ଆଜିଠୁ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା

ଜଗତ୍‌ସିଂହପୁର ଅଫିସ, ୨୬ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ଘୋଷଣା ଶନିବାରଠାରୁ ଆରମ୍ଭ ହେବ। ଜିଲାର ସମସ୍ତ ବିତରଣ କେନ୍ଦ୍ରରେ ସକାଳ ୮ରୁ ଗଣତି ଆରମ୍ଭ ହେବ। ପ୍ରଥମ ଦିନ ଜିଲାର ୨୬ଟି ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୮ଟି ବ୍ଲକର ସମସ୍ତ ୧ନଂ. ଜୋନ୍‌ର ଫଳ ପ୍ରକାଶ ପାଇବ। ଏହି ଜୋନ୍‌ ଅନ୍ତର୍ଗତ ୬୬ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଲାଗି ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ସେମାନଙ୍କ ମଧ୍ୟରୁ ଏରସମା ୧ନଂ.ର ୬, କୁଜଙ୍ଗ ୧ନଂ. ୯, ଜଗତ୍‌ସିଂହପୁର ୧ନଂ. ୯, ତିର୍ତ୍ତୋଲ ୧ନଂ. ୭, ନାଉଗାଁ ୧ନଂ. ୮, ବାଲିକୁଦା ୧ନଂ. ୭, ବିରିଡ଼ି ୧ନଂ. ୧୧ ଓ ରଘୁନାଥପୁର ୧ନଂ. ଜୋନ୍‌ ମଧ୍ୟରେ ୯ଟି ପଞ୍ଚାୟତ ରହିଛି। ସେହିପରି ୧୧୦୯ ଜଣ ୱାର୍ଡମେମ୍ବରଙ୍କ ଫଳାଫଳ ଘୋଷଣା କରାଯିବ। ଏନେଇ ପ୍ରମୁଖ ରାଜନୈତିକ ଦଳ ଯଥା ବିଜେଡି, କଂଗ୍ରେସ ଓ ଭାଜପା ନେତୃବୃନ୍ଦ ଅଙ୍କକଷା ଜୋର୍‌ଦାର କରିଛନ୍ତି।
ପ୍ରକାଶଯୋଗ୍ୟ, ବାଲିକୁଦା ବ୍ଲକର ୪ ଜିଲା ପରିଷଦ ଜୋନ୍‌ରେ ୧୮ ଜଣ ପ୍ରାର୍ଥୀ ହୋଇଛନ୍ତି। ବ୍ଲକର ୩୦ଟି ପଞ୍ଚାୟତରେ ୧୧୪ ସରପଞ୍ଚ, ୯୮ ସମିତିସଭ୍ୟ ଓ ୯୭୦ ୱାର୍ଡମେମ୍ବର ପ୍ରାର୍ଥୀ ରହିଛନ୍ତି। ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ ୪ ଜିଲା ପରିଷଦ ଜୋନ୍‌ରେ ୧୬ ଜଣ ପ୍ରାର୍ଥୀ ହୋଇଛନ୍ତି। ଏହି ବ୍ଲକର ୩୦ ପଞ୍ଚାୟତରେ ୧୧୫ ସରପଞ୍ଚ, ୯୮ ସମିତିସଭ୍ୟ ଓ ୮୬୮ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ଅଛନ୍ତି। ତିର୍ତ୍ତୋଲ ବ୍ଲକର ୪ଟି ଜିଲା ପରିଷଦ ଜୋନ୍‌ରେ ୧୫ ଜଣ ପ୍ରାର୍ଥୀ ହୋଇଛନ୍ତି। ଏଥିସହ ବ୍ଲକର ୨୯ ପଞ୍ଚାୟତରେ ୯୫ ସମିତିସଭ୍ୟ, ୧୧୬ ସରପଞ୍ଚ ଓ ୮୨୨ ୱାର୍ଡମେମ୍ବର ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ବିରିଡ଼ି ବ୍ଲକର ୨ ଜିଲା ପରିଷଦ ଜୋନ୍‌ ସମେତ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡସଭ୍ୟ ପଦବୀରେ ୬୮୬ ପ୍ରାର୍ଥୀ ରହିଛନ୍ତି। କୁଜଙ୍ଗ ବ୍ଲକ ଅଞ୍ଚଳର ୪ ଜିଲା ପରିଷଦ ଜୋନ୍‌ରେ ୧୩ ଜଣ ପ୍ରାର୍ଥୀ ହୋଇଛନ୍ତି। ଏହି ବ୍ଲକ ଅନ୍ତର୍ଗତ ୨୮ ପଞ୍ଚାୟତରେ ୯୯ ସମିତିସଭ୍ୟ, ୧୧୪ ସରପଞ୍ଚ ଓ ୯୧୨ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି। ରଘୁନାଥପୁର ବ୍ଲକର ୨ ଜିଲା ପରିଷଦ ପାଇଁ ୭ଜଣ ପ୍ରାର୍ଥୀ ହୋଇଛନ୍ତି। ଏହି ବ୍ଲକର ୧୯ ପଞ୍ଚାୟତରେ ୭୧ ସମିତିସଭ୍ୟ, ୯୮ ସରପଞ୍ଚ ଓ ୩୩୭ ଜଣ ୱାର୍ଡସଭ୍ୟ ପ୍ରାର୍ଥୀ ରହିଛନ୍ତି। ନାଉଗାଁ ବ୍ଲକର ୨ ଜିଲା ପରିଷଦ ଆସନ ପାଇଁ ୬ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହୋଇଛି। ବ୍ଲକର ୧୬ଟି ପଞ୍ଚାୟତରେ ୫୦ ସମିତିସଭ୍ୟ, ୬୩ ସରପଞ୍ଚ ଓ ୪୪୫ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ରହିଛନ୍ତି। ଏରସମା ବ୍ଲକର ୪ ଜିଲା ପରିଷଦ ଆସନରେ ୧୮ ପ୍ରାର୍ଥୀ ଅଛନ୍ତି। ଏହି ବ୍ଲକର ୨୫ ପଞ୍ଚାୟତରେ ୭୯ ସମିତିସଭ୍ୟ, ୯୫ ସରପଞ୍ଚ ଓ ୮୦୯ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଶନିବାର ଏହାର ଗଣତି ଆରମ୍ଭ ହେଉଥିବାବେଳେ ପ୍ରାର୍ଥୀ, ନେତା, କର୍ମୀ ଓ ସମ୍ପର୍କୀୟଙ୍କ ମନରେ ଚିନ୍ତା ବଢ଼ିଯାଇଛି। ତେବେ ବିଜୟୀ ଆଶାରେ ଥିବା ପ୍ରାର୍ଥୀମାନଙ୍କ ପକ୍ଷରୁ ଉତ୍ସବ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଫଳାଫଳ ବାହାରିବା ପରେ ହାତୀ କାହା ମୁଣ୍ଡରେ କଳସ ଢାଳୁଛି ତାହା ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri