Posted inଜାତୀୟ

ଭାରତକୁ ପାକିସ୍ତାନର ହାସ୍ୟାସ୍ପଦ ଧମକ: ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି କହିଲା

ନୂଆଦିଲ୍ଲୀ, ୮।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ି ଚାଲିଛି। ଏପରିସ୍ଥଳେ ଭାରତକୁ ପାକିସ୍ତାନ ହାସ୍ୟାସ୍ପଦ ଧମକ ଦେଇଛି। ପାକିସ୍ତାନ ସୈନ୍ୟ ବାହିନୀ ମୁଖ୍ୟ ଜେନେରାଲ କମର ଜାବେଦ୍‌ ବାଜଓ୍ବା କହିଛନ୍ତି ଯେ, ଭାରତ ସହିତ ଯୁଦ୍ଧ ପାଇଁ ପାକିସ୍ତାନ ପ୍ରସ୍ତୁତ। ପାକିସ୍ତାନ ପଞ୍ଚମ ପୀଢ଼ିର ହାଇବ୍ରିଡ୍‌ ଓ୍ବାର ଜିଣିବା ଲାଗି ପ୍ରୟାସ କରିବ ବୋଲି ସେ କହିଛନ୍ତି। ଭାରତ ଆକ୍ରମଣ କଲେ ଏହାର କଡ଼ା ଜବାବ ଦେବାକୁ ପାକିସ୍ତାନ ସକ୍ଷମଥିବା ବାଜଓ୍ବା କହିଛନ୍ତି। ଭାରତ ଲଗାତାର ପାକିସ୍ତାନ ସୈନ୍ୟ ବାହାନୀ ବିରୋଧରେ ଅପବାଦ ପ୍ରଚାର ଜାରି ରଖିଛି। ପାକିସ୍ତାନ ଶହୀଦ୍‌ ଦିବସ ପାଳନ ଅବସରେ ରାଓ୍ବଲପିଣ୍ଡିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଭାରତର ନାମ ନ ନେଇ ଏଭଳି କହିଛନ୍ତି। ୨୦୧୯ରେ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ କଡ଼ା ଜବାବ ଦେଇଥିବା ସେ କହିଛନ୍ତି। ପାକିସ୍ତାନର ପାଲଟା ଆକ୍ରମଣ ପ୍ରସ୍ତୁତି ନେଇ କାହା ମନରେ କୌଣସି ସନ୍ଦେହ ସୃଷ୍ଟି ହେବା ଅନୁଚିତ ବୋଲି ସେ କହିଛନ୍ତି। ବାଲଚିସ୍ତାନ ଏବଂ ଖାଇବର ପସ୍ତୁନଖ୍ବା ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧକୁ ପାକିସ୍ତାନ ସହ୍ୟ କରୁଛି। ଏହାର ସମାଧାନ ପ୍ରକ୍ରିୟା ଜାରି ରହିଥିବା ସେ କହିଛନ୍ତି। ଏଠାରେ ବହୁ ପାକିସ୍ତାନ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଭାରତ ଏଠାରେ ବିଦ୍ରୋହକୁ ସମର୍ଥନ କରୁଛି। ବାଲୁଚିସ୍ତାନର ବିକାଶ ପାଇଁ ଚାଇନା ନିବେଶ କରୁଥିବା ସେ କହିଛନ୍ତି। ଏପରି କହି ପାକିସ୍ତାନ ଚାଇନା ମଧ୍ୟରେ ଜାରି ରହିଥିବା ଭାରତ ବିରୋଧୀ ଷଡ଼ଯନ୍ତ୍ର ସମ୍ପର୍କରେ ବାଜଓ୍ବା ସୂଚନା ଦେଇଥିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri