ପଣସ କଠା କୁର୍‌ମା

ଆବଶ୍ୟକ ସାମଗ୍ରୀ: ସିଝା ହୋଇଥିବା ପଣସକଠା, ୧ ଚାମଚ କଶ୍ମୀରୀ ମିର୍ଚ୍ଚ ପାଉଡର, ୧ ଚାମଚ ଜିରା ପାଉଡର, ଅଧାଚାମଚ ଧନିଆ ପାଉଡର, ଛୋଟ ଆକାରରେ କଟା ହୋଇଥିବା ପିଆଜ , ୧ ଚାମଚ ଅଦା ରସୁଣ ପେଷ୍ଟ, ୨ ଚାମଚ ତେଲ କିମ୍ବା ଘିଅ, ଅଧା ଚାମଚ ଗୋଲାପଜଳ, ଅଧା ଚାମଚ ହଳଦୀ ପାଉଡର,୨ ଚାମଚ ଦହି, ,୧୦ ଗ୍ରାମ୍‌ ବାଦାମ, ୩ କାଜୁ, ଖଣ୍ଡେ ଡାଲଚିନି, ୨ଟି ଅଳେଇଚ,୨ଟି ତେଜପତ୍ର ଓ ଆବଶ୍ୟକ ମୁତାବକ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ପକାଇ ଗରମହେବାକୁ ଛାଡ଼ି ଦିଅନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଜିରା ପକାଇ ଦିଅନ୍ତୁ। ପରେ ତେଜପତ୍ର ଓ ପିଆଜ ପକାଇ ଭଲଭାବେ ଭାଜି ଦିଅନ୍ତୁ। ଯେତେବେଳ ପିଆଜ ରଙ୍ଗ ଲାଇଟ୍‌ ବ୍ରାଉନ୍‌ କଲର ହୋଇଯିବ ସେଥିରେ ଅଦା ରସୁଣ ପେଷ୍ଟ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏହାକୁ ୫ ମିନିଟ୍‌ ପର୍ଯ୍ୟନ୍ତ ମସଲାକୁ ଭଲଭାବେ କଷନ୍ତୁ। ଏବେ ଏଥିରେ କଶ୍ମୀରୀ ମିର୍ଚ୍ଚ ପାଉଡର ,ହଳଦୀ ପାଉଡର,ଧନିଆ ପାଉଡର,ଜିରା ପାଉଡର,ଗରମ ମସଲା ପକାଇ ୨ମିନିଟ୍‌ ପର୍ଯ୍ୟନ୍ତ ଭଲଭାବେ କଷନ୍ତୁ। ଏହି ମିଶ୍ରଣରେ ଟମାଟେ ପେଷ୍ଟ ପକାଇ ସବୁ ମସଲାକୁ ମିଶିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଏବେ ଏଥିରେ କାଜୁ ପେଷ୍ଟ ସହ ବଟର ପକାଇ ଟିକେ କଷନ୍ତୁ। ଏହା ପରେ ସେଥିରେ କସ୍ତୁରୀ ମେଥି ,ଲୁଣ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଆଗରୁ ସିଝା ହୋଇଥିବା ପଣସକୁ ପକାନ୍ତୁ। ଦେଢ଼ କପ୍‌ ପାଣି ଦେଇ ତାକୁ ୨ ମିନିଟ୍‌ ପର୍ଯ୍ୟନ୍ତ ଘୋଡ଼ାଇ ଛାଡ଼ି ଦିଅନ୍ତୁ। ଏବେ ଆପଣଙ୍କ ପଣସକଠା କୁର୍‌ମା ପ୍ରସ୍ତୁତ ହୋଇଗଲା। ଏହାକୁ ଆପଣ ରୁଟି କିମ୍ବା ଭାତ ସହ ଖାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?