ଆଜିଠୁ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା

ଜଗତ୍‌ସିଂହପୁର ଅଫିସ, ୨୬ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ଘୋଷଣା ଶନିବାରଠାରୁ ଆରମ୍ଭ ହେବ। ଜିଲାର ସମସ୍ତ ବିତରଣ କେନ୍ଦ୍ରରେ ସକାଳ ୮ରୁ ଗଣତି ଆରମ୍ଭ ହେବ। ପ୍ରଥମ ଦିନ ଜିଲାର ୨୬ଟି ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୮ଟି ବ୍ଲକର ସମସ୍ତ ୧ନଂ. ଜୋନ୍‌ର ଫଳ ପ୍ରକାଶ ପାଇବ। ଏହି ଜୋନ୍‌ ଅନ୍ତର୍ଗତ ୬୬ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଲାଗି ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ସେମାନଙ୍କ ମଧ୍ୟରୁ ଏରସମା ୧ନଂ.ର ୬, କୁଜଙ୍ଗ ୧ନଂ. ୯, ଜଗତ୍‌ସିଂହପୁର ୧ନଂ. ୯, ତିର୍ତ୍ତୋଲ ୧ନଂ. ୭, ନାଉଗାଁ ୧ନଂ. ୮, ବାଲିକୁଦା ୧ନଂ. ୭, ବିରିଡ଼ି ୧ନଂ. ୧୧ ଓ ରଘୁନାଥପୁର ୧ନଂ. ଜୋନ୍‌ ମଧ୍ୟରେ ୯ଟି ପଞ୍ଚାୟତ ରହିଛି। ସେହିପରି ୧୧୦୯ ଜଣ ୱାର୍ଡମେମ୍ବରଙ୍କ ଫଳାଫଳ ଘୋଷଣା କରାଯିବ। ଏନେଇ ପ୍ରମୁଖ ରାଜନୈତିକ ଦଳ ଯଥା ବିଜେଡି, କଂଗ୍ରେସ ଓ ଭାଜପା ନେତୃବୃନ୍ଦ ଅଙ୍କକଷା ଜୋର୍‌ଦାର କରିଛନ୍ତି।
ପ୍ରକାଶଯୋଗ୍ୟ, ବାଲିକୁଦା ବ୍ଲକର ୪ ଜିଲା ପରିଷଦ ଜୋନ୍‌ରେ ୧୮ ଜଣ ପ୍ରାର୍ଥୀ ହୋଇଛନ୍ତି। ବ୍ଲକର ୩୦ଟି ପଞ୍ଚାୟତରେ ୧୧୪ ସରପଞ୍ଚ, ୯୮ ସମିତିସଭ୍ୟ ଓ ୯୭୦ ୱାର୍ଡମେମ୍ବର ପ୍ରାର୍ଥୀ ରହିଛନ୍ତି। ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ ୪ ଜିଲା ପରିଷଦ ଜୋନ୍‌ରେ ୧୬ ଜଣ ପ୍ରାର୍ଥୀ ହୋଇଛନ୍ତି। ଏହି ବ୍ଲକର ୩୦ ପଞ୍ଚାୟତରେ ୧୧୫ ସରପଞ୍ଚ, ୯୮ ସମିତିସଭ୍ୟ ଓ ୮୬୮ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ଅଛନ୍ତି। ତିର୍ତ୍ତୋଲ ବ୍ଲକର ୪ଟି ଜିଲା ପରିଷଦ ଜୋନ୍‌ରେ ୧୫ ଜଣ ପ୍ରାର୍ଥୀ ହୋଇଛନ୍ତି। ଏଥିସହ ବ୍ଲକର ୨୯ ପଞ୍ଚାୟତରେ ୯୫ ସମିତିସଭ୍ୟ, ୧୧୬ ସରପଞ୍ଚ ଓ ୮୨୨ ୱାର୍ଡମେମ୍ବର ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ବିରିଡ଼ି ବ୍ଲକର ୨ ଜିଲା ପରିଷଦ ଜୋନ୍‌ ସମେତ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡସଭ୍ୟ ପଦବୀରେ ୬୮୬ ପ୍ରାର୍ଥୀ ରହିଛନ୍ତି। କୁଜଙ୍ଗ ବ୍ଲକ ଅଞ୍ଚଳର ୪ ଜିଲା ପରିଷଦ ଜୋନ୍‌ରେ ୧୩ ଜଣ ପ୍ରାର୍ଥୀ ହୋଇଛନ୍ତି। ଏହି ବ୍ଲକ ଅନ୍ତର୍ଗତ ୨୮ ପଞ୍ଚାୟତରେ ୯୯ ସମିତିସଭ୍ୟ, ୧୧୪ ସରପଞ୍ଚ ଓ ୯୧୨ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି। ରଘୁନାଥପୁର ବ୍ଲକର ୨ ଜିଲା ପରିଷଦ ପାଇଁ ୭ଜଣ ପ୍ରାର୍ଥୀ ହୋଇଛନ୍ତି। ଏହି ବ୍ଲକର ୧୯ ପଞ୍ଚାୟତରେ ୭୧ ସମିତିସଭ୍ୟ, ୯୮ ସରପଞ୍ଚ ଓ ୩୩୭ ଜଣ ୱାର୍ଡସଭ୍ୟ ପ୍ରାର୍ଥୀ ରହିଛନ୍ତି। ନାଉଗାଁ ବ୍ଲକର ୨ ଜିଲା ପରିଷଦ ଆସନ ପାଇଁ ୬ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହୋଇଛି। ବ୍ଲକର ୧୬ଟି ପଞ୍ଚାୟତରେ ୫୦ ସମିତିସଭ୍ୟ, ୬୩ ସରପଞ୍ଚ ଓ ୪୪୫ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ରହିଛନ୍ତି। ଏରସମା ବ୍ଲକର ୪ ଜିଲା ପରିଷଦ ଆସନରେ ୧୮ ପ୍ରାର୍ଥୀ ଅଛନ୍ତି। ଏହି ବ୍ଲକର ୨୫ ପଞ୍ଚାୟତରେ ୭୯ ସମିତିସଭ୍ୟ, ୯୫ ସରପଞ୍ଚ ଓ ୮୦୯ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଶନିବାର ଏହାର ଗଣତି ଆରମ୍ଭ ହେଉଥିବାବେଳେ ପ୍ରାର୍ଥୀ, ନେତା, କର୍ମୀ ଓ ସମ୍ପର୍କୀୟଙ୍କ ମନରେ ଚିନ୍ତା ବଢ଼ିଯାଇଛି। ତେବେ ବିଜୟୀ ଆଶାରେ ଥିବା ପ୍ରାର୍ଥୀମାନଙ୍କ ପକ୍ଷରୁ ଉତ୍ସବ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଫଳାଫଳ ବାହାରିବା ପରେ ହାତୀ କାହା ମୁଣ୍ଡରେ କଳସ ଢାଳୁଛି ତାହା ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri