ବସ୍ତିବାସିନ୍ଦା

ଭଞ୍ଜନଗର,୧୪ା୧୧(ଡି.ଏନ୍‌.ଏ.): ଚଳିତବର୍ଷ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ଶନିବାର ଦୀପାବଳି ଅବସରରେ ବସ୍ତି ଅଞ୍ଚଳରେ ରଙ୍ଗୋଲି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଭଞ୍ଜନଗର ଏନ୍‌ଏସି...

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ

ବରଗଡ଼ ଅଫିସ,୧୫।୮ : ବରଗଡ଼ ଜଜ୍‌ ହାଇସ୍କୁଲ ପଡ଼ିଆରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଏଠାରେ ପତାକା ଉତ୍ତୋଳନ କରିବା...

ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩୦ ବସ୍‌

ରାଉରକେଲା ଅଫିସ,୭।୧: ଷ୍ଟିଲସିଟି ରାଉରକେଲାରେ ଆଉ ମାତ୍ର ୬ ଦିନ ପରେ ଆରମ୍ଭ ହେବ ହକି ବିଶ୍ୱକପ୍‌। ଏହି ପରିପ୍ରେକ୍ଷୀରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

Advertisement
Archives

Model This Week