ବିଲୁପ୍ତି ପଥେ ତାଳପତ୍ର ଜାତକ

ଖୋର୍ଦ୍ଧା ଅଫିସ,୨୬।୩: ଭାରତୀୟ ସଂସ୍କୃତି, ପରମ୍ପରାରେ ତାଳପତ୍ରର ବହୁଳ ବ୍ୟବହାର ରହିଛି। ପ୍ରାଚୀନ କାଳରୁ ସଂସ୍କୃତି, ଶାସ୍ତ୍ରୀୟ ମତ ବିଚାର, ଗ୍ରନ୍ଥ ଆଦି ତାଳପତ୍ରରେ ଲେଖାଯାଇଛି। ମୁନିଋଷିମାନେ ମଧ୍ୟ ତାଳପତ୍ର ଓ ଲେଖନୀକୁ ବ୍ୟବହାର କରି ରାମାୟଣ, ମହାଭାରତ, ପୁରାଣ, ଶାସ୍ତ୍ର ଆଦି ବହୁ ମୂଲ୍ୟବାନ୍‌ ଗ୍ରନ୍ଥ ରଚନା କରିଛନ୍ତି। ଭାରତର ବିଭିନ୍ନ ଗ୍ରନ୍ଥାଗାରରେ ତାଳପତ୍ରରେ ଖୋଦିତ ପୋଥି ସଂରକ୍ଷିତ ଅବସ୍ଥାରେ ରହିଛି। ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୦୦ରୁ ଊର୍ଦ୍ଧ୍ୱ ତାଳପତ୍ର ପୋଥି ସଂରକ୍ଷିତ ଅବସ୍ଥାରେ ରହିଛି। ପୂର୍ବରୁ ଜାତକ ତାଳପତ୍ରରେ ଲେଖାଯାଉଥିବା ବେଳେ ଏବେ କମ୍ପ୍ୟୁଟରରେ କରାଯାଉଛି। ଫଳରେ ତାଳପତ୍ରର ଚାହିଦା ଦିନକୁଦିନ କମିବାରେ ଲାଗିଛି। କମ୍ପ୍ୟୁଟର ମାଧ୍ୟମରେ କମ୍‌ ସମୟରେ ଜାତକ ପ୍ରସ୍ତୁତ କରାଯାଉଛି। ପ୍ରାଚୀନ ସଂସ୍କୃତିର ବାର୍ତ୍ତା ବହନ କରି ଆସୁଥିବା ତାଳପତ୍ର ଜାତକ କ୍ରମଶଃ ବିଲୁପ୍ତି ହେବାକୁ ବସିଛି।
ପରିବାରରେ ଶିଶୁଟିଏ ଜନ୍ମ ହେଲେ ପ୍ରଥମେ ତା’ର ଜାତକ ପ୍ରସ୍ତୁତି ନିମନ୍ତେ ଜ୍ୟୋତିଷ ଖୋଜାପଡ଼ନ୍ତି। ତେବେ ସମୟ ବଦଳିଛି। ତାଳପତ୍ରର ସ୍ଥାନ କମ୍ପ୍ୟୁଟର ନେଇଛି। ତଥାପି ତାଳପତ୍ର ଜାତକର ଚାହିଦା କମିନି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଖୋର୍ଦ୍ଧା ଜିଲା ତଣ୍ଡାଳ ଗ୍ରାମରେ। ଗ୍ରାମର ଜ୍ୟୋତିଷ କୃଷ୍ଣ ଚନ୍ଦ୍ର ଗ୍ରହାଚାର୍ଯ୍ୟଙ୍କ ପାଖରେ ତାଳପତ୍ରରେ ଜାତକ ପ୍ରସ୍ତୁତି, ବିବାହ ପାଇଁ ଜାତକ ମିଳନ, ମାଙ୍ଗଳିକ କାର୍ଯ୍ୟର ଶୁଭଦିନ ପାଇଁ ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଲୋକଙ୍କ ଗହଳି ଲାଗି ରହିଥାଏ। କମ୍ପ୍ୟୁଟରରେ ଜାତକ ପ୍ରସ୍ତୁତ କଲେ ମଧ୍ୟ ତାଳପତ୍ର ଜାତକ ପ୍ରସ୍ତୁତି ଲାଗି ଲୋକଙ୍କ ମଧ୍ୟରେ ଆଗ୍ରହ ରହିଛି। ତାଳପତ୍ରରେ ପ୍ରସ୍ତୁତ ଜାତକ ବହୁ ବର୍ଷ ଧରି ଅକ୍ଷୁଣ୍ଣ ଅବସ୍ଥାରେ ରହିଥାଏ ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି। ସେହିପରି ଜ୍ୟୋତିର୍ବିଦ୍‌ ନିରଞ୍ଜନ ପଣ୍ଡା କହିଛନ୍ତି, ଜାତକରୁ ଜଣେ ବ୍ୟକ୍ତିଙ୍କ କ’ଣ ଗ୍ରହ ଦୋଷ ରହିଛି, ଗ୍ରହ ଚଳଣ ସ୍ଥିତି କିପରି ରହିଛି; ତିଥି, ନକ୍ଷତ୍ର ଚଳଣକୁ ଦେଖି ତାଙ୍କ ଭବିଷ୍ୟତ ସମ୍ପର୍କରେ ଜାଣିହୁଏ। କାଗଜରେ ପ୍ରସ୍ତୁତ ଜାତକ ନଷ୍ଟ ହୋଇଯିବ। କିନ୍ତୁ ତାଳପତ୍ରରେ ପ୍ରସ୍ତୁତ ଜାତକ ବର୍ଷ ବର୍ଷ ଧରି ରହିବ। ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର ମିଶ୍ର କହିଛନ୍ତି, ଯେତେବେଳେ ଛାପା, କାଳି ନ ଥିଲା, ସେତେବେଳେ ତାଳପତ୍ରରେ ଲେଖନୀ ମୁନରେ ଖୋଦେଇ କରି ବହୁ ପ୍ରାଚୀନ ଗ୍ରନ୍ଥ, ଶାସ୍ତ୍ର ଲେଖାଯାଇଛି। ଭାରତୀୟ ସଂସ୍କୃତି ପରମ୍ପରା ସହିତ ତାଳପତ୍ରର ବ୍ୟବହାର ଜଡ଼ିତ ରହିଛି। ତାଳପତ୍ରରେ ଲେଖାଯାଇଥିବା ବହୁ ପ୍ରାଚୀନ ଗ୍ରନ୍ଥ ଶାସ୍ତ୍ର ଆଜି ମଧ୍ୟ ରହିଛି। ଏହାର ସଂରକ୍ଷଣ ଜରୁରୀ ବୋଲି ସେ କହିଛନ୍ତି। ବର୍ଷ ବର୍ଷର ବହୁ ପ୍ରାଚୀନ ପରମ୍ପରା ଆଧୁନିକତାର ବିଜ୍ଞାନ ଯୁଗରେ ହଜି ନ ଯାଉ ସେଥିଲାଗି ଚିନ୍ତା କରିବାର ସମୟ ଆସିଛି। ଗାଁ ଗାଁରେ ବହୁ ଭାଗବତ ଟୁଙ୍ଗିରେ ଏବେ ମଧ୍ୟ ତାଳପତ୍ରରେ ଖୋଦିତ ଭାଗବତ ପୋଥି ରହିଛି। ଏହାକୁ ପୂଜାର୍ଚ୍ଚନା କରାଯାଉଛି। ଏଥିରେ ବହୁ ମୂଲ୍ୟବାନ୍‌ ତଥ୍ୟ ଦିଆଯାଇଛି। ଏହାର ସଂରକ୍ଷଣ ପ୍ରତି ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri