Posted inଜାତୀୟ

ଡ୍ରୋନ୍‌ ଦ୍ୱାରା ପାକିସ୍ତାନ ପକାଇଥିବା ଅସ୍ତ୍ର ଜବତ

ନୂଆଦିଲ୍ଲୀ,୧୪।୫: ପାକିସ୍ତାନୀ ଡ୍ରୋନ୍‌ ଦ୍ୱାରା ଜମ୍ମୁ-କଶ୍ମୀରର ସାମ୍ବା ଜିଲା ସୀମାନ୍ତ ଅଞ୍ଚଳରେ ପକାଇଥିବା ଏକେ-୪୭ ରାଇଫଲ, ପିସ୍ତଲ ଏବଂ ଗୁଳିଗୋଳାକୁ ଶୁକ୍ରବାର ବିଏସ୍‌ଏଫ୍‌ ଜବତ କରିଛି। ଏହି ଅସ୍ତ୍ରଗୁଡ଼ିକ ଏକ ହଳଦିଆ ରଙ୍ଗର ପଲିଥିନ୍‌ରେ ଗୁଡ଼ାହୋଇ ପଡ଼ିଥିଲା। ଅସ୍ତ୍ର ପକାଇବା ପରେ ଡ୍ରୋନ୍‌ଟି ପାକିସ୍ତାନକୁ ଫେରିଯାଇଥିବା ସନ୍ଦେହ କରାଯାଉଛି। ପୂର୍ବରୁ ସାମ୍ବା, କଠୁଆ ଏବଂ ଜମ୍ମୁ ଜିଲା ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମାର ବିଭିନ୍ନ ସ୍ଥାନରେ ପାକିସ୍ତାନୀ ଡ୍ରୋନ୍‌ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ପକାଇଥିଲା। ଗତ ଫେବୃୟାରୀ ୧୪ରେ ସାମ୍ବା ସେକ୍ଟରରେ ପକାଯାଇଥିବା ଏକ ବୋମାକୁ ବିଏସ୍‌ଏଫ୍‌ ଯବାନମାନେ ଉଦ୍ଧାର କରିଥିଲେ। ଗତବର୍ଷ ଡିସେମ୍ବର ୨୧ରେ ପଞ୍ଜାବ ପୋଲିସ ୧୧ଟି ହ୍ୟାଣ୍ଡ ଗ୍ରେନେଡ୍‌ ଜବତ କରିଥିଲା। ଏହା ଗୁରଦାସପୁର ଜିଲା ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମାରେ ପଡ଼ିଥିଲା। ଏହା ପୂର୍ବରୁ ସେପ୍ଟେମ୍ବର ୨୨ରେ ପାକିସ୍ତାନୀ ଆତଙ୍କବାଦୀ ଜମ୍ମୁ ଜିଲାର ଅଖନୁର ସେକ୍ଟରରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ପକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ ମାସରେ ସର୍ବନିମ୍ନ ହେଲା ନୂୂଆ ଆକ୍ରାନ୍ତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ୩,୬୧୭ ମୃତ…

ନୂଆଦିଲ୍ଲୀ,୨୯।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ: ୮ କରୋନା ଆକ୍ରାନ୍ତ ମୃତ

ଅହମଦାବାଦ, ୬।୮: ଗୁଜରାଟର ଅହମଦାବାଦ ସ୍ଥିତ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଚିକିତ୍ସିତ ହେଉଥିବା ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ...

ମହାରାଷ୍ଟ୍ରର ପରବର୍ତ୍ତୀ ବାଚସ୍ପତି କଂଗ୍ରେସରୁ

ପୁଣେ, ୧୧।୭: ମହାରାଷ୍ଟ୍ର ବିଧାନସଭାର ପରବର୍ତ୍ତୀ ବାଚସ୍ପତି କଂଗ୍ରେସ ଦଳରୁ ହେବେ। ଏନେଇ ଶାସକ ମହା ବିକାଶ ଅଘାଡ଼ି(ଏମ୍‌ଭିଏ) ନିଷ୍ପତ୍ତି ନେଇଥିବା ଏନ୍‌ସିପି ଅଧ୍ୟକ୍ଷ ଶରଦ...

ଯୁବତୀଙ୍କୁ ନେଇ ଫେରାର ହୋଇଥିବା ବିବାହିତ ବ୍ୟକ୍ତି ଜମା କରିବେ ପୋଲିସଙ୍କ ଖୋଜିବା ଖର୍ଚ୍ଚର ଅଧା, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଅହମଦାବାଦ, ୨୦।୪ : ଗୁଜୁରାଟ ହାଇକୋର୍ଟ ଏକ ନିଆରା ନିର୍ଦ୍ଦେଶ ଦେଇଛନ୍ତି। ଜଣେ ବିବାହିତ ବ୍ୟକ୍ତି ଯୁବତୀଙ୍କୁ ସାଙ୍ଗରେ ନେଇ ଫେରାର ହୋଇ ଯାଇଥିଲେ। ତାଙ୍କୁ...

ରାଜନୀତିରୁ ସନ୍ୟାସ ନେବେ ସୋନିଆ, ଦେଲେ ସଙ୍କେତ…

ରାୟପୁର,୨୫।୨ : ଛତିଶଗଡର ନୟା ରାୟପୁରରେ ଚାଲିଥିବା ୮୫ ତମ କଂଗ୍ରେସ ଅଧିବେଶନରେ ସୋନିଆ ଗାନ୍ଧୀ ରାଜନୀତିରୁ ସନ୍ୟାସ ନେବାର ସଙ୍କେତ ଦେଇଛନ୍ତି। ସୋନିଆ ଗାନ୍ଧୀ...

ଆଇପିଏସ୍‌ ଅଧିକାରୀଙ୍କ ଡେପୁଟେଶନକୁ ବିରୋଧ: ମାମଲା ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୧।୩: ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗସ୍ତ ସମୟରେ ହୋଇଥିବା ଆକ୍ରମଣ ଘଟଣାରେ କେନ୍ଦ୍ର ସରକାର ରାଜ୍ୟ କ୍ୟାଡରର ୩ ଆଇପିଏସ୍‌ ଅଧିକାରୀଙ୍କୁ...

ଗଣତନ୍ତ୍ର ଦିବସର ଅତିଥି ହେବେ ଇଜିପ୍ଟ ରାଷ୍ଟ୍ରପତି…

ନୂଆଦିଲ୍ଲୀ,୨୭।୧୧ : ଏଥର ଇଜିପ୍ଟର ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବରେ ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବେ। ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗଣତନ୍ତ୍ର ଦିବସ...

ଦେଶରେ ୮୦ ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୯ ।୧୦: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢିପାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୯,୮୮୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା...

Advertisement
Archives

Model This Week